ETV Bharat / bharat

ମମତାଙ୍କ ଅଭିଯୋଗ, ବିଜେପିକୁ ଜିତାଇବା ପାଇଁ ସେନାକୁ ନିର୍ଦ୍ଦେଶ ଦେଉଛନ୍ତି ଗୃହମନ୍ତ୍ରୀ - ମମତା ବାନାର୍ଜୀ ଅଭିଯୋଗ

ପଶ୍ଚିମବଙ୍ଗରେ ବିରୋଧୀ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିବା ଆଳରେ ଦେଶର ସେନାକୁ ମଧ୍ୟ ଅପମାନିତ କରିବାକୁ ପଛାଇ ନାହାଁନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେନାର ଯବାନ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାମ କରୁଥିବା ଅଭିଯୋଗ ଆଣିଛନ୍ତି ମମତା । ଅଧିକ ପଢନ୍ତୁ...

ମମତାଙ୍କ ଅଭିଯୋଗ, ବିଜେପିକୁ ଜିତାଇବା ପାଇଁ ସେନାକୁ ନିର୍ଦ୍ଦେଶ ଦେଉଛନ୍ତି ଗୃହମନ୍ତ୍ରୀ

author img

By

Published : Apr 1, 2021, 7:51 PM IST

କୋଲକାତା: ସରିଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ରାଜ୍ୟର ହଟ୍‌ସିଟ ନନ୍ଦିଗ୍ରାମରେ ଦେଖିବାକୁ ମିଳିଛି ହାଇଭୋଲଟେଜ ସଂଗ୍ରାମ । ଗୋଟିଏ ପକ୍ଷେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଗାଡିକୁ ଆକ୍ରମଣ ନେଇ ଦଳୀୟ ନେତା ତୃଣମୂଳ କଂଗ୍ରେସକୁ ଟାର୍ଗେଟ କରୁଥିବା ବେଳେ ଅନ୍ୟପକ୍ଷେ ରାଜ୍ୟରେ ନିର୍ବାଚନରେ ପକ୍ଷପାତିତା ଅଭିଯୋଗ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ପଶ୍ଚିମବଙ୍ଗରେ ବିରୋଧୀ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିବା ଆଳରେ ଦେଶର ସେନାକୁ ମଧ୍ୟ ଅପମାନିତ କରିବାକୁ ପଛାଇ ନାହାନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେନାର ଯବାନ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାମ କରୁଥିବା ଅଭିଯୋଗ ଆଣିଛନ୍ତି ମମତା ।

ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି, ଗୃହମନ୍ତ୍ରୀ ନିଜେ CRPF, BSF ଏବଂ ଅନ୍ୟ ଯବାନମାନଙ୍କୁ କେବଳ ବିଜେପି ଓ ଏହାର ଗୁଣ୍ଡମାନଙ୍କୁ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି । ନିରବତା ପାଇଁ ମୁଁ ମୋର ନିର୍ବାଚନ ଆୟୋଗକୁ କ୍ଷମା ମାଗୁଛି । ଆମେ ଏତେ ସଂଖ୍ୟକ ଚିଠି ଦେଇଛୁ କିନ୍ତୁ ସେମାନେ ବିଜେପି ପ୍ରାର୍ଥୀଙ୍କୁ ଏକପାଖିଆ ସମର୍ଥନ କରୁଛନ୍ତି ବୋଲି ନିଜ ଅଭିଯୋଗରେ କହିଛନ୍ତି ଦିଦି ।

ମମତା କହିଛନ୍ତି, ଆମେ ପୂର୍ବରୁ ନିର୍ବାଚନ ଆୟୋଗଙ୍କ ନିକଟରେ 63ଟି ଅଭିଯୋଗ ପତ୍ର ଦାଖଲ କରିଛୁ। ମୁଁ ନନ୍ଦିଗ୍ରାମ ବିଷୟରେ ଚିନ୍ତିତ ନୁହେଁ, କିନ୍ତୁ ଗଣତନ୍ତ୍ର ପାଇଁ ମୁଁ ଚିନ୍ତିତ | ମୁଁ 'ମା ମାଟି ମାନୁଷ'ର ଆଶୀର୍ବାଦ ସହିତ ନନ୍ଦିଗ୍ରାମ ଜିତିବି ବୋଲି ଜୋର ଦେଇ କହିଛନ୍ତି ଦିଦି । ସେହିପରି ନିର୍ବାଚନ ଆୟୋଗକୁ ଚ୍ୟାଲେଞ୍ଜ କରି ଦିଦି କହିଛନ୍ତି, ଆପଣ ଯେତେ ବି ପ୍ରୟାସ କରନ୍ତୁ, ହେଲେ ବିଜେପି ଜିତିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.