ETV Bharat / bharat

ସିଏମ ବିଜୟନଙ୍କ ଐତିହାସିକ ବିଜୟ, କ୍ଷମତା ବଜାୟ ରଖିଲା LDF - କେରଳ ବିଧାନସଭା ନିର୍ବାଚନ

ଭୋଟ ଗଣତି ପରେ ଆସିଛି କେରଳ ନିର୍ବାଚନର ଫଳାଫଳ । ପ୍ରମାଣ ହୋଇଛି ସିଏମ ପିନାରାୟୀ ଦେଇଥିବା ଦୃଢୋକ୍ତି । ପୁଣି କ୍ଷମତାକୁ ବଜାୟ ରଖିଛି ଏଲଡିଏଫ । ଅଧିକ ପଢନ୍ତୁ...

କେରଳରେ ସିଏମ ପିନରାୟଙ୍କ ଐତିହାସିକ ବିଜୟ, କ୍ଷମତା ବଜାୟ ରଖିଲା LDF

author img

By

Published : May 2, 2021, 10:35 PM IST

ଥିରୁଅନନ୍ତପୁରମ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । କେରଳ ରାଜ୍ୟବାସୀ ନିଜ ସରକାରଙ୍କୁ ମନୋନୀତ କରିଛନ୍ତି । ଏଲଡିଏଫ ନେତା ତଥା ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଦେଇଥିବା ଦୃଢୋକ୍ତି ଶେଷରେ ସତ୍ୟ ପ୍ରମାଣିତ ହୋଇଛି । ଲଗାତାର 2ଥର ଶାସନଭାର ସମ୍ଭାଳିବ ବିଜୟନ । ତେବେ ପୂର୍ବରୁ ଏଲଡିଏଫ ଓ ୟୁଡିଏଫ ଆଗପଛ ହୋଇ ଶାସନ କରୁଥିବା ବେଳେ ପ୍ରଥମ ଥର ପାଇଁ ଏଲଡିଏଫ ଦୀର୍ଘ 40 ବର୍ଷ ପରେ ଲଗାତାର 2ଥର ବିଜୟ ହାସଲ କରିଛି । ରାଜ୍ୟରେ ସିପିଆଇ ନେତୃତ୍ବାଧୀନ ଏଲଡିଏଫ ଓ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ ଉଭୟଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲେ ମଧ୍ୟ ୟୁଡ଼ିଏଫକୁ ମାତ ଦେଇଛି ଏଲଡିଏଫ । ତେବେ ଏଲଡ଼ିଏଫ ରାଜ୍ୟର ମୋଟ 140ଟି ଆସନ ମଧ୍ୟରୁ 99ଟି ଆସନକୁ ହାତେଇଛି ।

ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ 90 ସିଟରେ ଆଗୁଆ ରହିଥିଲା ଏଲଡିଏଫ । ସମୟ ଗଡିବା ସହିତ ୟୁଡିଏଫ ମଧ୍ୟ କିଛି ଆସନ ବ୍ୟବଧାନରେ ଏଲଡ଼ିଏଫକୁ ଟକ୍କର ଦେଇଥିଲା । ମଧ୍ୟାହ୍ନ ସୁଦ୍ଧା ଏଲଡିଏଫ 89 ସିଟରେ ଆଗୁଆ ରହିଥିବା ବେଳେ ୟୁଡିଏଫ 48 ଓ ଏନଡିଏ 3ଟି ସିଟରେ ଆଗୁଆ ରହିଥିଲା । ସେହିପରି ଅପରାହ୍ନ ସୁଦ୍ଧା ଏଲଡିଏଫ 19 ସିଟରେ ଆଗୁଆ ରହି 81ଟି ସିଟରେ ବିଜୟ ଲାଭ କରିଥିବା ବେଳେ ୟୁଡିଏଫ 14ଟି ଆସନରେ ଆଗୁଆ ରହି 26ଟି ଆସନ ଜିତିଥିଲା । ଗତବର୍ଷ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ଗୋଟିଏ ଆସନକୁ ନିଜ ନାମରେ କରିଥିବା ବେଳେ ଚଳିତ ନିର୍ବାଚନରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ରାଜ୍ୟରେ ଖାତା ଖୋଲିପାରିନି ବିଜେପି ସରକାର ।

ବିଜେପି ରାଜ୍ୟର 3ଟି ବିଧାନସଭା ଆସନ ନେମୋମ, ପଲକ୍କଡ ଓ ଥ୍ରୀସୁର ନିର୍ବାଚନ ମଣ୍ଡଳୀରେ ଆଗୁଆ ରହିଥିଲା । ତେବେ ନେମୋମ ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ମିଜୋରାମ ଗଭର୍ଣ୍ଣର କୁମ୍ମାନାମ ରାଜାଶେଖରନ, ପଲକ୍କଡରୁ ଇ ଶ୍ରୀଧାରନ ଓ ଥ୍ରୀସୁରରୁ ସୁରେଶ ଗୋପି ନିର୍ବାଚନ ଲଢୁଥିଲେ । ଗତ 2016 ମସିହା ନିର୍ବାଚନ ମଣ୍ଡଳୀରୁ ବିଜେପି ନେତୃତ୍ବାଧୀନ ଏନଡିଏକୁ ମାତ୍ର ଗୋଟିଏ ଆସନରେ ବିଜୟ ଲାଭ କରିଥିବା ବେଳେ ଚଳିତ ନିର୍ବାଚନରେ ଏନଡିଏ 3ଟି ଆସନରେ ଆଗୁଆ ରହିଥିଲା । ମାତ୍ର ଶେଷରେ ରାଜ୍ୟରେ ଖାତା ଖୋଲିପାରିଲାନି ବିଜେପି । ଦେଶରେ ମେଟ୍ରୋ ରେଳ ବ୍ୟବସ୍ଥାକୁ ଡିଜାଇନ କରିଥିବା ଇଞ୍ଜିନିୟର ଇ ଶ୍ରୀଧରନଙ୍କ ଜରିଆରେ ବିଜେପି ପଲକ୍କଡରେ ଆଧିପତ୍ୟ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଥିଲା । ହେଲେ ଶ୍ରୀଧରନଙ୍କ ବିରୋଧରେ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ଶାଫି ପାରମ୍ବିଲ ମେଟ୍ରୋ ମ୍ୟାନଙ୍କୁ ପଛରେ ପକାଇ ପଲକ୍କଡକୁ ହାତେଇଛନ୍ତି ।

ତେବେ 2016 ନିର୍ବାଚନୀ ମଣ୍ଡଳୀରେ ଏଲଡିଏଫ 91ଟି ସିଟରେ ବିଜୟ ହାସଲ କରିଥିବା ବେଳେ ଚଳିତ ନିର୍ବାଚନରେ 99 ସିଟରେ ଐତିହାସିକ ବିଜୟ ହାସଲ କରିଛି । ସେହପରି ୟୁଡିଏଫ ଓ ଏନଡ଼ିଏ 2016 ମସିହାରେ ଯଥାକ୍ରମେ 47 ଓ 1ଟି ଆସନ ଜିତିଥିବା ବେଳେ ଚଳିତ ନିର୍ବାଚନରେ 41ଟି ଜିତିଛି । କିନ୍ତୁ ବିଜେପି ନେତୃତ୍ବାଧୀନ ଏନଡିଏ ଗତ ନିର୍ବାଚନରେ ଗୋଟିଏ ସିଟ ହାତେଇଥିବା ବେଳେ ଚଳିତ ଥର ଖାତା ଖୋଲିବାରେ ବିଫଳ ହୋଇଛି ।

ଚଳିତ ନିର୍ବାଚନରେ ରାଜ୍ୟରେ ସିପିଏମ ନେତୃତ୍ବାଧୀନ LDFର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଓ କଂଗ୍ରେସର ସି. ରଘୁନାଥ, ବିଜେପିର ସି.କେ ପଦ୍ମନାଭନ, ସିପିଏମର କେ.କେ ଶୈଳଜା ଓ କେ,ଟି ଜଲିଲ୍ , କଂଗ୍ରେସର ଉମେନ ଚାଣ୍ଡି ଓ ରମେଶ ଚେନ୍ନିଥାଲା ଓ ବିଜେପିର ଇ. ଶ୍ରୀଧରନ ଓ କେ.ସୁରେନ୍ଦ୍ରନ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ କଡା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ତେବେ ପ୍ରି-ପୋଲ ଓ ପୋଷ୍ଟ-ପୋଲ ଫଳାଫଳ ଅନୁସାରେ ସିପିଏମ ନେତୃତ୍ବାଧୀନ ଏଲଡ଼ିଏଫ ଦ୍ବିତୀୟ ଥର ଐତିହାସିକ ବିଜୟ ଲାଭ କରିବ ବୋଲି ଆକଳନ କରିଥିଲା । ତେବେ ପୂର୍ବରୁ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏଲଡିଏଫ ନିଶ୍ଚିତ ଭାବେ ଦ୍ବିତୀୟ ଥର ପାଇଁ ଐତିହାସିକ ବିଜୟ ହାସଲ କରିବ ବୋଲି କହିଥିବା ବେଳେ ନିର୍ବାଚନ ଫଳାଫଳକୁ ଅପେକ୍ଷା କରିବାକୁ ସେ କହିଥିଲେ ।

ସେପଟେ ୟୁଡିଏଫ ଏକ୍ସିଟ ପୋଲକୁ ଭୁଲ ଦର୍ଶାଇଥିବା ବେଳେ ସେ ପୁନର୍ବାର ଗାଦିକୁ ଫେରିବେ ବୋଲି ଦୃଢୋକ୍ତି ଦେଇଥିଲା । ରାଜ୍ୟରେ ଏକ୍ସିଟ ପୋଲ ସଠିକ ଆସେନାହିଁ, ଏହାର ଐତିହାସିକ ରେକର୍ଡ ରହିଛି ବୋଲି ଭୋଟ ଗଣତି ପ୍ରକ୍ରିୟା ପୂର୍ବରୁ କଂଗ୍ରେସ ନେତା ରମେଶ ଚେନ୍ନିଥାଲା କହିଥିଲେ । ଅନ୍ୟପଟେ ବିଜେପି ନେତୃତ୍ବାଧୀନ ଏନଡିଏ ଚଳିତ ନିର୍ବାଚନରେ ବିଜୟୀ ଲାଭ କରିବ ବୋଲି ମଧ୍ୟ ଆଶା ରଖିଥିଲା । ସେପଟେ ରାଜ୍ୟରେ ସାବରିମାଲା ମନ୍ଦିର ପ୍ରବେଶ, ରାଜ୍ୟ ସରକାରଙ୍କ ବିରୋଧରେ ଅନୁଗ୍ରହ, ପ୍ରିୟାପ୍ରୀତି ତୋଷଣ ଓ ଦୁର୍ନୀତି ଅଭିଯୋଗ ଓ ସାମାଜିକ କଲ୍ୟାଣ ପଦକ୍ଷେପ ଓ ନିପା, ବନ୍ୟା ଓ କୋରୋନା ମହାମାରୀ ବେଳେ ଦୃଢ ନେତୃତ୍ବ ପ୍ରସଙ୍ଗ ଏଥର ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.