ETV Bharat / bharat

HimachalPradesh Elections: ସରକାର ଗଠନ ପୂର୍ବରୁ କଂଗ୍ରେସ ବିଧାୟକଙ୍କୁ ବଡ ନିର୍ଦ୍ଦେଶ

author img

By

Published : Dec 8, 2022, 10:31 PM IST

Updated : Dec 8, 2022, 10:54 PM IST

ହିମାଚଳ ବିଜୟ ପରେ ଦଳୀୟ ବିଧାୟକଙ୍କୁ ଶିମଲା ନଛାଡିବା ପାଇଁ କଂଗ୍ରେସର ନିର୍ଦ୍ଦେଶ । ଡେରା ପକାଇଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ପ୍ରଭାରୀ । ମୁଖ୍ଯମନ୍ତ୍ରୀ ପଦ ନେଇ ଚାଲିଛି ମାନସମନ୍ଥନ । ଅଧିକ ପଢନ୍ତୁ

କଂଗ୍ରେସ ବିଧାୟକଙ୍କୁ ଶିମଲା ନଛାଡିବା ପାଇଁ ଦଳୀୟ ନିର୍ଦ୍ଦେଶ

ହାଇଦ୍ରାବାଦ: ହିମାଚଳ ପ୍ରଦେଶରେ ବିଜେପିକୁ ମାତ ଦେଇ ବହୁମତ ପାଇଥିବା କଂଗ୍ରେସକୁ ଘାରଛି ଅପରେସନ ଲୋଟସର ଆଶଙ୍କା । ଦଳ 40 ଆସନରେ ବିଜୟୀ ହୋଇ ସରକାର ଗଠନ କରିବାକୁ ଯାଉଛି । ହେଲେ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ତେବେ ଏହି ମାନସମନ୍ଥନ ମଧ୍ୟରେ ସମସ୍ତ ନବନିର୍ବାଚିତ ବିଧାୟକଙ୍କୁ ରାଜଧାନୀ ଶିମଲା ଛାଡି ଅନ୍ୟତ୍ର ନଯିବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ମିଳିଛି ।

  • Himachal Pradesh Congress MLAs have been asked to stay in Shimla only. Observers Bhupesh Baghel, Bhupinder Hooda and In-charge Rajeev Shukla are likely to meet the MLAs in Shimla tomorrow: Sources

    — ANI (@ANI) December 8, 2022 " class="align-text-top noRightClick twitterSection" data=" ">

ରଜ୍ୟର ପ୍ରର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ଦଳର ବରିଷ୍ଠ ନେତା ତଥା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ବରିଷ୍ଠ ନେତା ଭୂପିନ୍ଦର ସିଂ ହୁଡାଙ୍କ ସମେତ ରାଜ୍ୟର ପ୍ରଭାରୀ ରାଜୀବ ଶୁକ୍ଳା ଶିମଲାରେ ଡେରା ପକାଇଛନ୍ତି । ପରବର୍ତ୍ତୀ ପ୍ରକ୍ରିୟା ନେଇ ଦଳ ତାର କାର୍ଯ୍ୟପନ୍ଥା ଜାରି ରଖିଛି । ମୁଖ୍ୟମନ୍ତ୍ରୀ ଦୌଡରେ ମଧ୍ୟ ଏକାଧିକ ଚେହେରା ରହିଛନ୍ତି । ଏହାରି ମଧ୍ୟରେ ନବନିର୍ବାଚିତ ଦଳୀୟ ବିଧାୟକଙ୍କୁ ରାଜଧାନୀ ଶିମଲାରେ ହିଁ ରହିବାକୁ ନିର୍ଦ୍ଦେଶ ଜରି କରାଯାଇଛି ।

ରାଜ୍ୟରେ ମୋଟ 68 ଆସନ ଥିବା ବେଳେ ସରକାର ଗଠନ କରିବା ପାଇଁ ଆବଶ୍ୟକ ସଂଖ୍ୟା ବା ମ୍ୟାଜିକ ନମ୍ବର ରହିଛି 35 । ତେବେ କଂଗ୍ରେସ 40 ଆସନରେ ବହୁମତ ହାସଲ କରି ସରକାର ଗଠନ କରିବାକୁ ଯାଉଛି । କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ପୂର୍ବ ପ୍ରଚଳିତ ଧାରା ଭାଙ୍ଗିବାରେ ସଫଳ ହୋଇନାହିଁ । ବିଜେପି ମାତ୍ର 25 ଆସନରେ ସୀମିତ ରହିଛି । କଂଗ୍ରେସର ମୁଖ୍ୟମନ୍ତ୍ରୀ ନେଇ ବିଚାରବିମର୍ଶ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 8, 2022, 10:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.