ETV Bharat / bharat

ବଢିଲା ସିସୋଦିଆଙ୍କ ଅଡୁଆ: ଗୁଇନ୍ଦାଗିରି ଅଭିଯୋଗ ତଦନ୍ତକୁ ଗୃହ ମନ୍ତ୍ରଣାଳୟର ଅନୁମୋଦନ

ପୁଣି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ ବଢିଛି । ଦିଲ୍ଲୀ ସରକାର 2016 ରେ ଗଠନ କରିଥିବା ଫିଡବ୍ୟାକ ୟୁନିଟ୍ ମାଧ୍ୟମରେ ଗୁଇନ୍ଦାଗିରି ହୋଇଥିବା ଅଭିଯୋଗର ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଅଧିକ ପଢନ୍ତୁ

ସିସୋଦିଆଙ୍କ ବିରୋଧରେ ହେବ ଗୁଇନ୍ଦାଗିରି ଅଭିଯୋଗର ତଦନ୍ତ

author img

By

Published : Feb 22, 2023, 8:55 PM IST

ସିସୋଦିଆଙ୍କ ବିରୋଧରେ ହେବ ଗୁଇନ୍ଦାଗିରି ଅଭିଯୋଗର ତଦନ୍ତ

ନୂଆଦିଲ୍ଲୀ: ଗୁଇନ୍ଦାଗିରି ଅଭିଯୋଗ ନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଗୃହ ମନ୍ତ୍ରଣାଳୟ ଅନୁମୋଦନ ଦେଇଛି । ଅବକାରୀ ଦୁର୍ନୀତି ମାମଲା ପରେ ଏବେ ଗୁପ୍ତଚରି ମାମଲାରେ ସିସୋଦିଆଙ୍କ ସମସ୍ୟା ବଢିବାକୁ ଯାଉଛି । 2016 ରେ ଦିଲ୍ଲୀ ସରକାରଙ୍କ ଦ୍ୱାରା ଗଠିତ ଫିଡବ୍ୟାକ୍ ୟୁନିଟକୁ ରାଜନୈତିକ ଗୁଇନ୍ଦାଗିରି ପାଇଁ ବ୍ୟବହୃତ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ୟୁନିଟ୍ ମଧ୍ୟମରେ ରାଜନନୈତିକ ଗୁପ୍ତଚରଗିରି ତଥା ଅନ୍ୟାନ୍ୟ ଅପବ୍ୟବହାର ହୋଇଥିବା ନେଇ ଅଭିଯୋଗ କରିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଅନୁମତି ମାଗିଥିଲା । ଯାହାକୁ କେନ୍ଦ୍ର ଅନୁମତି ଦେବା ପରେ ଏବେ ସିସୋଦିଆ ନୂଆ ମାମଲାରେ ତଦନ୍ତର ସାମ୍ନା କରିବାକୁ ଯାଉଛନ୍ତି ।

ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଏହାକୁ ଗତ ମାସରେ ନିଜେ ଅନୁମୋଦନ କରିବା ସହ ଫାଇଲକୁ ଗୃହ ମନ୍ତ୍ରଣାଳୟକୁ ଅନୁମୋଦନ ପାଇଁ ପଠାଇଥିଲେ । ବର୍ତ୍ତମାନ ଗୃହ ମନ୍ତ୍ରଣାଳୟ ମଧ୍ୟ ଏହି ମାମଲା ପଞ୍ଜିକରଣ ପାଇଁ ସିବିଆଇକୁ ଅନୁମୋଦନ ଦେଇଛି । ତେଣୁ ଆଉ ଗୋଟିଏ ମାମଲାରେ ଏବେ ସିସୋଦିଆଙ୍କ ସମେତ ଅନ୍ୟ କିଛି ଅଭିଯୁକ୍ତଙ୍କୁ ପୁଣି ସିବିଆଇ ଘାଣ୍ଟିବ । କେନ୍ଦ୍ରର ଅନୁମୋଦନକୁ ଭାରତୀୟ ଜନତା ପାର୍ଟି ସ୍ବାଗତ କରିଛି । ଦିଲ୍ଲୀ ବିଜେପି ନେତା ସିସୋଦିଆ ଏପରି ଅଭିଯୋଗରେ ସମ୍ପୃକ୍ତ ଥିବା ଓ ସେମାନେ ଏପରି ତଦନ୍ତ ପାଇଁ ଦାବି କରିଥିବା କହିଛନ୍ତି ।

କ’ଣ ଏହି ଫିଡବ୍ୟାକ ୟୁନିଟ:-2016 ମସିହା ଫେବୃଆରୀରେ ଦିଲ୍ଲୀ ସରକାର ଏହି ଫିଡବ୍ୟାକ୍ ୟୁନିଟ୍ ଗଠନ କରିଥିଲେ । ଏଥିରେ 20 ଜଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିଲା । ଏହି ଫିଡବ୍ୟାକ୍ ୟୁନିଟ୍ ଫେବୃଆରୀରୁ-ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜନୈତିକ ବିରୋଧୀଙ୍କ କାର୍ଯ୍ୟକଳାପ ନେଇ ଗୁଇନ୍ଦାଗିରି କରିଥିବା ଅଭିଯୋଗ ହୋଇଥିଲା । ବିରୋଧୀ ବିଜେପି ନେତାଙ୍କ ସମେତ ଆମ ଆଦମୀ ପାର୍ଟିର କିଛି ନେତାଙ୍କ କାର୍ଯ୍ୟକଳାପ ଉପରେ ଏହି ଟିମ ନଜର ରଖିବା ସହ ସୂଚନା ସଂଗ୍ରହ କରିଥିବା ଅଭିଯୋଗ ଉଠିଥିଲା । ଯାହାକୁ ଆମ ଆଦମୀ ପାର୍ଟି ପକ୍ଷରୁ ଖଣ୍ଡନ କରାଯାଇଥିଲା । ଅନ୍ୟପଟେ ଏହି ୟୁନିଟ ଗଠନକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା । ଏହାର ଗଠନ ପାଇଁ ଉପରାଜ୍ୟପାଳଙ୍କ ଅନୁମୋଦନ ନିଆଯାଇନଥିବା ମଧ୍ୟ ଅଭିଯୋଗ କରାଯାଇଥିଲା ।

ମାମଲା ପାଇଁ ଅନୁମତି ଦେଇସାରିଛନ୍ତି ଉପରାଜ୍ୟପାଳ:- ଅଭିଯୋଗ ଅନୁସାରେ ଏହି ମାମଲାରେ ସିବିଆଇ ପ୍ରାଥମିକ ତଦନ୍ତ କରିବା କିଛି ପ୍ରମାଣ ମଧ୍ୟ ପାଇଥିଲା । ପରେ ଉପରାଜ୍ୟପାଳଙ୍କୁ ମାମଲା ରୁଜୁ ନେଇ ଅନୁମତି ମାଗିଥିଲା ସଂସ୍ଥା । ଉପରାଜ୍ୟପାଳ ଏହାକୁ ଅନୁମୋଦନ ଦେବା କେନ୍ଦ୍ରୀୟ ଅନୁମୋଦନ ପାଇଁ ଗୃହ ମନ୍ତ୍ରଣାଳୟକୁ ମଧ୍ୟ ପଠାଇଥିଲେ । ଯାହାକୁ ଗୃହ ମନ୍ତ୍ରଣାଳୟ ମଧ୍ୟ ଆଜି ଅନୁମୋଦନ ଦେଇଛି । ଫଳରେ ଅବକାରୀ ଦୁର୍ନୀତି ମାମଲାରେ ବାରମ୍ବାର କେନ୍ଦ୍ରୀୟ ସଂସ୍ଥାର ସମନ ପାଉଥିବା ସିସୋଦିଆ ଏବେ ନୂଆ ମାମଲର ତଦନ୍ତକୁ ମଧ୍ୟ ସାମ୍ନା କରିବେ ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.