ETV Bharat / bharat

ଅସହ୍ୟ ଥଣ୍ଡାରେ ଥରୁଛି ଦିଲ୍ଲୀ, ବାସହୀନଙ୍କୁ ଆଶ୍ରୟ ଦେଲା ପ୍ରଶାସନ - ଜାଡ଼ରେ ଥରୁଛି ରାଜଧାନୀ ଦିଲ୍ଲୀ

ଥଣ୍ଡାରେ ଥରୁଛି ରାଜଧାନୀ ଦିଲ୍ଲୀ । ଦିଲ୍ଲୀରେ ରାତ୍ରି ତାପମାତ୍ରା 7 ଡିଗ୍ରୀ ରହିଥିବା ବେଳେ ଚାରିଆଡ଼େ କୁହୁଡ଼ି ଦେଖିବାକୁ ମିଳିଛି । ଫଳରେ ହୀନସ୍ତା ହେଉଛନ୍ତି ଖଟିଖିଆ ଲୋକେ । ଅସହାୟ, ବାସହୀନ ଲୋକଙ୍କୁ ସ୍ଥାନାନ୍ତର କରିଛି ପ୍ରଶାସନ । ଅଧିକ ପଢନ୍ତୁ

homeless people shift to night shelters in delhi for cold wave
ଜାଡ଼ରେ ଥରୁଛି ରାଜଧାନୀ ଦିଲ୍ଲୀ, ବାସହୀନ ଲୋକଙ୍କୁ ରାତ୍ରି ଆଶ୍ରୟସ୍ଥଳୀ ସ୍ଥାନାନ୍ତର
author img

By

Published : Feb 2, 2022, 7:45 AM IST

Updated : Feb 2, 2022, 8:00 AM IST

ନୂଆଦିଲ୍ଲୀ: ଶୀତରେ ଥରୁଛି ରାଜଧାନୀ ଦିଲ୍ଲୀ । ଦିଲ୍ଲୀରେ ରାତ୍ରି ତାପମାତ୍ରା 7 ଡିଗ୍ରୀ ରହୁଥିବା ବେଳେ କୁହୁଡିରେ ରାସ୍ତାଘାଟ ଦିଶୁନାହିଁ । ପ୍ରବଳ ଥଣ୍ଡା କାରଣରୁ ହୀନସ୍ତା ହେଉଛନ୍ତି ସାଧାରଣଲୋକେ । ବିଶେଷ ପ୍ରଭାବିତ ହେଉଛନ୍ତି ବାସହୀନ ଲୋକେ । ତେଣୁ ଏହି ବାସହୀନ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛି ଦିଲ୍ଲୀ ପ୍ରଶାସନ ।

ରାଜଧାନୀ ଦିଲ୍ଲୀରେ ଶୀତର ତାପମାତ୍ରା କମୁଥିବାରୁ ଅସହାୟ ଲୋକଙ୍କ ପାଇଁ ଅସୁବିଧାର କାରଣ ସାଜିଛି । ତେବେ ଗତ ମଙ୍ଗଳବାର ବାସହୀନ ଲୋକଙ୍କୁ ରାତ୍ରି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ରାମଲୀଳା ମୈଦାନରେ ଥିବା ରାତ୍ର ଆଶ୍ରୟସ୍ଥଳୀର କେୟାର ଟେକର ସୂଚନା ଦେଇଛନ୍ତି ଯେ, ଏହି ଆଶ୍ରୟସ୍ଥଳକୁ ବିଭିନ୍ନ ରାଜ୍ୟ ତଥା ବିହାର, ଛତିଶଗଡ଼, ଉତ୍ତରପ୍ରଦେଶ ଓ ରାଜସ୍ଥାନ ଆଦି ରାଜ୍ୟରୁ ଲୋକେ ଆସି ଆଶ୍ରୟ ନେଉଛନ୍ତି । ଏଠାରେ 18ଟି ବେଡ ଉପଲବ୍ଧ ଥିବାବେଳେ ସମୟ ସମୟ ମଧ୍ୟରେ ସଭିଙ୍କ କୋଭିଡ ଟେଷ୍ଟ ମଧ୍ୟ କରାଯାଉଛି।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ବୁଧବାର ରାତି 2ଟା ସୁଦ୍ଧା ଦିଲ୍ଲୀରେ ତାପମାତ୍ରା 11.8 ଡିଗ୍ରୀ ରହିଥିଲା। ସେହିପରି ଦିଲ୍ଲୀର ସଫଦରଜଙ୍ଗ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ସର୍ବନିମ୍ନ ରାତ୍ରି ତାପମାତ୍ରା 7 ଡିଗ୍ରୀ ରହିଛି । ଯାହା ମଙ୍ଗଳବାର ସାଧାରଣ ତାପମାତ୍ରାଠାରୁ 2 ଡିଗ୍ରୀ କମ୍ ରହିଛି। ତେବେ ଏହି ସପ୍ତାହରେ ରାଜଧାନୀ ଦିଲ୍ଲୀରେ ରାତିରେ ସର୍ବନିମ୍ନ ତାପମାତ୍ରା ଏକ ଅଙ୍କ ବିଶିଷ୍ଟ ରହିବାର ସମ୍ଭାବନା ରହିଥିବା ନେଇ ଗତ ମଙ୍ଗଳବାର ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

@ANI

Last Updated : Feb 2, 2022, 8:00 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.