ETV Bharat / bharat

Honour killing: ପ୍ରେମୀ ଯୁଗଳଙ୍କୁ ହତ୍ୟା କରି ନଦୀରେ ଫିଙ୍ଗିଦେଲେ - କର୍ଣ୍ଣାଟକ ସହରରେ ଅନର କିଲିଙ୍ଗ

ପ୍ରେମ ପାଇଁ ବଳି ପଡ଼ିଲା ଦୁଇ ନୀରିହ ଜୀବନ । ଏଭଳି ଛାତିଥରା ଅନରକିଲିଂ ଘଟଣା ଘଟିଛି କର୍ଣ୍ଣାଟକର ବାଗାଲାକୋଟେ ଜିଲ୍ଲା ବେଭିନାମତି ଗ୍ରାମରେ । ଅଧିକ ପଢ଼ନ୍ତୁ

Honour killing: ପ୍ରେମ ପାଇଁ ପ୍ରେମୀ ଯୁଗଳଙ୍କୁ ହତ୍ୟା କରି ନଦୀରେ ଫିଙ୍ଗିଦେଲେ

author img

By

Published : Oct 19, 2022, 10:44 PM IST

ବାଗଲାକୋଟେ : ପ୍ରେମ ପାଇଁ ବଳି ପଡ଼ିଲା ଦୁଇ ନୀରିହ ଜୀବନ । ଏଭଳି ଛାତିଥରା ଅନରକିଲିଂ ଘଟଣା ଘଟିଛି କର୍ଣ୍ଣାଟକର ବାଗାଲାକୋଟେ ଜିଲ୍ଲାରେ (Honour killing: Karnataka couple murdered)। ଜଣେ ନାବାଳିକା ସହ ତା ପ୍ରେମିକକୁ ପରିବାର ଲୋକେ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି । ଏହାପରେ ଉଭୟଙ୍କ ମୃତଦେହକୁ ସ୍ଥାନୀୟ ବାଗାଲାକୋଟେ ସ୍ଥିତ କୃଷ୍ଣା ନଦୀକୁ ଫିଙ୍ଗି ଦେଇଥିଲେ । ତେବେ ଏବେ ସୁଦ୍ଧା ଉଭୟଙ୍କ ମୃତଦେହକୁ ଉଦ୍ଧାର କରାଯାଇ ନଥିବା ପୋଲିସ ପକ୍ଷରୁ ପ୍ରକାଶ ।

ବାଗାଲାକୋଟେ ଗ୍ରାମୀଣ ପୋଲିସର ସୂଚନାନୁସାରେ, ଅକ୍ଟୋବର 1 ତାରିଖ ଭୋର 3ଟାରୁ 4ଟା ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଛି । ନାବାଳିକାଙ୍କ ପରିବାର ସଦସ୍ୟ ତାଙ୍କୁ ଏବଂ ତାଙ୍କ ପ୍ରେମିକ ବିଶ୍ବନାଥ ନେଲାଗିଙ୍କୁ ଏକାଠି ହେବାର ବାହାନା କରି ବୁଲିବାକୁ ବାହାରକୁ ନେଇ ଯାଇଥିଲେ । ଉଭୟଙ୍କୁ ଦୁଇଟି ଅଲଗା କାରରେ ନଦୀ କୂଳକୁ ନିଆଯାଇଥିଲା । ସେଠାରେ ପରିବାର ଲୋକେ ନିର୍ଦ୍ଧୁମ ପିଟିଥିଲେ ଉଭୟଙ୍କୁ । ଏପରିକି ପ୍ରଥମେ ନାବାଳିକାର ଓଢ଼ଣୀ ମାଧ୍ୟମରେ ତା ତଣ୍ଟିଚିପି ମାରି ଦିଆଯାଇଥିଲା । ପରେ ବାଳକର ଅଣ୍ଟା ଏବଂ ଛାତିରେ କ୍ରମାଗତ ଭାବରେ ଆକ୍ରମଣ କରାଯାଇ ମାଡ ମରାଯାଇଥିଲା । ଏଥିରେ ପ୍ରେମିକ ବିଶ୍ବନାଥ ନେଲାଗିଙ୍କର ଜୀବନ ଚାଲିଯାଇଥିଲା ।

ଏହା ପରେ ଅଭିଯୁକ୍ତମାନେ ଉଭୟଙ୍କ ମୃତଦେହକୁ ଆଲମାଟି ରୋଡରେ ଥିବା ଏକ ବ୍ରିଜ ଉପରୁ ନଦୀକୁ ଫିଙ୍ଗି ଦେଇଥିଲେ (bodies dumped into river) । ପୋଲିସ କହିଛି ଯେ ଉଭୟଙ୍କ ଭିତର ପୋଷାକ ବ୍ୟତୀତ ପରିଚୟ ଭୟରେ ହତ୍ୟାକାରୀମାନେ ସେମାନଙ୍କର ସମସ୍ତ ପୋଷାକ ମୃତଦେହରୁ ବାହାର କରିଦେଇଥିଲେ । ଏହି ଘଟଣାରେ ପୋଲିସ ମୃତ ନାବାଳିକାର ଭାଇ ରବି ହୁଲାନାନାଭାରା, ସମ୍ପର୍କୀୟ ଭାଇ ହନୁମନ୍ତ ମାଲନାଦାଦା ଏବଂ ବିରାପ୍ପା ଦଲାୱାଇକୁ ଗିରଫ କରିଛି ।

ସୂଚନାନୁସାରେ କର୍ଣ୍ଣାଟକର ଗଡ଼ଗ ଜିଲ୍ଲାର ବିଶ୍ବନାଥ ନେଲାଗିଙ୍କର ବାଗାଲାକୋଟେ ଜିଲ୍ଲାର ବେଭିନାମତି ଗାଁର ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏ ସମ୍ପର୍କରେ ନାବାଳିକାଙ୍କ ପରିବାର ଲୋକେ ଜାଣିପାରିଥିଲେ । ଏହାପରେ ଉଭୟଙ୍କ ପ୍ରେମକୁ ନେଇ ପରିବାର ଲୋକେ ବାରମ୍ବାର ବିରୋଧ କରୁଥିଲେ । ହେଲେ ନାବାଳିକା ଜଣକ ବିଶ୍ବନାଥଙ୍କୁ ବିବାହ କରିବା ପାଇଁ ଜିଦ ଧରିଥିଲେ । ହେଲେ ଉଭୟଙ୍କ ପ୍ରେମକୁ ସ୍ବୀକୃତି ଦେଉ ନଥିଲେ ପରିବାର ଲୋକେ । ଏହାପରେ ନାବାଳିକାଙ୍କ ପରିବାର ଲୋକେ ଉଭୟ ପ୍ରେମୀଯୁଗଳଙ୍କୁ ମାରିଦେବାକୁ ଷଡ଼ଯନ୍ତ୍ର ରଚିଥିଲେ ।

ଅକ୍ଟୋବର 1 ତାରିଖରେ ବିଶ୍ବନାଥ ଏବଂ ତାଙ୍କ ପ୍ରେମିକାଙ୍କୁ ଏକାଠି ବୁଲାଇ ନେବେ ବୋଲି କହିଥିଲେ । ଉଭୟଙ୍କୁ ଅଲଗା ଅଲଗା କାରରେ ଏକ ନିଛାଟିଆ ନଦୀକୂଳକୁ ନେଇ ଯାଇଥିଲେ । ସେଠାରେ ପ୍ରଥମେ ଝିଅ ପିନ୍ଧିଥିବା ଡ୍ରେସର ଓଢଣୀ ସାହାଯ୍ୟରେ ତା ତଣ୍ଟିକୁ ଚିପି ଦେଇଥିଲେ ନାବାଳିକାଙ୍କ ସମ୍ପର୍କୀୟ ଭାଇ ଏବଂ ପରିବାର ଲୋକେ । ଫଳରେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା । ପରେ ବିଶ୍ବନାଥ ନେଲାଗିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ନାବାଳିକାର ଭାଇ ଓ ସମ୍ପର୍କୀୟ ଭାଇ । ଏହାପରେ ଉଭୟଙ୍କ ମୃତଦେହକୁ କୃଷ୍ଣା ନଦୀକୁ ଫିଙ୍ଗି ଦେଇଥିଲେ । ଏହି ଘଟଣାରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ ଗାଡି ଜବତ କରିଥିବା ନେଇ କହିଛନ୍ତି ବାଗାଲାକୋଟେ ଜିଲ୍ଲାର ଏସ୍‌ପି ଜୟ ପ୍ରକାଶ ।

ତେବେ 1 ତାରିଖରୁ ପୁଅ ଘରୁକୁ ନଫେରିବା ନେଇ ଗତ ଅକ୍ଟୋବର 3ତାରିଖରେ ବିଶ୍ବନାଥ ନେଲାଗିଙ୍କ ବାପା ପୁଅ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଏହିଭଳି ଭାବେ ନାବାଳିକାଙ୍କ ବାପା ମଧ୍ୟ ତାଙ୍କ ଝିଅ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ତଦନ୍ତ ସମୟରେ ଅର୍ଥାତ ଅକ୍ଟୋବର 15 ରେ ବାଗାଲାକୋଟେ ପୋଲିସ ଝିଅର ବଡ ଭାଇକୁ ଥାନାକୁ ଡାକି ପଚରାଉଚରା କରିଥିଲା । ଆଉ ଏହାପରେ ପୋଲିସ ଆଗରେ ସତ ଓଗାଳିଥିଲା ଅଭିଯୁକ୍ତ ଭାଇ । କିନ୍ତୁ ଏ ପର୍ଯ୍ୟନ୍ତ ଉଭୟଙ୍କ ମୃତଦେହକୁ ଉଦ୍ଧାର କରିପାରିନି ପୋଲିସ । ତେବେ ଏହି ଘଟଣାରେ ବ୍ୟବହୃତ ହୋଇଥିବା ଗାଡ଼ିକୁ ମଧ୍ୟ ପୋଲିସ ହେପାଜତକୁ ନେଇଯାଇଛି ।

ସେପଟେ ଠିକ୍‌ ଏହିପରି ଏକ ଅନରକିଲିଂ ଘଟଣା ଦେଖିବାକୁ ମିଳିଛି ବାଗାଲାକୋଟେର ପଡୋଶୀ ଜିଲ୍ଲାରେ । ଏହି ଘଟଣାର ପ୍ରାୟ ୫ଦିନ ପୂର୍ବରୁ ଜୟପୁର ଜିଲ୍ଲାର ଟିକୋଟା ଥାନା ଅଞ୍ଚଳରେ ଏମିତି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.