ଟରାଣ୍ଟୋ/ ଓ୍ବାଶିଂଟନ: 76ତମ ସ୍ବାଧୀନତା ଦିବସ ପାଳନକୁ ନେଇ କେବଳ ଦେଶ ନୁହେଁ ବରଂ ସାରା ବିଶ୍ବରେ ଥିବା ଭାରତୀୟଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅଦ୍ଭୁତପୂର୍ବ ଉତ୍ସାହ। ବିଭିନ୍ନ ଦେଶରେ ଥିବା ପ୍ରବାସୀ ଭାରତୀୟ ସମୁଦାୟ 76ତମ ସ୍ବାଧୀନତା ଦିବସ ପାଳନ କରିଛନ୍ତି । ଆଜି କାନାଡା ରାଜଧାନୀ ଟରାଣ୍ଟୋରେ ରହୁଥିବା ପ୍ରବାସୀ ହିନ୍ଦୁ ଓ ଶିଖ ଭାରତୀୟ ସମ୍ପ୍ରଦାୟ ମୁକ୍ତ ଖାଦ୍ୟ ବାଣ୍ଟି ନିଆରା ଢଙ୍ଗରେ ପାଳନ କରିଛନ୍ତି ସ୍ବାଧୀନତା ଦିବସ ।
ପ୍ରବାସୀ ଭାରତୀୟଙ୍କ ସମୁଦାୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦେଶର ସ୍ବାଧୀନତା 75 ବର୍ଷ ପୂରଣ କରୁଥିବାରୁ ଆଜି ରାଜଧାନୀ ଟରାଣ୍ଟୋରେ ବିଭିନ୍ନ ସ୍ଥାନରେ ପ୍ରାୟ 75 ହଜାର ଶାକାହାରୀ ଭୋଜନ ବଣ୍ଟନ କରାଯାଇଛି । ଟ୍ରକରେ ଏହି ଖାଦ୍ୟ ପ୍ୟାକେଟଗୁଡିକୁ ବଣ୍ଟନ କରାଯାଇଥଲା । କନାଡା ନାଗରିକମାନେ ମଧ୍ୟ ଏଥିରେ ସହଯୋଗ କରିବା ସହ ପ୍ରବାସୀ ଭାରତୀୟଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ସେଠାରେ ଥିବା ହିନ୍ଦୁ ଓ ଶିଖ ସମ୍ପ୍ରଦାୟ ପକ୍ଷରୁ ଆୟୋଜନ କରାଯାଇଥିଲା ।
-
#WATCH | USA: Singer & music composer Shankar Mahadevan sings 'Ae Watan' at Times Square in New York where the national flag will shortly be hoisted to mark the 76th #IndependenceDay of India#IndiaAt75 pic.twitter.com/vMBPEB36nI
— ANI (@ANI) August 15, 2022 " class="align-text-top noRightClick twitterSection" data="
">#WATCH | USA: Singer & music composer Shankar Mahadevan sings 'Ae Watan' at Times Square in New York where the national flag will shortly be hoisted to mark the 76th #IndependenceDay of India#IndiaAt75 pic.twitter.com/vMBPEB36nI
— ANI (@ANI) August 15, 2022#WATCH | USA: Singer & music composer Shankar Mahadevan sings 'Ae Watan' at Times Square in New York where the national flag will shortly be hoisted to mark the 76th #IndependenceDay of India#IndiaAt75 pic.twitter.com/vMBPEB36nI
— ANI (@ANI) August 15, 2022
ସେହିପରି ଭାରତ ସରକାର ଆହ୍ବାନ ଦେଇଥିବା ‘ହର ଘର ତ୍ରିରଙ୍ଗା’ କ୍ୟାମ୍ପେନର ଝଲକ ମଧ୍ୟ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ସେମାନେ ହାତରେ ତ୍ରିରଙ୍ଗା ପତାକା ଧରି ପ୍ରଦର୍ଶନ କରିବା ସହ ଭାରତ ମାତା କି ଜୟ ନାରା ଦେଇଥିବା ଦେଖିବାକୁ ମିଳିଛି ।
ଆମେରିକାରେ ମଧ୍ୟ ପ୍ରବାସୀ ଭାରତୀୟ ସମୁଦାୟ ବେଶ ଉତ୍ସୁକତାର ସହ ସ୍ବାଧୀନତା ଦିବସ ପାଳନ କରିଛନ୍ତି । ପ୍ରବାସୀ ଭାରତୀୟଙ୍କ ସହ ସେଲିବ୍ରେସନରେ ସାମିଲ ହୋଇଥିଲେ ବଲିଉଡର ଲୋକପ୍ରିୟ ତଥା ଜଣାଶୁଣା ଗାୟକ ଓ ଗୀତିକାର ଶଙ୍କର ମହାଦେବନ । ଆମେରିକାର ନ୍ୟୁୟର୍କ ସହରର ପ୍ରସିଦ୍ଧ ଟାଇମ୍ସ ସ୍କ୍ବାଏରରେ ପ୍ରବାସୀ ଭାରତୀୟଙ୍କ ଗହଣରେ ଦେଶାତ୍ମକବୋଧ ‘ହେ ଓ୍ବତନ ଆବାଦ ରହେ ତୁ’ ସଙ୍ଗୀତ ପରିବେଷଣ କରିଛନ୍ତି ଶଙ୍କର ମହାଦେବନ ।
ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ