ETV Bharat / bharat

Nuh violence: ହିଂସାରେ ସମ୍ପୃକ୍ତ କଂଗ୍ରେସ ବିଧାୟକ ! ଗୃହମନ୍ତ୍ରୀ ଅନିଲ ବିଜ୍‌ ଆଣିଲେ ଅଭିଯୋଗ - ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ

ହରିୟାଣା ନୁହ ହିଂସାରେ କଂଗ୍ରେସ ବିଧାୟକ ମମନ ଖାନଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲେ ଗୃହମନ୍ତ୍ରୀ ଅନିଲ ବିଜ । କାଲି ଜେରା କରିବ ପୋଲିସ । ଅଧିକ ପଢନ୍ତୁ

କଂଗ୍ରେସ ବିଧାୟକଙ୍କୁ ସମ୍ପୃକ୍ତି ଅଭିଯୋଗ କଲେ ରାଜ୍ୟ ଗୃହମନ୍ତ୍ରୀ ଅନିଲ ବିଜ

author img

By ETV Bharat Odisha Team

Published : Aug 29, 2023, 10:15 PM IST

Nuh violence: ହିଂସାରେ ସମ୍ପୃକ୍ତ କଂଗ୍ରେସ ବିଧାୟକ ! ଗୃହମନ୍ତ୍ରୀ ଅନିଲ ଆଣିଲେ ଅଭିଯୋଗ

ଚଣ୍ଡିଗଡ଼: ହରିୟାଣାର ନୁହ ଜିଲ୍ଲାରେ ଗତମାସରେ ଦେଖାଯାଇଥିବା ସାମ୍ପ୍ରାଦିୟକ ହିଂସା ପଛରେ ରହିଛି କଂଗ୍ରେସ ବିଧାୟକଙ୍କ ହାତ । ଏପରି ଏକ ଅଭିଯୋଗ ସିଧା ରାଜ୍ୟ ଗୃହମନ୍ତ୍ରୀ ଅନିଲ ବିଜ ଉଠାଇଛନ୍ତି । କଂଗ୍ରେସ ବିଧାୟକ ମମନ ଖାନ ସିଧାସଳଖ ହିଂସା ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଜ୍ୟ ଗୃହମନ୍ତ୍ରୀ । ବିଧାୟକ ଖାନ ଜୁଲାଇ 28, 29 ଏବଂ 30 ତାରିଖରେ ନୁହ ଗସ୍ତ କରିଥିଲେ । ତାର ଠିକ ପରଦିନ (31 ତାରିଖ)ରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ତେଣୁ ସେ ହିଂସା ଷଡଯନ୍ତ୍ରରେ ସମ୍ପୃକ୍ତ ରହିଥିବା କହିଛନ୍ତି ଅନିଲ ।

କେବଳ ହିଂସା ପୂର୍ବବର୍ତ୍ତୀ ଦିନ ନୁହେଁ ବରଂ ଅନିଲ କହିଛନ୍ତି, ନହୁ ହିଂସା ପରେ କଂଗ୍ରେସ ବିଧାୟକ ମମନ ଖାନ ଫେସବୁକରେ ଏକ ପୋଷ୍ଟ କରିଥିଲେ । କହିଥିଲେ,‘‘ମୁଁ ବିଧାନସଭାରେ ମଧ୍ୟ ତୁମ ପାଇଁ ଲଢିଥିଲି, ମୁଁ ମଧ୍ୟ ଏଠି ଚାଲିଥିବା ଯୁଦ୍ଧରେ ତୁମ ସହିତ ଅଛି ।’’ ଏହାର ଅର୍ଥ ସେ ଦଙ୍ଗାକାରୀଙ୍କ ସହ ସମ୍ପର୍କରେ ରହିଛନ୍ତି । ସେହିପରି ହିଂସା ଘଟଣାର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅନିଲ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 510 ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଲାଣି । ଏହା ବ୍ୟତୀତ ପ୍ରାୟ 130 ରୁ 140 ଟି ଏତଲା (FIR) ପଞ୍ଜିକୃତ ହୋଇ ତଦନ୍ତ ଜାରି ରହିଛି । ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି ।

ଏବେ କଂଗ୍ରେସ ନେତାଙ୍କ ହାତ ଥିବା ସନ୍ଦେହ ଉଠିବା ପରେ ହରିୟାଣା ପୋଲିସ ଆସନ୍ତାକାଲି (30 ସେପ୍ଟେମ୍ବର) ରେ ଏହି କଂଗ୍ରେସ ବିଧାୟକଙ୍କୁ ପଚରାଉଚରା କରିବାକୁ ନୋଟିସ ଜାରି କରିସାରିଛି । ହିଂସା ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରି ଅନିଲ ବିଜ କହିଛନ୍ତି, ଯେତେବେଳେ ହରିୟାଣାରେ କଂଗ୍ରେସ ସରକାର ଥିଲା ଓ ଭୂପେନ୍ଦ୍ର ସିଂ ହୁଡ୍ଡା ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ମଧ୍ୟ ନହୁରେ ହିଂସା ହୋଇଥିଲା । ହେଲେ ସମ୍ପର୍କରେ ଆଜି ପର୍ଯ୍ୟନ୍ତ ଭୂପେନ୍ଦ୍ର ହୁଡ୍ଡା କୌଣସି ଉତ୍ତର ରଖିଲେ ନାହିଁ ।

ଏହା ମଧ୍ୟ ପଢନ୍ତୁ :-ହରିୟାଣା ହିଂସା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି, ନୁହରେ ଜାରି ହେଲା କର୍ଫ୍ୟୁ

ଜୁଲାଇ 31 ତାରିଖରେ ନୁହଁ ଜିଲ୍ଲାରେ ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ଆୟୋଜିତ ଏକ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟିଥିଲା । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ପଥରମାଡ଼ କରିବା ପରେ ଭୟଙ୍କର ସଂଘର୍ଷ ଘଟିଥିଲା । ଏଥିରେ 2 ପୋଲିସ କର୍ମୀଙ୍କ ସମେତ ମୋଟ 6 ଜଣଙ୍କ ମୃତ୍ୟୁ ହୋଇଥିଲା । ଏକାଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏକାଧିକ ଗାଡ଼ିରେ ମଧ୍ୟ ଦଙ୍ଗାକାରୀ ନିଆଁ ଲଗାଇ ଦେଇଥିଲେ । ଏହି ହିଂସାର ପ୍ରଭାବ ରାଜଧାନୀ ଦିଲ୍ଲୀ ସମେତ ଗୁରୁଗ୍ରାମ ଓ ଉତ୍ତର ଭାରତରେ ମଧ୍ୟ ଅନୁଭୂତ ହୋଇଥିଲା । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାର ତଦନ୍ତ ଆତଙ୍କୀ ଲିଙ୍କ୍‌ ଦିଗରୁ କରିବା ପାଇଁ ହିନ୍ଦୁ ସଂଗଠନ ଦାବି କରିଥିଲେ । ଏବେ ସୁଦ୍ଧା ଏହି ହିଂସାକାଣ୍ଡରେ ପ୍ରାୟ 5 ଶହ ଗିରଫ ହୋଇସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.