ETV Bharat / bharat

ଉଡାଣ ପାଇଁ ଜେଟ୍‌ ଏୟାରଓ୍ବେଜକୁ ଗୃହ ମନ୍ତ୍ରାଳୟର ମଞ୍ଜୁରୀ - ଜେଟ ଏୟାରଓ୍ବେଜ

ବିମାନ ଉଡାଣ କ୍ଷେତ୍ରରେ ଆଉ ପାଦେ ଆଗରେ ଜେଟ ଏୟାରଓ୍ବେଜ । ଆସନ୍ତା କିଛି ମାସ ମଧ୍ୟରେ ଜେଟ୍‌ ଏୟାରଓ୍ବେଜ ଦେଶରେ ବିମାନ ଉଡାଣ ପାଇଁ ଯୋଜନା କରୁଥିବା ବେଳେ ଗୃହ ମନ୍ତ୍ରାଳୟ ପକ୍ଷରୁ କମ୍ପାନୀକୁ ସବୁଜ ସଙ୍କେତ ମିଳିଛି । ଅଧିକ ପଢନ୍ତୁ

ଉଡାଣ ପାଇଁ ଜେଟ ଏୟାରଓ୍ବେଜକୁ ଗୃହ ମନ୍ତ୍ରାଳୟର ମଞ୍ଜୁରୀ

author img

By

Published : May 9, 2022, 11:06 AM IST

ନୂଆଦିଲ୍ଲୀ: ବିମାନ ଉଡାଣ କ୍ଷେତ୍ରରେ ଆଉ ପାଦେ ଆଗରେ ଜେଟ ଏୟାରଓ୍ବେଜ୍‌ । ଆସନ୍ତା କିଛି ମାସ ମଧ୍ୟରେ ଜେଟ୍‌ ଏୟାରଓ୍ବେଜ ଦେଶରେ ବିମାନ ଉଡାଣ ପାଇଁ ଯୋଜନା କରୁଥିବା ବେଳେ ଗୃହ ମନ୍ତ୍ରାଳୟ ପକ୍ଷରୁ କମ୍ପାନୀକୁ ସବୁଜ ସଙ୍କେତ ପ୍ରଦାନ କରିଛି । ଗୃହ ମନ୍ତ୍ରାଳୟ ସୁରକ୍ଷା ମଞ୍ଜୁରି ପ୍ରଦାନ କରିଥିବା ସମ୍ପର୍କରେ ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଗତ ୬ ତାରିଖରେ କମ୍ପାନିକୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ନରେଶ ଗୋୟଲଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଜେଟ୍‌ ଏୟାରଓ୍ବେଜ ଏବେ ଜଲାନ କାଲରକ କନସୋର୍ଟିୟମ ଦ୍ବାରା ପରିଚାଳିତ ହେବ । ନରେଶ ଗୋୟଲଙ୍କ ଅଧୀନରେ ଥିବା ଜେଟ ଏୟାରଓ୍ବେଜର ଶେଷ ବିମାନଟି୨୦୧୯ ଏପ୍ରିଲ ୧୭ ତାରିଖରେ ଉଡିଥିଲା । ତାହା ପରଠାରୁ ଆର୍ଥିକ ସଙ୍କଟ କାରଣରୁ ଆଉ ବିମାନ ଉଡିନାହିଁ । ଏୟାର ଅପରେଟର ସାର୍ଟିଫିକେଟ ପାଇବା ପାଇଁ ଗତ ଗୁରବାର ଦିନ କମ୍ପାନି ହାଇଦ୍ରାବାଦ ବିମାନ ବନ୍ଦରରୁ ବିମାନ ଉଡାଣକରି ଆରମ୍ଭ କରିଥିଲା ।

ଗୃହ ମନ୍ତ୍ରାଳୟ ସୁରକ୍ଷା ମଞ୍ଜୁରି ପ୍ରଦାନ କରିଥିବା ସମ୍ପର୍କରେ ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଗତ ୬ ତାରିଖରେ କମ୍ପାନିକୁ ସୂଚନା ଦିଆଯାଇଛି । ବିମାନ ଏହାର ଯନ୍ତ୍ରାଂଶଗୁଡିକ ଠିକଭାବେ କାର୍ଯ୍ୟ କରୁଛି ବୋଲି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟକୁ (DCGA) ଜଣାଇବା ପାଇଁ କମ୍ପାନି ଏହି ଉଡାଣ କରିଥିଲା । ଏହାପରେ କମ୍ପାନୀ ଆଉଥରେ ଉଡାଣ କରିବ । ସେହି ଉଡାଣ ପରୀକ୍ଷାକୁ ଭିତ୍ତିକରି DCGA କମ୍ପାନୀକୁ ଏୟାର ଅପରେଟର ସାର୍ଟିଫିକେଟ ପ୍ରଦାନ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.