ETV Bharat / bharat

Himachal Assembly polls: ହିମାଚଳରେ ଆରମ୍ଭ ହେଲା ଭୋଟିଂ

author img

By

Published : Nov 12, 2022, 7:07 AM IST

Updated : Nov 12, 2022, 9:04 AM IST

ଆଜି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ । ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଅଧିକ ପଢନ୍ତୁ

Himachal Assembly polls: ଆଜି ହିମାଚଳ ବିଧାନସଭା ନିର୍ବାଚନ

ଶିମଲା: ଆଜି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ(Himachal Assembly polls) । ରାଜ୍ୟର ୬୮ ବିଧାନସଭା ଆସନ ପାଇଁ ପଡିବ ଭୋଟ । ସକାଳ ୮ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଜାରି ରହିବ । ମୋଟ ୭,୮୮୧ଟି ଭୋଟ କେନ୍ଦ୍ରରେ ମତଦାନ କରାଯିବ । ହିମାଚଳ ନିର୍ବାଚନରେ ମୋଟ ୪୧୨ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ରାଜ୍ୟର ୫୫ ଲକ୍ଷରୁ ଉର୍ଦ୍ଧ୍ବ ଭୋଟର ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଆଜି ଭୋଟଗ୍ରହଣ ପରେ ଆସନ୍ତା ଡିସେମ୍ବର ୮ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆମ ଆଦମୀ ପାର୍ଟି(AAP) ହିମାଚଳ ପ୍ରଦେଶରେ ନିର୍ବାଚନ ଲଢୁଛି ।

ହିମାଚଳ ପ୍ରଦେଶରେ ସମୁଦାୟ ୫୫, ୯୨,୮୨୮ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ୨୭, ୩୭, ୮୪୫ ରହିଥିବାବେଳେ ପୁରୁଷ ୨୮,୫୪,୯୪୫ ଓ ୩୮ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ମୋଟ ୪୧୨ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେମାନଙ୍କ ମଧ୍ୟରେ ୨୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।

ଏହାମଧ୍ୟ ପଢନ୍ତୁ: Himachal Pradesh Assembly Elections: ପ୍ରଧାନମନ୍ତ୍ରୀଙ୍କୁ ଭୋଟ ଦେବେ କି ଭୋଟର?

ବର୍ତ୍ତମାନ ରାଜ୍ୟରେ ବିଜେପି କ୍ଷମତାସୀନ ରହିଛି । ଚଳିତ ନିର୍ବାଚନରେ ଏଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେବ । ସେହିପରି ଚଳିତ ବର୍ଷ ଆପ୍ ପ୍ରଥମ କରି ହିମାଚଳ ନିର୍ବାଚନୀ ମୈଦାନରେ ଓହ୍ଲାଇଥିବା ବେଳେ ସମସ୍ତ ଆସନରେ ବାଜି ମାରିବାକୁ ଲକ୍ଷ୍ୟ ରଖିଛି । ବିଜେପି ମଧ୍ୟ କ୍ଷମତା ବଜାୟ ରଖିବା ନେଇ ଦମ୍ଭୋକ୍ତି ପ୍ରକାଶ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ପ୍ରଚାର ମଙ୍ଗ ଧରିଥିଲେ ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ହେଭିୱେଟ ନିର୍ବାଚନ ରାଲି କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ । ଅନ୍ୟପଟେ କଂଗ୍ରେସ ମଧ୍ୟ କ୍ଷମତାକୁ ଫେରିବାକୁ ଆଶା ରଖିଛି । କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଭଳି ହେଭିୱେଟଙ୍କ ସହ ଜୋରଦାର ପ୍ରଚାର କରିଛନ୍ତି ।

Last Updated : Nov 12, 2022, 9:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.