ETV Bharat / bharat

121 ବର୍ଷ ପୂର୍ବେ କେରଳରେ ଲାଗିଥିଲା ଲକଡାଉନ

author img

By

Published : May 16, 2021, 1:43 PM IST

ଦେଶରେ ନୂଆ ନୁହେଁ ଲକଡାଉନ । 121 ବର୍ଷ ପୂର୍ବେ ବିବୋନିକ ନାମକ ମହାମାରୀକୁ ପ୍ରତିହତ କରିବା ପାଇଁ କେରଳରେ ଲାଗିଥିଲା ଲକଡାଉନ । ଅଧିକ ପଢନ୍ତୁ...

kerala
kerala

ଥିରୁବନନ୍ତପୁରମ: ଦେଶବ୍ୟାପୀ ଅଣାୟତ୍ତ ସ୍ଥିତିରେ ରହିଛି କୋରୋନା । ମହାମାରୀ ପ୍ରସାରକୁ ରୋକିବା ପାଇଁ ରାଜ୍ୟ ସରକାରମାନେ ଲକଡାଉନ ଘୋଷଣା କରିଛନ୍ତି । ତେବେ ଏହି ଲକଡାଉନ କିଛି ନୂଆ ନୁହେଁ, ଆଗରୁ ମଧ୍ୟ ଭାରତରେ ଲକଡାଉନ ଲାଗୁ ହୋଇଛି । 121 ବର୍ଷ ପୂର୍ବେ ବିବୋନିକ ମହାମାରୀକୁ ପ୍ରତିହତ କରିବା ପାଇଁ କେରଳରେ ଲାଗିଥିଲା ଏହି ଲକଡାଉନ । ଦସ୍ତାବିଜ ଓ ଏକ ଖବରକାଗଜ କ୍ଲିପିଂରୁ ଏନେଇ ସୂଚନା ମିଳିଛି ।

ଯଦିଓ ବର୍ତ୍ତମାନର ପୀଢି ମହାମାରୀକୁ ରୋକିବାକୁ ଲକଡାଉନ ପାଳନ କରୁଛନ୍ତି, କିନ୍ତୁ ପୂର୍ବରୁ ଲକଡାଉନ ଭଳି ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା ଇତିହାସ ସୂଚିତ କରେ । ମାଲାପୁରମ ଜିଲ୍ଲା କରିକ୍କଡ ପାଲିସେରି ମାନାର ଅଧିବାସୀ ମଞ୍ଜେରିର ଉନିକ୍ରିଷ୍ଣ ନମ୍ବୋଥିରିଙ୍କ ନିକଟରେ ପୂର୍ବରୁ ସଂରକ୍ଷିତ ଥିବା ଏକ ଦସ୍ତାବିଜରୁ ଏହା ଜଣାପଡିଛି ।

ଦୀର୍ଘ ବର୍ଷ ତଳେ ବିବୋନିକ ମହାମାରୀ ସାରା ଦେଶରେ ବ୍ୟାପିଥିଲା । ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ । ଏହାକୁ ନିୟନ୍ତ୍ରଣ କରିବାକୁ ଅବଲମ୍ବନ କରାଯାଇଥିବା କଟକଣା ଯଦିଓ ଲକଡାଉନ ନାମରେ ନାମିତ କରାଯାଇନଥିଲା, କିନ୍ତୁ ଏହା ସମ୍ପୂର୍ଣ୍ଣ ଲକଡାଉନ ଭଳି ଥିଲା । ମହାମାରୀ ପ୍ରବଣ ଜିଲ୍ଲାଗୁଡିକରେ ସଂକ୍ରମଣ ରୋକିବାକୁ ଯାତ୍ରା କିମ୍ବା ଅନ୍ୟାନ୍ୟ ଉତ୍ସବ ଓ ଯାତାୟତ ଉପରେ କଟକଣା ଲାଗିଥିଲା । 1900 ମସିହାରେ ସେହି ମହାମାରୀ ଆଜିର କୋଭିଡ ମହାମାରୀ ଭଳି ସାରା ଦେଶକୁ ଗ୍ରାସ କରିଥିଲା । ଏଣୁ ତତ୍କାଳୀନ ରାଜ୍ୟପାଳ ମାଲାବାରରେ ବର୍ତ୍ତମାନର ଲକଡାଉନ ଭଳି ସମସ୍ତ କଟକଣା ଲାଗୁ କରିଥିଲେ । ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ବର୍ତ୍ତମାନ କରିକ୍କଡ ପାଲିସେରି ମାନାର ସେହି ଦସ୍ତାବିଜଗୁଡିକୁ ଯାଞ୍ଚ, ଡିଜିଟାଲାଇଜ ଏବଂ ସଂରକ୍ଷିତ ରଖାଯାଇଛି ।

ମାଲାୟଲମ ଭାଷାର ଉକ୍ତ ଦସ୍ତାବିଜ ବା ନିର୍ଦ୍ଦେଶାନାମାରେ ଲେଖାଯାଇଛି, ଗୁରୁଭାୟୁର ଅଞ୍ଚଳରେ ମହାମାରୀ ବ୍ୟାପିବାର ସମ୍ଭାବନା ରହିଛି । ଯଦି ମୈସୁର, ସଲେମ ଓ ଅନ୍ୟ ମହାମାରୀ ପ୍ରବଣ ଅଞ୍ଚଲରୁ ଲୋକେ ଏକାଡାସି ଓ ଚନ୍ଧା ପର୍ବ ପାଇଁ ମାୟାୟମ ଜିଲ୍ଲାର ପୋନାଇ ତାଲୁକ ଗୁରୁଭାୟୁର ଅଞ୍ଚଳକୁ ଆସନ୍ତି ତେବେ ସଂକ୍ରମଣ ବୃଦ୍ଧି ପାଇବ ପୋଲି ରାଜ୍ୟପାଳ ସମୀକ୍ଷା ବୈଠକରେ କହିଛନ୍ତି । ଯେଉଁଥିରୁ ସ୍ପଷ୍ଟ ହେଉଛି, ଆଜିର ଲକଡାଉନ କିଛି ନୂଆ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.