ETV Bharat / bharat

ଜୁଲାଇ ୧୨ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଜୁଲାଇ ୧୨ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ଜୁଲାଇ ୧୨ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
author img

By

Published : Jul 12, 2022, 12:00 AM IST

ମେଷ: ଆଜିର ଶୁଭଦିନରେ ଆପଣ ନୂତନ ଯୋଜନାର କାର୍ଯ୍ୟ ଆରମ୍ଭ କରିପାରନ୍ତି । ମାତ୍ର ମଧ୍ୟାହ୍ନ ପରେ ଏକ ଶୁଭ କର୍ମ ଆରମ୍ଭ କଲେ ଏଥିରେ ଯଥେଷ୍ଟ ସଫଳତା ପ୍ରାପ୍ତ ହୋଇପାରେ । ଦିବସର ପ୍ରଥମାର୍ଦ୍ଧରେ ଆପଣ କିଛି ସମସ୍ୟା ଘେରରେ ରହିବେ, ମାତ୍ର ଦିବସର ଶେଷାର୍ଦ୍ଧ ଆଡକୁ ଖୁସିର ଲହର ଖେଳିପାରେ । ଦିବସର ପ୍ରଥମାର୍ଦ୍ଧରେ ପାଇଥିବା ଯନ୍ତ୍ରଣାକୁ ଭୁଲିବା ପାଇଁ ଧ୍ୟାନ ବା ଯୋଗ କରନ୍ତୁ ।

ବୃଷ: ଦିବସର ପ୍ରାରମ୍ଭରୁ ଆପଣ ହସଖୁସିରେ ଦିନଟିକୁ କାଟିବାକୁ ଚାଁହିବେ ମାତ୍ର ଏହା ସମ୍ଭବ ହେବ ନାହିଁ । ଗ୍ରହମାନଙ୍କର ସୁପ୍ରଭାବ ଦିବସର ପ୍ରଥମାର୍ଦ୍ଧରେ ଥିବାରୁ ଆପଣ ନିଜର ପ୍ରିୟଜନ ଏବଂ ବନ୍ଧୁଙ୍କ ଗହଣରେ ବହାରକୁ ଭ୍ରମଣରେ ଯାଇପାରନ୍ତି । ମଧ୍ୟାହ୍ନରେ ଆପଣ ନିଜର ପ୍ରତିଦ୍ୱନ୍ଦୀଙ୍କ ସହ କାରଣ ନଥାଇ ଯୁକ୍ତିତର୍କ ଏବଂ ଝଗଡା କରିପାରନ୍ତି । ନିଜର ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ ।

ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ଆନନ୍ଦମୟ ଏବଂ ଉତ୍ସାହଜନକ ରହିବ । ଆପଣ ଉର୍ଜାରେ ପରିପୂର୍ଣ୍ଣ ରହିବେ ଏବଂ ସକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ଘେରି ରହିବ । ନିଜ କାମକୁ ସଫଳତାର ସହ ଶେଷ କରିବା ଆପଣଙ୍କ ଉଦ୍ୟମ କରିବେ । କାର୍ଯ୍ୟରେ ଆପଣଙ୍କ ଅନୁଦାନ ପାଇଁ ଆପଣ ସ୍ୱୀକୃତି ପାଇବାର ସମ୍ଭାବନା ରହିଛି । ଏହା ଆପଣଙ୍କର ମିଜାଜକୁ ଆହୁରି ଭଲ କରିବ । ଅର୍ଥଲାଭର ସମ୍ଭାବନା ରହିଛି । ବନ୍ଧୁମାନଙ୍କ ସହ ଆପଣ କାର୍ଯ୍ୟ୍ୟକ୍ରମରେ ପୂର୍ଣ୍ଣ ଏକ ସନ୍ଧ୍ୟା ବିତାଇବେ ।

କର୍କଟ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଏକ ଉତ୍ତମ ଦିନର ପୂର୍ବାନୁମାନ କରାଯାଉଛି । ଆପଣଙ୍କ ଅର୍ଥକୁ ସଠିକ୍ ସ୍ଥାନରେ ରଖି ଭବିଷ୍ୟତକୁ ସୁରକ୍ଷିତ କରିବାର ଏହା ପ୍ରକୃଷ୍ଟ ସମୟ ଅଟେ । ଏକାଗ୍ରତା, ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ଆପଣଙ୍କ କାମ ଶେଷ କରିବାରେ ସାହାଯ୍ୟ କରିବ । ଆପଣଙ୍କ ବକେୟା ପ୍ରକଳ୍ପ ଶେଷ ହେବାର ସମ୍ଭାବନା ରହିଛି । ଆପଣଙ୍କ କନିଷ୍ଠ କର୍ମଚାରୀମାନଙ୍କୁ ସେମାନଙ୍କ ସହାୟତା ପାଇଁ ଧନ୍ୟବାଦ ଦେବାକୁ ଭୁଲନ୍ତୁ ନାହିଁ । ଏହା ବ୍ୟତୀତ ବୃତ୍ତିଜୀବୀ ଓ ଛାତ୍ରଛାତ୍ରୀମାନେ ମଧ୍ୟ ଆଜି ଦିନରୁ ଲାଭ ପାଇବେ । ଅତୀତର ସୁଖଦ ସମୟ ମନେ ପକାଇ ପରିବାର ସହ ସନ୍ଧ୍ୟା ବିତାନ୍ତୁ ।

ସିଂହ: ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ଦୁର୍ବଳ ଅନୁଭବ କରିବେ । ଏହାସହ ମାଆଙ୍କ ସ୍ୱାସ୍ଥ୍ୟ ଏବଂ ବଢ଼ୁଥିବା ଖର୍ଚ୍ଚ ମଧ୍ୟ ଆପଣଙ୍କୁ ବ୍ୟସ୍ତ କରିବ । ତେବେ ସନ୍ଧ୍ୟାବେଳକୁ ଆପଣ ଅର୍ଥ ଯୋଗାଡ଼ କରିପାରିବେ । ବୃତ୍ତିଜୀବୀମାନେ ପରିଶ୍ରମର ସୁଫଳ ପାଇବେ । ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏକା ପୂର୍ବାନୁମାନ ରହିଛି । ପାଠପଢ଼ା କ୍ଷେତ୍ରରେ ସେମାନେ ସହଜରେ ନିଜ ଟାସ୍କ କରିପାରିବେ । ନୂଆ କାମ ଆରମ୍ଭ କରିବା ଏବଂ ପୁଞ୍ଜି ନିବେଶ କରିବା ପାଇଁ ଏହା ଏକ ଭଲ ଦିନ ନୁହେଁ ।

କନ୍ୟା: ଆଜି ଦିନର ପ୍ରଥମାର୍ଦ୍ଧରେ ଗ୍ରହମାନଙ୍କର ଶୁଭ ଦୃଷ୍ଟି ରହିବ । ନିଜର ପ୍ରିୟଜନଙ୍କ ସହ ଥିବା ସମ୍ପର୍କ ଅଧିକ ନିବିଡ ହେବ ଏବଂ ଆପଣ କେଉଁ ବାଟରେ ହେଉ ନା କାହିଁକି ସେମାନଙ୍କ ଦ୍ୱାରା ଉପକୃତ ହେବେ । ଦିବସର ଅବଶିଷ୍ଟ ଭାଗରେ ଆପଣ ଶାରୀରିକ ଓ ମାନସିକ ଅସୁସ୍ଥତା ବୃଦ୍ଧି ପାଇପାରେ । ସେଥିପ୍ରତି ସଜାଗ ରୁହନ୍ତୁ । ସମ୍ପର୍କୀୟ ଲୋକମାନଙ୍କ ସହ ମନୋମାଳିନ୍ୟ ବା କଳହ ହୋଇ ସମ୍ପର୍କରେ ତିକ୍ତତା ଦେଖାଦେବ । ନିଜର କ୍ରୋଧ ସମ୍ଵରଣ କରି କଥାବାର୍ତ୍ତାରେ ଶାଳୀନତା ରକ୍ଷା କରନ୍ତୁ ।

ତୁଳା: ଦିବସର ପ୍ରଥମାର୍ଦ୍ଧଟି ଭଲରେ କଟିବ ନାହିଁ । ମଧ୍ୟାହ୍ନ ପରେ ଶୁଭଫଳ ମିଳିବାର ଆଶା ଅଛି । ଶାରୀରିକ ଓ ମାନସିକ ଅସୁସ୍ଥତା ଯୋଗୁଁ ମନରେ ଶୀଥିଳତା ଦେଖାଦେବା ସହ ଅପଚିନ୍ତାକୁ ନେଇ ଉତ୍କଣ୍ଠିତ ହୋଇପାରନ୍ତି ।ତେଣୁ ମାନସିକ ଶାନ୍ତି ପାଇବାକୁ ଧ୍ୟାନ ବା ଯୋଗ ଅଭ୍ଯାସ ଜାରିରଖନ୍ତୁ । ଏପରି ସ୍ଥିତିରେ ଆପଣଙ୍କ ଉତ୍ତେଜନା ବୃଦ୍ଧି ପାଇବାଯୋଗୁଁ ଅଫିସ ଓ ନିଜ ଗୃହରେ ପରିବେଶ ସୁସ୍ଥ ରହିବ ନାହିଁ ।

ବିଛା: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିପାରେ । ଆପଣ ଶୁଭଫଳ ପାଇବାକୁ ହେଲେ ନିଜ ବାର୍ତ୍ତାଳପରେ ସଞ୍ଜମତା, ନମ୍ର ଓ କୋମଳ ବ୍ୟବହାର ପ୍ରଦର୍ଶନ କରିବା ଉଚିତ । ଏହାଦ୍ୱାରା ପରିବାରର ସଦସ୍ୟଙ୍କ ସହ ଅଯଥାରେ ଯୁକ୍ତିତର୍କ କରିବେ ନାହିଁକି ମାନସିକ ଅଶାନ୍ତି ଭୋଗିବେ ନାହିଁ । ପୁରା ଦିବସଟିକୁ ହସଖୁସିରେ କଟାଇପାରିବେ । ଆଜି ଆପଣ ନିଜ ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ । ଖର୍ଚ୍ଚର କାରଣ ସମୀକ୍ଷା କରନ୍ତୁ ।

ଧନୁ: ଆପଣଙ୍କ ପାଇଁ ଆଜି ଦିନଟି ଯନ୍ତ୍ରଣା ଦାୟକ ହୋଇପାରେ । ଏହି ଦିବସର ଶେଷ ଆଡକୁ ଗ୍ରହମାନଙ୍କର ଶୁଭ ଦୃଷ୍ଟିରୁ ଶୁଭଫଳ ମିଳିପାରେ । ଗାଡି ଚଳାଇବା ବେଳେ ଗାଡିର ବେଗକୁ ନିୟନ୍ତ୍ରଣ ନକଲେ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ତେଣୁ କ୍ଷୁର ଧାରରେ ଚାଲିବା ପ୍ରବୃତ୍ତିରୁ ନିବୃତ ହୁଅନ୍ତୁ । ମୌଜ ମଜଲିସ କରିବାରେ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି ।

ମକର: ଅନୁମାନ, ଆର୍ଥିକ, ବୃତ୍ତିଗତ ଏବଂ ସାମାଜିକ କ୍ଷେତ୍ରରେ ଦିନଟି ଫଳପ୍ରଦ ରହିବ । ଆଜି ଆପଣ ବିଭିନ୍ନ କ୍ଷେତ୍ରରେ ସୁନାମ ଏବଂ ପ୍ରସିଦ୍ଧି ଅର୍ଜନ କରିବେ । ତେବେ ଦିନର ପରବର୍ତ୍ତୀ ଭାଗରେ ଆପଣ ସାବଧାନ ରହିବା ଉଚିତ । ସ୍ୱାସ୍ଥ୍ୟ ପାଇଁ ଦିନଟି ସାଧାରଣ ରହିବ । ଅଦାଲତ ସମ୍ପର୍କିତ ବିଷୟରେ କାମ କରିବା ସମୟରେ ସାବଧାନ ରୁହନ୍ତୁ । ଆଜି ଆପଣ ଦୁର୍ଘଟଣାପ୍ରବଣ ରହିବେ ନିରାପଦରେ ଗାଡ଼ି ଚଲାନ୍ତୁ । ଏକ ବ୍ୟସ୍ତ ଓ ଚାପଭରା ଦିନ ପରେ ଆପଣ ରୁଚିପୂର୍ଣ୍ଣ ରାତ୍ରିଭୋଜନ କିମ୍ବା ସିନେମା ଭଳି ମନୋରଞ୍ଜନ ପାଇଁ ଅର୍ଥବ୍ୟୟ କରିବେ ।

କୁମ୍ଭ: ଆଶା କରାଯାଉଥିବା ଏବଂ ଅପ୍ରତ୍ୟାଶିତ ଆର୍ଥିକ ଲାଭ ହେବ । କାମରେ ଆପଣ ଭଲ ପ୍ରଦର୍ଶନ କରିଥିବାରୁ ରେଡ୍ କାର୍ପେଟରେ ଚାଲିବା ପାଇଁ ପ୍ରସ୍ତୁତ ରୁହନ୍ତୁ ଯେହେତୁ ଆପଣଙ୍କ ବରିଷ୍ଠ ଅଧିକାରୀମାନେ ଆପଣଙ୍କ ପ୍ରଦର୍ଶନରେ ଖୁସି ଏବଂ ସନ୍ତୁଷ୍ଟ ଅଛନ୍ତି । ସେମାନେ ଆପଣଙ୍କୁ ପଦୋନ୍ନତି ଅଫର କରିପାରନ୍ତି । ଏହାସହ କାର୍ଯ୍ୟକ୍ଷେତ୍ରରେ ସମ୍ଭାବ୍ୟ ଲାଭ ମିଳିପାରେ । ବ୍ୟସ୍ତତାପୂର୍ଣ୍ଣ ଦିନ ପରେ ନିଜକୁ ଖୁସି କରିବା ପାଇଁ ସୁଇମିଂ କରନ୍ତୁ କିମ୍ବା ଲଙ୍ଗ ଡ୍ରାଇଭରେ ଯାଆନ୍ତୁ ।

ମୀନ: ସକାଳ ସମୟ ବ୍ୟବସାୟୀ ଏବଂ ବୃତ୍ତିଜୀବୀଙ୍କ ପାଇଁ ଲାଭଦାୟକ ହୋଇନପାରେ । ବରିଷ୍ଠ ଅଧିକାରୀ କିମ୍ବା ପ୍ରତିଦ୍ୱନ୍ଦୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ କିମ୍ବା ଅସହମତ ହୁଅନ୍ତୁ ନାହିଁ । କାମ ପାଇଁ ଆପଣଙ୍କୁ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ତେବେ କିଛି ବାଧା ପରେ କାର୍ଯ୍ୟକ୍ଷେତ୍ରରେ ବାତାବରଣ କୋଳାହଳମୟ ହେବ । ଆପଣଙ୍କ ବକେୟା କାମ ସନ୍ଧ୍ୟା ସୁଦ୍ଧା ଶେଷ ହେବ । ବ୍ୟକ୍ତିଗତ ଜୀବନରେ ନିଜ ପିଲାଙ୍କ ଉନ୍ନତି ଏବଂ କୃତିତ୍ୱ ଆପଣଙ୍କୁ ପିତାମାତା ଭାବରେ ଖୁସି ଏବଂ ସନ୍ତୋଷ ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.