ETV Bharat / bharat

ହିମନ୍ତ ବିଶ୍ବଶର୍ମା ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ! - ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ନିର୍ବାଚନ ପୂର୍ବରୁ ବିଜେପି କାହାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିନଥିଲା । ସେହି ଦୃଷ୍ଟିରୁ ଗତ 5 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ସର୍ବାନନ୍ଦ ସୋନୁୱାଲ ପରିବର୍ତ୍ତନ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ବିଜେପି ଏବେ ଉତ୍ତର-ପୂର୍ବାଞ୍ଚଳ ପାଇଁ ବଡ ଯୋଜନାରେ ଅଛି ।

Himanta Biswasharma
Himanta Biswasharma
author img

By

Published : May 8, 2021, 1:37 PM IST

ନୂଆଦିଲ୍ଲୀ: ଦ୍ବିତୀୟ ଥର ପାଇଁ ଆସାମରେ ବମ୍ପର ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରେ ଅଙ୍କ କଷୁଛି ବିଜେପି । ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ? କେଉଁ ନେତା ବିଜେପିର ସ୍ବପ୍ନ ସଂକଳ୍ପ ଉତ୍ତର-ପୂର୍ବାଞ୍ଚଳରେ ପୂରଣ କରିବେ । ସେହିଭଳି ଜଣେ ଦକ୍ଷ ନେତାଙ୍କ ସନ୍ଧାନରେ ବିଜେପି ନେତୃତ୍ବ ।

କାରଣ ନିର୍ବାଚନ ପୂର୍ବରୁ ବିଜେପି କାହାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିନଥିଲା । ସେହି ଦୃଷ୍ଟିରୁ ଗତ 5 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ସର୍ବାନନ୍ଦ ସୋନୁୱାଲ ପରିବର୍ତ୍ତନ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ବିଜେପି ଏବେ ଉତ୍ତର-ପୂର୍ବାଞ୍ଚଳ ପାଇଁ ବଡ ଯୋଜନାରେ ଅଛି । ଆଗାମୀ 20 ବର୍ଷକୁ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଜେପିର ରଣନୀତିକାର । ଏପରି ସ୍ଥଳେ ଏବେ ଗୋଟିଏ ପ୍ରଶ୍ନ କିଏ ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୁୱାଲ ନା ହିମନ୍ତ ବିଶ୍ବଶର୍ମା ?

ଆସାମ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗକୁ ନେଇ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବିଜେପିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଯେଉଁଥିରେ ବିଜେପିର ଶୀର୍ଷ ନେତୃତ୍ବ ସାମିଲ ହୋଇଛନ୍ତି । ସୂଚନା ଅନୁସାରେ ଆଜି ସର୍ବାନନ୍ଦ ସୋନୁୱାଲ ଓ ହିମନ୍ତ ବିଶ୍ବଶର୍ମାଙ୍କ ପ୍ରଥମ ଆଲୋଚନା କରିବେ ଜେପି ନଡ୍ଡା । ପରେ ପୃଥକ ପୃଥକ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ଅଛି । ଆଲୋଚନାର ନିର୍ଯ୍ୟାସ ନେଇ ନଡ୍ଡା ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।

ଯଦି ସମସ୍ତ ଆଲୋଚନା ସକରାତ୍ମକ ହୁଏ ତେବେ ଆଜି ସଂଧ୍ୟାରେ ବିଜେପିର ସଂସଦୀୟ ବୋର୍ଡ ବୈଠକ ଆହୁତ ହୋଇପାରେ । ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ । ଏହା ପୂର୍ବରୁ ଦଳର ବରିଷ୍ଠ ନେତା ସାଂସଦ ଭୂପେନ୍ଦ୍ର ଯାଦବ ଓ ଅନ୍ୟ ନେତାମାନେ ଗୋଟିଏ ରାଉଣ୍ଡ ନବ ନିର୍ବାଚିତ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ।

ତେବେ ସୂତ୍ର ଅନୁସାରେ ବିଜେପି କେବଳ ଆସାମ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଖାଲି ରଣନୀତି କରୁନାହିଁ । ସମଗ୍ର ପୂର୍ବତ୍ତୋରକୁ ନଜରରେ ରଖି ଆସାମ ମୁଖ୍ୟମନ୍ତ୍ରୀ ଚୟନ ହେବ । ଗତ 5 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ସର୍ବାନନ୍ଦ ସୋନୁୱାଲ କେବଳ ଗୋଟିଏ ସମ୍ପ୍ରଦାୟରୁ ପ୍ରତିନିଧିତ୍ବ କରୁଛନ୍ତି । କିନ୍ତୁ ହିମନ୍ତ ବିଶ୍ବଶର୍ମା ସାରା ରାଜ୍ୟରେ ନିଜର ଲୋକପ୍ରିୟତା ବଢାଇ ପାରିଛନ୍ତି । ଏହାବାଦ ସେ , ତ୍ରିପୁରା, ମଣିପୁର ମିଜୋରାମ ଭଳି ଛୋଟ ଛୋଟ ରାଜ୍ୟରେ ପ୍ରଭାବ ରଖୁଛନ୍ତି । ଫଳରେ ହିମନ୍ତଙ୍କ ଗୁରୁତ୍ବ ଏବେ ଦଳରେ ବଢିବାରେ ଲାଗିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଆସାମ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ହୋଇଥିବା ବୈଠକକୁ ଅନୁଶୀଳନ କଲେ ଚଳିତ ଥର ଆସାମ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବା ନିଶ୍ଚିତ । କାରଣ ବିଜେପି କୌଣସି ଜଣେ ନେତାଙ୍କୁ କି ଗୋଟିଏ ସମ୍ପ୍ରଦାୟକୁ ସନ୍ତୁଷ୍ଟ କରିବା ସ୍ଥିତିରେ ନାହିଁ । ବିଜେପିର ନଜର ଏବେ ସମଗ୍ର ପୂର୍ବତ୍ତୋର ରାଜ୍ୟ । ତେଣୁ ହିମନ୍ତ ବିଶ୍ବଶର୍ମା ଆସାମର ଆଗାମୀ ମୁଖ୍ୟମନ୍ତ୍ରୀ ହେବା ସୁ-ନିଶ୍ଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.