ETV Bharat / bharat

ତେଲେଙ୍ଗାନାରେ ଜାନୁୟାରୀ ୩୦ ଯାଏଁ ସ୍କୁଲ କଲେଜ ବନ୍ଦ - ତେଲେଙ୍ଗାନାରେ ଜାନୁୟାରୀ ୩୦ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ

କୋରୋନା ମହାମାରୀର ତୃତୀୟ ଲହରରେ ସଂକ୍ରମଣକୁ ଦୃଷ୍ଟିରେ ରଖି ତେଲେଙ୍ଗାନାରେ ଆସନ୍ତା ଜାନୁୟାରୀ ୩୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରାଯାଇଛି। ଅଧିକ ପଢନ୍ତୁ

ତେଲେଙ୍ଗାନାରେ ଜାନୁୟାରୀ ୩୦ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ

author img

By

Published : Jan 16, 2022, 5:29 PM IST

ହାଇଦ୍ରାବାଦ: ଜାନୁୟାରୀ ୩୦ ପର୍ଯ୍ୟନ୍ତ ତେଲେଙ୍ଗାନାରେ ସ୍କୁଲ କଲେଜ ବନ୍ଦ । କୋରୋନା ମହାମାରୀର ତୃତୀୟ ଲହରରେ ସଂକ୍ରମଣକୁ ଦୃଷ୍ଟିରେ ରଖି ତେଲେଙ୍ଗାନାରେ ଆସନ୍ତା ଜାନୁୟାରୀ ୩୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରାଯାଇଛି। ରବିବାର ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ସେପଟେ ଆସନ୍ତାକାଲି କୋରୋନାକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ ବସିବ।

ତେଲେଙ୍ଗାନା ସରକାରଙ୍କ ମୁଖ୍ୟ ଶାସନ ସଚିବ ସୋମେଶ କୁମାର ଛୁଟି ଅବଧିକୁ ବୃଦ୍ଧି ଘୋଷଣା କରି କହିଛନ୍ତି ଯେ ରାଜ୍ୟରେ ଗତ ଜାନୁୟାରୀ ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ପୋଙ୍ଗଲ ଛୁଟି ଘୋଷଣା କରାଯାଇଥିଲା। ତେବେ ବର୍ତ୍ତମାନ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଛି ଏହାକୁ ଦୃଷ୍ଟିରେ ରଖି ସରକାର ଶିକ୍ଷାନୁଷ୍ଠାନର ଛୁଟି ଅବଧିକୁ ବୃଦ୍ଧି କରିଛନ୍ତି । ଏହା ଆସନ୍ତା ଜାନୁୟାରୀ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେପଟେ ରାଜ୍ୟରେ ଆସନ୍ତା ସୋମବାର ଅର୍ଥାତ ୧୭ ତାରିଖ ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କ୍ୟାବିନେଟ ବୈଠକ ଡାକିଛନ୍ତି । ରାଜ୍ୟରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ନେଇ ଆଲୋଚନା କରାଯିବ।

କୋରୋନାକୁ ରାଜ୍ୟରେ କିଭଳି ମୁକାବିଲା କରାଯିବ ସହ ଅନଲାଇନ ଶିକ୍ଷା ସହ ଅନ୍ୟାନ୍ୟ କୋଭିଡ ଗାଇଡଲାଇନକୁ ନେଇ ଆଲୋଚନା କରାଯିବ ସମ୍ଭାବନା ରହିଛି। ସୂଚନାଥାଉକି ଶନିବାର ତେଲେଙ୍ଗାନାରେ ୧୯୬୩ ସଂକ୍ରମିତ ଚିହ୍ନଟ ହୋଇଥିଲେ । ରାଜ୍ୟରେ ବର୍ତ୍ତମାନ ୨୨୦୧୭ କୋରୋନା ସଂକ୍ରମିତି ସକ୍ରିୟ ରହିଛନ୍ତି । ରାଜ୍ୟରେ ବର୍ତମାନ ସଂକ୍ରମଣ ହାର ୦.୫୭ ପ୍ରତିଶତ ରହିଛି।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.