ETV Bharat / bharat

ଦେଶର ସମସ୍ୟା ଓ ଦୁର୍ଦ୍ଦଶା ପାଇଁ ହିନ୍ଦୁତ୍ବବାଦୀ ଦାୟୀ: ରାହୁଲ - ଉତ୍ତର ପ୍ରଦେଶ ଆମେଥିରେ ରାହୁଲ

ଦେଶର ସମସ୍ୟା ପାଇଁ ହିନ୍ଦୁତ୍ବବାଦୀକୁ ଦାୟୀ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ(Rahul Gandhi In Ameithi, Uttar Pradesh) । ଅଧିକ ପଢନ୍ତୁ

ଦେଶର ସମସ୍ୟା ଓ ଦୁର୍ଦ୍ଦଶା ପାଇଁ ହିନ୍ଦୁତ୍ବବାଦୀ ଦାୟୀ: Rahul Gandhi

author img

By

Published : Dec 19, 2021, 8:57 AM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଆମେଥି ଆସନରୁ ପରାସ୍ତ ହେବାର ଦୀର୍ଘ ୨ ବର୍ଷ ପରେ ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଗମୀ ନିର୍ବାଚନ ପାଇଁ ପ୍ରଚାର ପ୍ରସାର ଜୋରଦାର କରିଥିବାବେଳେ ଦେଶର ସମସ୍ୟା ପାଇଁ ହିନ୍ଦୁତ୍ବବାଦୀକୁ ଦାୟୀ କରିଛନ୍ତି ରାହୁଲ(Rahul Gandhi In Ameithi, Uttar Pradesh) ।

'ବିଜେପି ହଟାଓ, ମେହେଙ୍ଗାଇ ହଟାଓ' ପଦଯାତ୍ରାରେ ଯୋଗଦେଇ ରାହୁଲ ଏପରି କହିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡା ସମାଲୋଚନା କରିବା ସହ ଦେଶର ବିଭିନ୍ନ ସମସ୍ୟା ଓ ଦୁର୍ଦ୍ଦଶା ପାଇଁ ହିନ୍ଦୁତ୍ବବାଦୀ ହିଁ ଦାୟୀ । ଯଦି ଆଜି ଦେଶରେ ମୁଦ୍ରାସ୍ଫୀତିଜନିତ ସମସ୍ୟା ବଢୁଛି ସେଥିପାଇଁ ହିନ୍ଦୁତ୍ବବାଦୀ କାର୍ଯ୍ୟ ଦାୟୀ ବୋଲି କହିଛନ୍ତି ।

ସେହିପରି ରାହୁଲ ମୋଦିଙ୍କ ବାରଣାସୀ ଗସ୍ତ ଏବଂ ଗଙ୍ଗାରେ ବୁଡ ପକାଇବାକୁ ସମାଲୋଚନା କରି କହିଛନ୍ତି ଯେ, ଜଣେ ହିନ୍ଦୁତ୍ବବାଦୀ ଏକା ହିଁ ସ୍ନାନ କରିଥାଏ କିନ୍ତୁ ଜଣେ ହିନ୍ଦୁ କୋଟି କୋଟି ଲୋକଙ୍କ ସହ ସ୍ନାନ କରେ । ଜଣେ ବ୍ୟକ୍ତି ଏକାକୀ ଗଙ୍ଗାରେ ବୁଡ ପକାଇବାର ମୁଁ ପ୍ରଥମ ଥର ଦେଖିଲି । ଯୋଗୀଜୀଙ୍କୁ ଏଥିରେ ସାମିଲ କରାଗଲା ନାହିଁ ଏବଂ ରାଜନାଥ ସିଂଙ୍କୁ ଅଣଦେଖା କରାଗଲା ବୋଲି ରାହୁଲ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ହିନ୍ଦୁର ସବୁଠୁ ଭଲ ଉଦାହରଣ ହେଉଛନ୍ତି ମହାତ୍ମା ଗାନ୍ଧୀ । ହିନ୍ଦୁ ହେଉଛନ୍ତି ସିଏ, ଯିଏ ସତ୍ୟର ପଦାଙ୍ଗ ଅନୁସରଣ କରେ ଏବଂ ହିଂସାରେ ବିଶ୍ବାସ କରେନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.