ETV Bharat / bharat

Covaxin କୁ ହଂକଂର ଅନୁମୋଦନ

author img

By

Published : Nov 10, 2021, 5:07 PM IST

ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭିଡ ଟିକା ‘କୋଭାକ୍ସିନ’କୁ ବ୍ୟବହାରିକ ଅନୁମୋଦନ ଦେଲା ହଂକଂ । ଗତ କିଛିଦିନ ପୂର୍ବରୁ ଜରୁରୀକାଳୀନ ବ୍ୟବହାରିକ ଅନୁମତି ଦେଇସାରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଅଧିକ ପଢନ୍ତୁ...

Covaxin କୁ ହଂକଂର ଅନୁମୋଦନ
Covaxin କୁ ହଂକଂର ଅନୁମୋଦନ

ହଂକ: ଭାରତୀୟ ଫାର୍ମାସଂସ୍ଥା ଭରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭିଡ ଟିକା ’କୋଭାକ୍ସିନ’କୁ ବ୍ୟବହାରିକ ଅନୁମୋଦନ ଦେଲା ହଂକଂ। ଗତକିଛି ଦିନ ତଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ରୁ ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଛି କୋଭାକ୍ସିନ । ତେବେ WHO ଅନୁମୋଦନ ପରେ ବିଭିନ୍ନ ଦେଶ ଏହାର ବ୍ୟବହାରକୁ ବୈଧତା ଦେବାରେ ଲାଗିଛନ୍ତି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁସାରେବର୍ତ୍ତମାନ ସୁଦ୍ଧା 96ଟି ଦେଶ ଭାରତ ପ୍ରସ୍ତୁତ ଦୁଇ କୋଭିଡ ଟିକା ‘କୋଭାକ୍ସିନ୍’ ଏବଂ ‘କୋଭିସିଲ୍ଡ‘କୁ ସ୍ବୀକୃତି ଦେଇ ସାରିଲେଣି । ଏହି ଦେଶମାନଙ୍କ ମଧ୍ୟରେ କାନାଡା, ଆମେରିକା, ଅଷ୍ଟ୍ରେଲିଆ, ସ୍ପେନ୍, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ବେଲଜିୟମ, ଋଷ ଏବଂ ସ୍ବିଜରଲ୍ୟାଣ୍ଡ ଭଳି କିଛି ବିକଶିତ ଦେଶ ମଧ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଦେଶ ଭାରତ ଠାରୁ ଏହି ଟିକା ଗ୍ରହଣ କରି ବ୍ୟବହାର ମଧ୍ୟ ଆରମ୍ଭ କରିସାରିଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି ।

ଗତ ସପ୍ତାହରେ WHO କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ତାଲିକାରେ ଅନ୍ତର୍ଭୁକ୍ତ କରିଥିଲା । ଏହାର ଦୁଇ ଡୋଜ ନେବାର ୧୪ ଦିନ ପରେ ସାଧାରଣ ମନୁଷ୍ୟ ଶରୀରରେ ପ୍ରାୟ 78 ପ୍ରତିଶତ ଆଣ୍ଟିବଡି ପ୍ରସ୍ତୁତ ହେଉଥିବା କୋଭାକ୍ସିନର ବିଭିନ୍ନ ପର୍ଯ୍ୟାୟ ପରୀକ୍ଷଣରୁ ସ୍ପଷ୍ଟ ହୋଇଛି । ସହଜ ସଂରକ୍ଷଣ ଆବଶ୍ୟକତା ହେତୁ ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶ ସମୂହ ପାଇଁ ଏହା ଅତ୍ୟନ୍ତ ଉପଯୁକ୍ତ ଟିକା ବୋଲି WHO କହିଛି । ତେବେ ଭାରତ ଏହାକୁ ଟୀକାକରଣ ଡ୍ରାଇଭରେ ବିପୁଳ ଭାବେ ବ୍ୟବହାର କରି ସାରିଥିବାବେଳେ ଏବେ ଅନ୍ୟ ଦେଶମାନେ ମଧ୍ୟ ଏହାର ବ୍ୟବହାର ଉପରେ ବିଶ୍ବସନୀୟତା ଦେଖାଇବା ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.