ETV Bharat / bharat

Ramoji Film City: ଏପ୍ରିଲ ୨୧ରୁ ହଲି ଡେ' କାର୍ଣ୍ଣିଭାଲ ଆରମ୍ଭ

author img

By

Published : Apr 18, 2022, 2:06 PM IST

ବିଶ୍ବର ସର୍ବବୃହତ ଫିଲ୍ମ ସିଟି ରାମୋଜି ଫିଲ୍ମ ସିଟିରେ ଆସନ୍ତା ଏପ୍ରିଲ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର କାର୍ଣ୍ଣିଭାଲ । ଏଥିରେ ପର୍ଯ୍ୟଟକଙ୍କ ପାଇଁ ଭରପୁର ମନୋରଞ୍ଜନ ରହିଥିବା ବେଳେ କଣ ସବୁ ଆକର୍ଷଣୀୟ ପ୍ୟାକେଜ ରହିଛି ଜାଣନ୍ତୁ । ଅଧିକ ପଢନ୍ତୁ

Ramoji Film City: ଏପ୍ରିଲ ୨୧ରୁ ହଲି ଡେ' କାର୍ଣ୍ଣିଭାଲ ଆରମ୍ଭ
Ramoji Film City: ଏପ୍ରିଲ ୨୧ରୁ ହଲି ଡେ' କାର୍ଣ୍ଣିଭାଲ ଆରମ୍ଭ

ହାଇଦ୍ରାବାଦ: ବିଶ୍ବର ସର୍ବବୃହତ ଫିଲ୍ମ ସିଟି ଭାବେ ବେଶ ଖ୍ୟାତି ଅର୍ଜନ କରିଛି ତେଲେଙ୍ଗାନାରେ ଅବସ୍ଥିତ ରାମୋଜୀ ଫିଲ୍ମ ସିଟି । ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇ ଦେବା ପାଇଁ ଫିଲ୍ମ ସିଟିରେ ଋତୁ ଓ ପର୍ବ ଅନୁଯାୟୀ ବିଭିନ୍ନ ଉତ୍ସବର ଆୟୋଜନ କରାଯାଏ । ଏହାରି ମଧ୍ୟରେ ଆସନ୍ତା ଏପ୍ରିଲ ୨୧ ତାରିଖରୁ ଫିଲ୍ମ ସିଟିରେ ଆରମ୍ଭ ହେବାକୁ ଯାଉଛି ହଲି ଡେ' କାର୍ଣ୍ଣିଭାଲ(Ramoji Film City brings Holiday Carnival) । ଏହି ଉତ୍ସବ ଏପ୍ରିଲ ୨୧ରୁ ଜୁନ ୫ ତାରିଖ ପର୍ଯ୍ୟନ୍ତ ମୋଟ ୪୬ ଦିନ ଧରି ଆୟୋଜିତ ହେବାକୁ ଯାଉଛି । ଏଥିରେ ପର୍ଯ୍ୟଟକଙ୍କ ପାଇଁ ଅନେକ ମନୋରଞ୍ଜନ କାର୍ଯ୍ୟକଳାପ ରହିଛି ।

ରାମୋଜି ଫିଲ୍ମ ସିଟିରେ ଏପ୍ରିଲ ୨୧ରୁ ହଲି ଡେ' କାର୍ଣ୍ଣିଭାଲ ଆରମ୍ଭ

ପର୍ଯ୍ୟଟକଙ୍କ ପାଇଁ ମଜାଳିଆ କାର୍ଯ୍ୟକଳାପ ସହ ଲାଇଭ ଶୋ', ଷ୍ଟଣ୍ଟ ଶୋ, ଫନ ରାଇଡ୍ସ, ଗେମ୍ସ ଓ ଦୁଃସାହସିକପୂର୍ଣ୍ଣ କାର୍ଯ୍ୟ ମଧ୍ୟ ରହିଛି । ଏହାସହ ପର୍ଯ୍ୟଟକଙ୍କୁ ବିଶାଳ ବାହୁବଳୀ ସେଟ୍‌ ମଧ୍ୟ ଦେଖିବାର ସୁଯୋଗ ପାଇବେ । ଫିଲ୍ମ ସିଟିରେ ଆକର୍ଷଣୀୟ ଫୁଲ ବଗିଚାକୁ ମଧ୍ୟ ଭରପୂର ଉପଭୋଗ କରିପାରିବେ । ଏହି ଛୁଟିଦିନିଆ ଉତ୍ସବ ଏପ୍ରିଲ ୨୧ରୁ ଲଗାତାର ଭାବେ ୪୬ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡ଼ିଛି ।

ହାପି ଷ୍ଟ୍ରିଟ, ଉତ୍ସବ, ସନ୍ଧ୍ୟା ସମୟରେ ମସ୍ତି

ଫିଲ୍ମ ସିଟି ମଧ୍ୟରେ ଏହି ଉତ୍ସବକୁ ଲକ୍ଷ୍ୟ କରାଯାଇ ସ୍ବତନ୍ତ୍ର ଭାବେ ହାପି ଷ୍ଟ୍ରିଟ(Happy Street) ନିର୍ମାଣ କରାଯାଇଛି । ଏଥିରେ ପର୍ଯ୍ୟଟକଙ୍କ ପାଇଁ ଫନ୍‌ ଗେମ୍ସ ସହ ଷ୍ଟ୍ରିଟ ଶୋ', ଲାଇଭ ଫୁଡ କାଉଣ୍ଟରର ମଧ୍ୟ ଆୟୋଜନ କରାଯାଇଛି । ପର୍ଯ୍ୟଟକଙ୍କୁ ଏକ ସୁନ୍ଦର ସ୍ମୃତି ଯୋଗାଇ ଦେବା ପାଇଁ ଏଠାରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପର୍ଯ୍ୟଟକଙ୍କୁ ମନୋରଞ୍ଜନ ଯୋଗାଇବା ପାଇଁ ନୃତ୍ୟଶିଳ୍ପୀ ମଧ୍ୟ ଉପସ୍ଥିତ ରହିଛନ୍ତି । ସନ୍ଧ୍ୟା ସମୟରେ ଫିଲ୍ମ ସିଟିକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇ ପର୍ଯ୍ୟଟଙ୍କ ଛୁଟି ଦିନକୁ ଆହୁରି ରଙ୍ଗୀନ କରିବାର ବ୍ୟବସ୍ଥା ମଧ୍ୟ ହୋଇଛି । ଦିନ ଓ ସନ୍ଧ୍ୟା ସମୟର ଭ୍ରମଣକୁ ଆହୁରି ସରସ ଓ ସୁନ୍ଦର କରିବା ପାଇଁ ଫିଲ୍ମ ସିଟିରେ ଅନେକ ପ୍ୟାକେଜର ବ୍ୟବସ୍ଥା ହୋଇଛି ।

କଣ ରହିଛି ପ୍ୟାକେଜ ?

  • ହଲି ଡେ କାର୍ଣ୍ଣିଭାଲ ଡେ ଟ୍ୟୁର(ସକାଳ ୯ଟାରୁ ରାତି ୮ଟା)

ଏହି ପ୍ୟାକେଜ ମଧ୍ୟରେ ପର୍ଯ୍ୟଟକଙ୍କୁ ଦିନ ସାରା ମଜାଳିଆ କାର୍ଯ୍ୟକ୍ରମ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ଏଥିରେ ଫନ୍‌ ଗେମ୍ସ ସହ ଷ୍ଟ୍ରିଟ ଶୋ', ଲାଇଭ ଫୁଡ କାଉଣ୍ଟର ଅନ୍ତର୍ଭୁକ୍ତ ହୋଇଛି । ଅତିଥିମାନେ ନନ୍‌ ଏସି ବସ୍, ସୁଟିଙ୍ଗ୍ ସ୍ଥାନ ଏବଂ ବଗିଚା, ରାମୋଜି ଚଳଚ୍ଚିତ୍ର ମ୍ୟାଜିକ୍ (ଆକ୍ସନ୍ ଥିଏଟର, ସ୍ପେସ୍ ଯାତ୍ରା ଏବଂ ଫିଲ୍ମି ଦୁନିୟା), ମନୋରଞ୍ଜନ ଶୋ (ସ୍ପିରିଟ ଅଫ ରାମୋଜି, ୱାଇଲ୍ଡ ୱେଷ୍ଟ ଷ୍ଟଣ୍ଟ ଶୋ, ଡୋମ ଶୋ ଆଣ୍ଡ୍ ଲାଇଟ୍ କ୍ୟାମେରା ଆକ୍ସନ୍, ଇକୋ-ଜୋନ୍ ବାର୍ଡ ପାର୍କ ମଧ୍ୟ ଦର୍ଶକ ପରିଦର୍ଶନ କରିବେ । ଏହାସହ ପ୍ରଜାପତି ପାର୍କ ଏବଂ ବୋନସାଇ ଗାର୍ଡେନ୍, ପିଲାମାନଙ୍କ ପାଇଁ ଆକର୍ଷଣୀୟ ଫଣ୍ଡୁସ୍ତାନ(Fundustan), ରେନ୍‌ ଡ୍ୟାନ୍ସ ଏବଂ ବାହୁବଳୀ ସେଟ୍ ପରିଦର୍ଶନ ରହିଛି ।

  • ହଲି ଡେ କାର୍ଣ୍ଣିଭାଲ ଷ୍ଟାର ଅନୁଭବ(ସକାଳ ୯ଟାରୁ ରାତି ୮ଟା)

ଏହି ପ୍ୟାକେଜ ପର୍ଯ୍ୟଟକଙ୍କୁ ଷ୍ଟାର ଅନୁଭବ ଦେବ । ଏହି ପ୍ରିମିୟମ ପ୍ୟାକେଜରେ ପର୍ଯ୍ୟଟକମାନେ ବିଭିନ୍ନ ଶୋ'କୁ ଯିବାକୁ ଅନୁମତି ରହିବା ସହ ବଫେ ଶୈଳୀରେ ମଧ୍ୟହ୍ନ ଭୋଜନ(buffet lunch) କରିପାରିବେ । ଏହି ପର୍ଯ୍ୟଟକଙ୍କୁ ଏସି ବସ୍‌ର ସୁବିଧା ଯୋଗାଇ ଦିଆଯିବ । ଅତିଥିମାନେ ଏସି ବସରେ ସୁଟିଙ୍ଗ୍ ସ୍ଥାନ ଏବଂ ବଗିଚା, ରାମୋଜି ଚଳଚ୍ଚିତ୍ର ମ୍ୟାଜିକ୍ (ଆକ୍ସନ୍ ଥିଏଟର, ସ୍ପେସ୍ ଯାତ୍ରା ଏବଂ ଫିଲ୍ମି ଦୁନିୟା), ମନୋରଞ୍ଜନ ଶୋ (ସ୍ପିରିଟ ଅଫ ରାମୋଜି, ୱାଇଲ୍ଡ ୱେଷ୍ଟ ଷ୍ଟଣ୍ଟ ଶୋ, ଡୋମ ଶୋ ଆଣ୍ଡ୍ ଲାଇଟ୍ କ୍ୟାମେରା ଆକ୍ସନ୍, ଇକୋ-ଜୋନ୍ ବାର୍ଡ ପାର୍କ ମଧ୍ୟ ଦର୍ଶକ ପରିଦର୍ଶନ କରିବେ । ଏହାସହ ପ୍ରଜାପତି ପାର୍କ ଏବଂ ବୋନସାଇ ଗାର୍ଡେନ୍, ପିଲାମାନଙ୍କ ପାଇଁ ଆକର୍ଷଣୀୟ ଫଣ୍ଡୁସ୍ତାନ(Fundustan), ରେନ୍‌ ଡ୍ୟାନ୍ସ ଏବଂ ବାହୁବଳୀ ସେଟ୍ ପରିଦର୍ଶନ ରହିଛି । ତେବେ ଏମାନଙ୍କ ପାଇଁ ଏକ ସ୍ବତନ୍ତ୍ର ମନୋରଞ୍ଜନପୂର୍ଣ୍ଣ ସନ୍ଧ୍ୟାର ଆୟୋଜନ କରାଯାଇଛି ।

  • ହଲି ଡେ କାର୍ଣ୍ଣିଭାଲ ଷ୍ଟାର ଅନୁଭବ-ଇଭିନିଂ (ଅପରାହ୍ନ ୧ଟାରୁ ରାତି ୮ଟା)

ଏହି ପ୍ୟାକେଜରେ ମଧ୍ୟ ପର୍ଯ୍ୟଟକ ଏସି ବସରେ ଯିବାର ସୁଯୋଗ ପାଇବେ । ଅନ୍ୟ ପ୍ୟାକେଜ ଭଳି ଏଥିରେ ମଧ୍ୟ ସମାନ ଶୋ' ଓ ମଜାଳିଆ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଛି । ଏମାନଙ୍କ ପାଇଁ କାର୍ଣ୍ଣିଭାଲ ପରେଡ ଓ ସନ୍ଧ୍ୟା ସମୟରେ ଅନେକ ମନୋରଞ୍ଜନର ବ୍ୟବସ୍ଥା କରାଯାଇଛି ।

  • ହଲି ଡେ କାର୍ଣ୍ଣିଭାଲ ଟ୍ବିଲାଇଟ ଡିଲାଇଟ( ଅପରାହ୍ନ ୨ଟାରୁ ରାତି ୮ଟା)

ଏହି ପ୍ୟାକେଜରେ ପର୍ଯ୍ୟଟକଙ୍କ ପାଇଁ ଏକ ସ୍ବତନ୍ତ୍ର ସନ୍ଧ୍ୟା ସମୟର ଆୟୋଜନ କରାଯାଇଛି । ଏଥିରେ ଲେଜର ଶୋ' ଓ ଗାଲା ଡିନର(ରାତ୍ରି ଭୋଜନ)ର ବ୍ୟବସ୍ଥା ହୋଇଛି । ପର୍ଯ୍ୟଟକମାନେ ଏହି ପ୍ୟାକେଜରେ ମଧ୍ୟ ରାମୋଜି ଫିଲ୍ମ ମ୍ୟାଜିକରେ ଆକ୍ସନ ଥିଏଟର, ସ୍ପେଶ ଯାତ୍ରା ଓ ଫିଲ୍ମ ଦୁନିଆ ଆଦିର ଭରପୂର ମଜା ଉଠାଇପାରିବେ ।

  • ରହଣି ପାଇଁ ଆକର୍ଷଣୀୟ ପ୍ୟାକେଜ(Attractive Stay Packages)

ଫିଲ୍ମ ସିଟିରେ ଯଦି ପର୍ଯ୍ୟଟକ କିଛି ଦିନ ରହିବାକୁ ଚାହୁଁଛନ୍ତି, ତେବେ ସେଥିପାଇଁ ମଧ୍ୟ ସ୍ବତନ୍ତ୍ର ପ୍ୟାକେଜ ରହିଛି । ବିଳାସପୂର୍ଣ୍ଣ ହୋଟେଲ-ସିତାରା, ଆରାମଦାୟକ ହୋଟେଲ - ତାରା, ଶାନ୍ତିନିକେତନ - ଏକ ବଜେଟ୍ ହୋଟେଲ, ବସୁନ୍ଧରା ଭିଲ୍ଲା - ଫାର୍ମ ହାଉସ୍, ଗ୍ରୀନ୍ସ ଇନ୍ - ଏକ ଆରାମଦାୟକ ରହଣି ଏବଂ ସାହାରା- ଅଂଶୀଦାର ଆବାସ ବା ଏକ ଗୋଷ୍ଠୀଙ୍କ ପାଇଁ ଉତ୍କୃଷ୍ଟ ହୋଟେଲ ଭଳି ଅନେକ ଆକର୍ଷଣୀୟ ହୋଟେଲ ରହଣି ପ୍ୟାକେଜ୍ ଉପଲବ୍ଧ ରହିଛି ।

ତେବେ ଏହି ପ୍ୟାକେଜ ଓ ଭ୍ରମଣ ସମ୍ପର୍କରେ ଅଧିକ ସୂଚନା ପାଇବା ପାଇଁ www.ramojifilmcity.com ରେ ଲଗ ଇନ କିମ୍ବା 1800 120 2999 ଫୋନ ନଂରେ ଯୋଗାଯୋଗ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.