ବେଙ୍ଗାଲୁରୁ: ମିଥ୍ୟା ଆଭିଜାତ୍ୟ ଓ ଜାତିବାଦ ପାଇଁ ବଳି ପଡୁଛି ରକ୍ତ ସମ୍ପର୍କ । ଇଲେକ୍ଟ୍ରୋନିକ୍ସ ସିଟିରେ ଅନରକିଂଲିଂ ଅଭିଯୋଗ । ଭିନ୍ନ ଜାତିରେ ପ୍ରେମ କାରିବାରୁ ଝିଅକୁ ବାପା ହତ୍ୟା କରିଥିବାର ଅଭିଯୋଗ ହୋଇଛି । ସହରର ଦେବନାହାଲି ଏରିଆରେ ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ବାପା ନିଜେ ସ୍ଥାନୀୟ ଥାନାରେ ଆତ୍ମସମର୍ପଣ କରିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରି ଏକ ମାମଲା ରୁଜୁ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଦେବନାହାଲି ତାଲୁକ ଅଧୀନ ବିଦାଲରୁ ଗ୍ରାମରେ ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ସ୍ଥାନୀୟ ବାସିନ୍ଦା ମଞ୍ଜୁନାଥ ନାମକ ଜଣେ ବ୍ୟକ୍ତିଙ୍କ ଦୁଇ ଝିଅ ପ୍ରେମ କରୁଥିଲେ । ଗତକାଲି ତାଙ୍କର ସାନ ଝିଅ ପୋଲିସ ଷ୍ଟେସନରେ ଦ୍ବାରସ୍ଥ ହୋଇ ସହ ନିଜ ପ୍ରେମିକଙ୍କ ସହ ଯିବାକୁ ଚାହୁଁଥିବା ପ୍ରକାଶ କରିଥିଲେ । ଏହା ପରେ ପୋଲିସ ପକ୍ଷରୁ ସାନ ଝିଅକୁ କନସଲେସନ ସେଣ୍ଟରକୁ ପଠାଯାଇଥିଲା । ଏହା ପରେ ମଞ୍ଜୁନାଥଙ୍କ ବଡ ଝିଅ 20 ବର୍ଷୀୟା କାଭନା ମଧ୍ୟ ଭିନ୍ନ ଜାତିର ଜଣେ ଯୁବକଙ୍କୁ ପ୍ରେମ କରୁଥିବା ଜାଣିବା ପରେ ବାପା ମଞ୍ଜୁ ଉତକ୍ଷିପ୍ତ ହୋଇ ଉଠିଥିଲେ । ଗତକାଲି ରାତିରେ ବଡ ଝିଏ କାଭନା ଓ ବାପା ମଞ୍ଜୁଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାତିରେ ଝିଅ କାଭନା ଶୋଇଥିବା ବେଳେ ବାପା ମଞ୍ଜୁ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲା । ସକାଳେ ନିଜେ ସ୍ଥାନୀୟ ଥାନାରେ ଆତ୍ମସମର୍ପଣ କରିବା ସହ ହତ୍ୟାକାଣ୍ଡ ନେଇ ସ୍ବୀକାର ମଧ୍ୟ କରିଥିଲା ।
ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଅଭିଯୁକ୍ତ ଏକ ଚିକେନ ଦୋକାନରେ କାମ କରୁଥିଲା । ଦୁଇ ଝିଅଙ୍କ ପ୍ରେମ ସମ୍ପର୍କ କାରଣ ବିବାଦ ପାଇଁ ଗତ କିଛି ଦିନ ଦେବ ସେ ମାନସିକ ଅବସାଦରେ ରହିଥିଲା । ଗତକାଲି ସାନ ଝିଅର ପ୍ରେମ ସମ୍ପର୍କ ମାମଲା ଥାନାରେ ପହଞ୍ଚିବା ପରେ ସେ ଏପରି ଜଘନ୍ୟ ନିଷ୍ପତ୍ତି ନେଇଥିବା ପୋଲିସ ପ୍ରାଥମିକ ତଦନ୍ତ ପରେ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ