ETV Bharat / bharat

ବିଦ୍ରୋହୀ ପ୍ରାର୍ଥୀ ହୋଇଥିବା ୬ଜଣ ନେତାଙ୍କୁ ବହିଷ୍କାର କଲା ହିମାଚଳ କଂଗ୍ରେସ - କଂଗ୍ରେସ ନେତା ନିଲମ୍ବିତ

ଦଳ ନିଷ୍ପତିକୁ ଅମାନ୍ୟ କରି ବିଦ୍ରୋହୀ ପ୍ରାର୍ଥୀ ହୋଇଥିବା ୬ଜଣ ନେତାଙ୍କୁ ଦଳକୁ ବହିଷ୍କାର କରିଛି ହିମାଚଳ କଂଗ୍ରେସ(Rebel Candidates of Congress in Himachal)। ଅଧିକ ପଢନ୍ତୁ

ହିମାଚଳ ପ୍ରଦେଶରେ ଦଳ ବିରୋଧି କାର୍ଯ୍ୟ ପାଇଁ 6 ନେତାଙ୍କୁ ବହିସ୍କୃତ କଲା କଂଗ୍ରେସ

author img

By

Published : Oct 30, 2022, 11:02 PM IST

Updated : Oct 31, 2022, 2:54 PM IST

ଶିମଲା: ​​ଦଳ ବିରୋଧୀ କାର୍ଯ୍ୟ ପାଇଁ ୬ଜଣ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ହିମାଚଳ କଂଗ୍ରେସ । ୬୮ ବିଧାନସଭା ଆସନ ବିଶିଷ୍ଟ ହିମାଚଳ ପ୍ରଦେଶରେ ନଭେମ୍ବରରେ ମତଦାନ ହେବାକୁ ଯାଉଛି । ତେବେ ଟିକେଟ ପାଇନଥିବା ଅସନ୍ତୁଷ୍ଟ ନେତା କଂଗ୍ରେସ ପାଇଁ ଅଡୁଆ ବଢାଇଛନ୍ତି । ଫଳରେ ଦଳ ନିଷ୍ପତିକୁ ଅମାନ୍ୟ କରି ବିଦ୍ରୋହୀ ପ୍ରାର୍ଥୀ ହୋଇଥିବା ୬ଜଣ ନେତାଙ୍କୁ ଦଳକୁ ବହିଷ୍କାର କରିଛି ହିମାଚଳ କଂଗ୍ରେସ ।

କଂଗ୍ରେସ ୱାର୍କିଂ କମିଟିର(CWC) ସଦସ୍ୟ ତଥା ରାଜ୍ୟ ପ୍ରଭାରୀ ରାଜୀବ ଶୁକ୍ଲାଙ୍କ ଅନୁମୋଦନ କ୍ରମେ ପିସିସି ସଭାପତି ପ୍ରତୀଭା ସିଂ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଜ୍ୟ ବିଧାନସଭା ନିର୍ବାଚନରେ ଦଳ ପକ୍ଷରୁ ଘୋଷଣା କରାଯାଇଥିବା ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ନାମାଙ୍କନ ଦାଖଲ କରିଥିବା ୬ଜଣ କଂଗ୍ରେସ ନେତାଙ୍କୁ ଆସନ୍ତା ୬ ବର୍ଷ ପାଇଁ ଦଳର ପ୍ରାଥମିକ ସଦସ୍ୟତାରୁ ବହିଷ୍କୃତ କରିଛି ହିମାଚଳ ପ୍ରଦେଶ କଂଗ୍ରେସ କମିଟି ।

ଏହି ବହିସ୍କୃତ ନେତାଙ୍କ ତାଲିକାରେ (Rebel Candidates of Congress in Himachal) ପାଚ୍ଛଦ ବିଧାନସଭା ନିର୍ବାଚନମଣ୍ଡଳୀରୁ ପୂର୍ବତନ ବାଚସ୍ପତି ଗଙ୍ଗୁରାମ ମୁସାଫିର, ସୁଲାହରର ପୂର୍ବତନ ବିଧାୟକ ଡ.ସୁଭାଷ ମଙ୍ଗଲେଟ, ଚୌପଲ ଆସନରୁ ବିଜୟ ପାଲ ଖାଚି, ଠିଓଗ ଆସନରୁ ପରାସ ରାମ ଓ ଜୟସିଂହପୁରରୁ ନିର୍ବାଚନ ଲଢୁଥିବା ସୁଶୀଲ କୌଲଙ୍କୁ ଦଳ ବହିଷ୍କୃତ କରିଛି ।

ଦଳୀୟ ଟିକେଟ ନ ମିଳିବା ପରେ କଂଗ୍ରେସର ଏନେକ ନେତା ସ୍ବାଧୀନ ଭାବେ ନିର୍ବାଚନ ଲଢିବାକୁ ନିଷ୍ପତି ନେଇଛନ୍ତି । ତେବେ ଏହି ନେତାମାନଙ୍କୁ ମନାଇବାକୁ ଦୁଇଦିନ ଧରି ଦଳୀୟ ନେତା ପ୍ରୟାସ କରିଥିଲେ ମଧ୍ୟ ସେମାନେ ମାନିନଥିଲେ ଓ ୨୯ ଅକ୍ଟୋବର ଦିନ ନାମାଙ୍କନ ପ୍ରତ୍ୟାହାର କରିନଥିଲେ । ଯାହାଫଳରେ ଦଳ ବହିଷ୍କାର କରିବାକୁ ବାଧ୍ୟ ହୋଇଛି ।

Last Updated : Oct 31, 2022, 2:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.