ETV Bharat / bharat

ରେଳ ଷ୍ଟେସନରେ ବିଳମ୍ବରେ ପହଞ୍ଚିବାରୁ ଖେଳାଇଲେ ବୋମା ଆତଙ୍କ, ଭାରତୀୟ ବାୟୁସେନା ଅଧିକାରୀ ଗିରଫ

author img

By

Published : Jan 22, 2023, 11:37 AM IST

ନୂଆଦିଲ୍ଲୀ ରେଳ ଷ୍ଟେସନରୁ ମୁମ୍ବାଇ ଅଭିମୁଖେ ବାହାରୁଥିବା ରାଜଧାନୀ ଏକ୍ସପ୍ରେସରେ ବୋମା ଆତଙ୍କ ଗୁଜବ । ଘଟଣା ପଛର ପ୍ରକୃତ ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ଅଧିକ ପଢ଼ନ୍ତୁ

rajdhani express
ରାଜଧାନୀ ଏକ୍ସପ୍ରେସ

ନୂଆଦିଲ୍ଲୀ: ରାଜଧାନୀ ଏକ୍ସପ୍ରେସରେ ବୋମା ଆତଙ୍କ । ନୂଆଦିଲ୍ଲୀ ରେଳ ଷ୍ଟେସନରୁ ମୁମ୍ବାଇ ଅଭିମୁଖେ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ ବୋମା ଥିବା ନେଇ ସୂଚନା ଦିଆଯାଇଥିଲା । ଏହି ଖବର ଶୁଣିବା ପରେ ଭୟର ଆତଙ୍କ ଖେଳି ଯାଇଥିଲା । ଖବର ପାଇବା ପରେ ସୁରକ୍ଷାକର୍ମୀ ଉକ୍ତ ଟ୍ରେନର ଯାଞ୍ଚ କରିବା ପରେ ଖବରଟି ମିଥ୍ୟା ବୋଲି ଜଣାପଡ଼ିଥିଲା । ଏହି ମାମଲାରେ ପୋଲିସ ଭାରତୀୟ ବାୟୁସେନାର ଜଣେ ଅଧିକାରୀଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ଶନିବାର ଅପରାହ୍ନ 4.48ରେ ନୂଆଦିଲ୍ଲୀ ରେଳ ଷ୍ଟେସନରୁ ରାଜଧାନୀ ଏକ୍ସପ୍ରେସ ଟ୍ରେନ ମୁମ୍ବାଇ ଯିବା ପାଇଁ ବାହାରୁଥିଲା । ଏହି ସମୟରେ ଟ୍ରେନରେ ବୋମା ଥିବା ନେଇ ପିସିଆର କମାଣ୍ଡ ରୁମ ପୋଲିସକୁ ସୂଚନା ଦେଇଥିଲା । ଟ୍ରେନରେ ବୋମା ଥିବା ଖବର ପାଇବା ପରେ ରେଳ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏହା ପରେ ରେଳ ବିଭାଗ ପକ୍ଷରୁ ତତ୍କାଳ ରେଲୱେ ଓ ବୋମା ନିରୋଧକ ଟିମକୁ ସୂଚନା ଦିଆଗଲା । ଘଟଣାସ୍ଥଳରେ ପହଞ୍ଚି ଟ୍ରେନର ଯାଞ୍ଚ କରିଥିଲେ । ରେଳ ସୁରକ୍ଷା ବଳ ମଧ୍ୟ ଏହି ଯାଞ୍ଚରେ ସାମିଲ ହୋଇଥିଲା । କିନ୍ତୁ ଏଥିରେ କୌଣସି ବୋମା ନଥିବା ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜଣାପଡ଼ିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଝାଡଖଣ୍ଡ ସାହିବଗଞ୍ଜରେ ଗଙ୍ଗା ବିଳାସ କ୍ରୁଜ: ବିଦେଶୀ ପର୍ଯ୍ୟଟକଙ୍କୁ ଭବ୍ୟ ସ୍ବାଗତ

ଡେପୁଟି କମିଶନର ହରିଶ ଏଚପି କହିଛନ୍ତି," ବୋମା ଆତଙ୍କ ନେଇ ଫୋନ ଆସିଥିବା ମୋବାଇଲ ନମ୍ବରକୁ ଚିହ୍ନଟ କରାଯାଇଛି । ଭାରତୀୟ ବାୟୁସେନାର ଜଣେ ଅଧିକାରୀ ସୁନୀଲ ସାଙ୍ଗବାନ ଏହି ଫୋନକଲ କରିଥିବା ଜଣାପଡ଼ିଛି । ପୋଲିସର ସୂଚନା ଅନୁସାରେ, ସୁନୀଲ ସାଙ୍ଗବାନ ମୁମ୍ବାଇର ସାନ୍ତାକ୍ରୁଜ ସ୍ଥିତ ଏୟାରଫୋର୍ସ ଷ୍ଟେସନରେ ତାଙ୍କ ପୋଷ୍ଟିଂ ସ୍ଥାନକୁ ଯିବା ପାଇଁ ଟ୍ରେନରେ ଚଢ଼ିବାକୁ ଯାଉଥିଲେ । ନିଶାସକ୍ତ ଯୋଗୁଁ ସେ ବିଳମ୍ବରେ ରେଳ ଷ୍ଟେସନରେ ପହଞ୍ଚିଥିଲେ । ତେଣୁ ବିଳମ୍ବରେ ଟ୍ରେନ ଛାଡ଼ିବାକୁ ସେ ବୋମା ଗୁଜବ ପ୍ରଚାର କରିଥିଲେ ।’’

ଏହା ମଧ୍ୟ ପଢ଼ନ୍ତୁ: Tripura Assembly Election: ଏକାକୀ ଲଢିବ TMC, ପ୍ରଚାର କରିବେ ମମତା ବାନାର୍ଜୀ

ଏନେଇ ଡିସିପି କହିଛନ୍ତି, "କଲ କରିଥିବା ବ୍ୟକ୍ତିଙ୍କୁ କୋଚ୍ ବି-9 ସିଟ୍‌ ନମ୍ବର-1ରୁ ଚିହ୍ନଟ କରାଯାଇଥିଲା । ତାଙ୍କଠାରୁ ଭାରତୀୟ ବାୟୁସେନାର ଆଇଡି କାର୍ଡ ମଧ୍ୟ ଚିହ୍ନଟ କରାଯାଇଛି । ଏଥିସହ ସୁନୀଲଙ୍କ ଫୋନ ମଧ୍ୟ ଜବତ କରାଯାଇଛି । ଉକ୍ତ ବ୍ୟକ୍ତିଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ସେ ମଦ୍ୟପାନ କରିଥିବା ଜଣାପଡ଼ିଥିଲା ।" ସୁନୀଲଙ୍କୁ ଗିରଫ କରି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଡିସିପି ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.