ମେଷ: ଆଜି ଘରୋଇ ଦୃଷ୍ଟିକୋଣରୁ ଶୁଭ ଅଟେ । ଆର୍ଥିକ ସଫଳତା ଏବଂ ହସ କୌତୁହଳପୂର୍ଣ୍ଣ ଭ୍ରମଣର ଯୋଗ ରହିଛି । ଆପଣଙ୍କର ଭାବପ୍ରବଣତା ନିୟନ୍ତ୍ରଣ କରିବା ପାଇଁ ଅଧିକ ଯତ୍ନ ନିଅନ୍ତୁ । ଆପଣଙ୍କ କାର୍ଯ୍ୟ ପାଇଁ ଆପଣ ପ୍ରଶଂସା ଏବଂ ପୁରସ୍କାର ପାଇବାର ସମ୍ଭାବନା ରହିଛି । ପାରିବାରିକ ସ୍ଥିତି ଭଲ ରହିବ ।
ବୃଷ: ଆଜି ଆପଣଙ୍କ ଶାରିରୀକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ଆର୍ଥିକ ଏବଂ ବସ୍ତୁଗତ ସଫଳତା ଆପଣଙ୍କ ଅପେକ୍ଷାରେ ଅଛି । ଆପଣ ପ୍ରସ୍ତୁତ କରିଥିବା ଯୋଜନା କାର୍ଯ୍ୟରେ ପରିଣତ ହେବ । ଆପଣଙ୍କ ଉପରେ ନ୍ୟସ୍ତ କରାଯାଇଥିବା କାର୍ଯ୍ୟ ସହଜରେ ସମାପ୍ତ ହେବ । ଆପଣଙ୍କ ମନ ହସଖୁସୀରେ ଭରା ରହିବ । ଏହି ଖୁସୀ ଅନ୍ୟମାନଙ୍କ ସହିତ ମଧ୍ୟ ବାଣ୍ଟନ୍ତୁ ।
ମିଥୁନ: ଆପଣ ଅନ୍ୟମାନଙ୍କୁ ନିଜର ନମ୍ର-ବ୍ୟବହାର ଏବଂ ମିଠା କଥାରେ ପ୍ରଭାବିତ କରିପାରିବେ । ଏହା ଆପଣଙ୍କୁ ଅନେକ ପ୍ରକାରରେ ସାହାଯ୍ୟ କରିବ । ବୌଦ୍ଧିକ ଦୃଷ୍ଟିକୋଣରୁ ଆପଣଙ୍କର ବିକାଶ ହେବ । ଆପଣଙ୍କ ଦୃଷ୍ଟିକୋଣରେ ମଧ୍ୟ ହଠାତ୍ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ, ଉଭୟ ଶାରିରୀକ ଏବଂ ମାନସିକ ଭଲ ରହିବ । କେତେକ ଭଲ ଖବର ଆପଣଙ୍କ ଅପେକ୍ଷାରେ ଅଛି ।
କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଅଶାନ୍ତ ରହିବ । ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହେବ । ଶାରୀରିକ ଓ ମାନସିକ ଅଶାନ୍ତି ଦେଖାଦେବ । ପାରିବାରିକ କଳହ ଦେଖାଦେଇପାରେ । ସ୍ବାସ୍ଥ୍ୟଗତ ସମସ୍ୟା ଲାଗିରହିବ । ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ ।
ସିଂହ: ଆପଣ ଧାର୍ମିକ ଏବଂ ଅନୁକୂଳ କାର୍ଯ୍ୟକଳାପରେ ମଜ୍ଜି ରହିପାରନ୍ତି । ତା ସହିତ ଧର୍ମସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ଆଜି ଦିନରେ ଆପଣ ବହୁତ ରାଗ ସ୍ବଭାବରେ ରହିବେ । ବିଦେଶରେ ଥିବା ଆପଣଙ୍କର ପ୍ରିୟଜନଙ୍କଠାରୁ କିଛି ଖବର ଆଶା କରିପାରନ୍ତି । ଆଜି ଆପଣ ନିର୍ଦ୍ଦିଷ୍ଟ କାମରେ ଲକ୍ଷ୍ୟ ରଖିବେ । ଆପଣ ମାନସିକ ଭାବରେ ହଇରାଣ ହୋଇପାରନ୍ତି ।
କନ୍ୟା: ଯଦି ଆପଣ କୌଣସି ନୂଆ ଜିନିଷ ଯୋଜନା କରୁଛନ୍ତି, ସେଥିପାଇଁ ଆଜି ଦିନଟି ଉପଯୁକ୍ତ ନୁହେଁ । ଆପଣଙ୍କ ରାଗ ଏବଂ କଡା କଥା ଉପରେ ନିୟନ୍ତ୍ରନ ରଖନ୍ତୁ । ଯାହା ଫଳରେ ଅଶାନ୍ତି ପରିସ୍ଥିତିର ସାମନା କରିବାକୁ ପଡିବ ନାହିଁ । ଆପଣଙ୍କ ପରିବାର ସହ ଏକ ଭୟଙ୍କର ଯୁକ୍ତି ଆପଣଙ୍କୁ ଅଶ୍ଆନ୍ତିରେ ରଖି ଦେଇପାରେ । ଆଜି ଆପଣଙ୍କର ଅତ୍ୟଧିକ ଖର୍ଚ୍ଚ ହୋଇପାରେ ।
ତୁଳା: ଆଜି ଦିନଟିରେ ଆପଣଙ୍କୁ ଅନେକ କିଛି କରିବାର ଅଛି । ଆପଣ ନୂଆ ପୋଷାକ ସପିଙ୍ଗ୍ ପାଇଁ ଯାଇପାରନ୍ତି ଏବଂ ପରିବର୍ତ୍ତିତ ସମୟ ଅନୁସାରେ ଆପଣ ନିଜକୁ ବଦଳାଇବାକୁ ଚେଷ୍ଟା କରିପାରନ୍ତି । ଆପଣଙ୍କର ଶାରୀରିକ ଏବଂ ମାନସିକ ଶକ୍ତି ବଦଳିଯାଇପାରେ ଏବଂ ଯାହାକି ପରିବେଶକୁ ବଦଳାଇ ଦିଏ ।
ବିଛା: ଆପଣ ସୁସ୍ଥ ଅନୁଭବ କରିବେ ଏବଂ ଶାରୀରିକ ଏବଂ ମାନସିକ ଭାବରେ ଚାର୍ଜ୍ଡ୍ ଅପ୍ ହୋଇପାରନ୍ତି । ଅସୁସ୍ଥ ଥିବା ବ୍ୟକ୍ତିମାନଙ୍କ ପାଇଁ ହେଉଛି ଖୁସିର ସମୟ । ଯେହେତୁ ସ୍ୱାସ୍ଥ୍ୟରେ ଉନ୍ନତି ହେବାର ନିଶ୍ଚିତ ସମ୍ଭାବନା ରହିଛି ଆପଣ ଆପଣଙ୍କ ସହକର୍ମୀଙ୍କଠାରୁ ସହଯୋଗ ଏବଂ ସହାୟତା ପାଇପାରନ୍ତି । ଏହାସହ ଆପଣଙ୍କ ପ୍ରତିଦ୍ୱନ୍ଦୀମାନଙ୍କୁ ସଫଳ ଭାବରେ ହରାଇବାରେ ସକ୍ଷମ ରହିବେ ।
ଧନୁ: ହଜମ ଜନିତ ସମସ୍ୟା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଆପଣଙ୍କ ପିଲାର ପାଠପଢା ଏବଂ ସ୍ୱାସ୍ଥ୍ୟ ବିଷୟ ସଂପର୍କିତ ବିଷୟ ସାରା ଦିନ ଆପଣଙ୍କ ମନରେ ରହିବ । ଆପଣ ଆପଣଙ୍କ ରାକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦିଆଯାଇଥାଏ ଏବଂ ଜ୍ଞାନଭିତ୍ତିକ ଆଲୋଚନାରୁ ଦୂରରେ ରହିବେ । ଅବଶ୍ୟ, ଆପଣ ଆଜି କଳା ଏବଂ ସାହିତ୍ୟ ଆଡକୁ ଦୁର୍ବଳତା ପ୍ରକାଶ କରିପାରନ୍ତି ।
ମକର: ଆଗ୍ରହ ଏବଂ ଶକ୍ତି ଅଭାବରୁ, ଆଜି ଆପଣ ଆପଣଙ୍କର ଶାରୀରିକ ଏବଂ ମାନସିକ ଭାବରେ କିଛି ଉତ୍ତମ କରିପାରିବେ ନାହିଁ । ଏହା ପଛରେ ପରିବାରର କଳହ ଥାଇପାରେ । କୌଣସି ଦୁର୍ଘଟଣାର ସମ୍ମୁଖିନ ହୋଇପାରନ୍ତି, ଯାହାକି ଆପଣଙ୍କର ମର୍ଯ୍ୟଦା ହାନି କିମ୍ବା ସମାଜରେ ଆପଣଙ୍କ ସ୍ଥାନ କମ୍ ହୋଇପାରେ । ଖୁସି ଏବଂ ଆଗ୍ରହ ଅଭାବରୁ ଆପଣଙ୍କ ଦିନ ଫିକା ଏବଂ ମାନ୍ଦାଳିଆ ରହିପାରେ ।
କୁମ୍ଭ: ଆପଣ ଖୁସି ଏବଂ ଆନନ୍ଦମୟ ଅନୁଭବ କରିବେ । ଆପଣ ଆପଣଙ୍କ ପରିବାର ସହିତ ଖୁସି ବାଣ୍ଟି ପାରିବେ ଏବଂ ସାନ ଭାଇ ଭଉଣୀ ମାନଙ୍କ ସହ ଭଲ ସମୟ ବିତାଇ ପାରିବେ । ଆପଣ ଗୋଟିଏ ଛୋଟ ଯାତ୍ରାର ଆୟୋଜନ କରିପାରନ୍ତି ତାହା ଆହୁରି ଆନନ୍ଦମୟ ରହିବ । ପ୍ରତିଦ୍ୱନ୍ଦୀକୁ ପଛରେ ପକାଇ ଆପଣ ସଫଳତା ହାସଲ କରିବା ହେତୁ ଆପଣଙ୍କ ଭାଗ୍ୟ ଉଜ୍ୱଳ ହୋଇ ଉଠିବ ।
ମୀନ: ଆପଣ ହିସାବ ଉପରେ ନଜର ରଖନ୍ତୁ । ଧୈର୍ଯ୍ୟ ହେଉଛି ସମ୍ପଦ, ଏବଂ ଆପଣଙ୍କୁ ନିୟମିତ ଭାବରେ ବ୍ୟାୟାମ କରିବାର ଆବଶ୍ୟକତା ପଡିବ । ଆପଣଙ୍କ ରାଗକୁ କାବୁ କରିବାକୁ ହେଲେ ଜିଭକୁ କାମୁଡି ଚୁପ୍ ରହିବାକୁ ପଡିପାରେ ଯାହା ଫଳରେ ଆପଣମାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ । ପଇସା ସମ୍ପର୍କିତ ବିଷୟରେ ସାବଧାନତା ବଜାୟ ରଖିବେ । ଅର୍ଥହୀନ ଯୁକ୍ତିଠାରୁ ଦୁରେଇ ରହିବେ । ସେମାନେ କେବଳ ଆପଣଙ୍କ ଉପରକୁ କଳହ ପାଇଁ ମସଲା ଆପଣଙ୍କୁ ଦେବେ ।