ନୂଆଦିଲ୍ଲୀ: ଆସନ୍ତା 24ତାରିଖରେ କାଶ୍ମୀରର ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହିତ ସର୍ବଦଳୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଫୋନ ଜରିଆରେ ଜାମ୍ମୁ କାଶ୍ମୀରର ସମସ୍ତ ରାଜନୈତିକ ଦଳକୁ ବୈଠକରେ ଅଂଶ ଗ୍ରହଣ କରିବାକୁ ନିମନ୍ତ୍ରଣ କରିଛନ୍ତି । ଆସନ୍ତା 24 ତାରିଖ ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ଜାମ୍ମୁକାଶ୍ନୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲା, ମେହେବୁବା ମୁଫତିଙ୍କ ସମେତ ବିଶିଷ୍ଠ ନେତାଙ୍କୁ ବୈଠକରେ ନିମନ୍ତ୍ରଣ କରାଯାଇଛି ବୋଲି ଗୃହ ସଚିବଙ୍କ ପକ୍ଷରୁ ସୂଚନା ମିଳିଛି ।
ବୈଠକ ପୂର୍ବରୁ ଶୁକ୍ରବାର କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭିଲ ଓ ବଶିଷ୍ଟ ସୁରକ୍ଷା ଅଧିକାରାଙ୍କ ସହିତ ବୈଠକ କରିଥିଲେ । ଜାମ୍ମୁ କାଶ୍ମୀରର ବିଭିନ୍ନ ସମମ୍ୟାକୁ ନେଇ ଉପ-ରାଜ୍ୟପାଳ ମନୋଜ ସିହ୍ନା ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଅଗଷ୍ଟ 2019 ରେ ଜାମ୍ମୁ କାଶ୍ମୀରରୁ ଧାରା 370 ଓ 35 (କ) ଉଚ୍ଛେଦ ର ପାଖାପାଖି 2 ବର୍ଷ ପରେ କେନ୍ଦ୍ର ସରକାରଙ୍କ ଏହା ହେଉଛି ସବୁଠାରୁ ଆଉ ଏକ ବଡ ପଦକ୍ଷେପ । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ ଜଣାପଡିବା ପରେ ଜାମ୍ମୁ କାଶ୍ମୀରରେ ଥିବା ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳ ମାନଙ୍କର ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଯାଇଛି ।
@ANI