ETV Bharat / bharat

Hijab Row: ଆଜିଠୁ ଖୋଲିବ ସ୍କୁଲ, ଉଭୟ ପକ୍ଷକୁ ୟୁନିଫର୍ମରେ ଆସିବାକୁ କୋର୍ଟଙ୍କ ନିର୍ଦ୍ଦେଶ - ସ୍କୁଲ ଖୋଲିବାକୁ କର୍ଣ୍ଣାଟକ ସରକାରଙ୍କ ନିର୍ଦ୍ଦେଶ

ହିଜାବ ମାମଲାର ଶୁଣାଣି କରି ଅନ୍ତରୀଣ ନିର୍ଦ୍ଦେଶ ଦେଲେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ୩ଜଣିଆ ଖଣ୍ଡପୀଠ । ଶିକ୍ଷାନୁଷ୍ଠାନ ବନ୍ଦ ସମାଧାନର ମାଧ୍ୟମ ନୁହେଁ କହିଲେ ବେଞ୍ଚ । ଯଥାଶୀଘ୍ର ପାଠପଢା ସ୍ବାଭାବିକ କରିବାକୁ ନିର୍ଦ୍ଦେଶ । ଉଭୟ ପକ୍ଷକୁ ସ୍କୁଲ ୟୁନିଫର୍ମରେ ଆସିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Hijab row: ସ୍କୁଲ ଖୋଲିବାକୁ କର୍ଣ୍ଣାଟକ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Feb 10, 2022, 5:12 PM IST

Updated : Feb 11, 2022, 7:21 AM IST

ବେଙ୍ଗାଲୁରୁ: ବହୁଚର୍ଚ୍ଚିତ ହିଜାବ ବିବାଦର ଶୁଣାଣିି କର୍ଣ୍ଣାଟକ ହାଇକୋର୍ଟରେ ବୃହତ୍ତର ଖଣ୍ଡପୀଠଙ୍କ ଅନ୍ତରୀଣ ରାୟ ପ୍ରକାଶ କରିଛନ୍ତି । ଆଜିର ଶୁଣାଣି ସମୟରେ କର୍ଣ୍ଣାଟକ ସରକାରଙ୍କୁ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ । ସେହିପରି ମାମଲାର ଚୂଡାନ୍ତ ରାୟ ପ୍ରକାଶ ନପାଇବା ପର୍ଯ୍ୟନ୍ତ କୌଣସି ଛାତ୍ରଗୋଷ୍ଠୀ ସ୍କୁଲ ଦ୍ବାରା ନିର୍ଦ୍ଧାରିତ ୟୁନିଫର୍ମ ବ୍ୟତୀତ ଆଉ କୌଣସି ପୋଷାକ ପରିଧାନ କରି ସ୍କୁଲ ଆସିପାରିବେ ନାହିଁ । ପରବର୍ତ୍ତୀ ଶୁଣାଣି ସୋମବାରକୁ ଧାର୍ଯ୍ୟ କରାଯାଇଛି ।

ମୁଖ୍ୟ ବିଚାରପତି ଋତୁରାଜ ଅଷ୍ଟି, ଜଷ୍ଟିସ୍ କ୍ରୀଷ୍ଣ ଏସ.ଦୀକ୍ଷିତ ଏବଂ ଜଷ୍ଟିସ୍ ଖାଜି ମୋହିଉଦ୍ଦିନଙ୍କ ବେଞ୍ଚ ଶୁଣାଣି ଜାରି ରଖିଛନ୍ତି । ମୁଖ୍ୟ ବିଚାରପତି ସରକାରଙ୍କ ଶିକ୍ଷାନୁଷ୍ଠାନ ବନ୍ଦ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିବା ସହ ଆଜି ଠାରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ଓ ପାଠପଢା ସ୍ବାଭାବିକ କରିବାକୁ ଆଡଭୋକେଟ୍ ଜେନେରାଲ୍ ପ୍ରଭଲିଙ୍ଗ ନାଭାଡାଗିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ବିଚାରପତି ଶୁଣାଣି ସମୟରେ କହିଛନ୍ତି, ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ କରିବା ବିବାଦର ସମାଧାନର ବିକଳ୍ପ ନୁହେଁ । ଶିକ୍ଷାନୁଷ୍ଠାନ ଯଥା ସମ୍ଭବ ଖୋଲିବା ପାଇଁ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ସହ କ୍ଲାସରେ ପାଠପଢା ସ୍ବାଭାବିକ ଭାବେ ଆରମ୍ଭ କରନ୍ତୁ । ତେବେ ବିବାଦ ନେଇ ଯେପରି ସ୍କୁଲ ପରିସର ଅଶାନ୍ତ ନହୁଏ ସରକାର ଓ ସ୍ଥାନୀୟ ପ୍ରଶାସନ ଏ ସମ୍ପର୍କରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ସହ ନିଶ୍ଚିତ କରିବେ ବୋଲି ମଧ୍ୟ ଖଣ୍ଡପୀଠ କହିଛନ୍ତି ।

ଗତ ମଙ୍ଗଳବାର ରାଜ୍ୟର ଶିବମୋଗା ଓ ମାଣ୍ଡ୍ୟା ଜିଲ୍ଲାର କିଛି ସ୍କୁଲରେ ହିଂସା ଦେଖାଯିବା ସହ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ପରେ କିଛି ସ୍ଥାନରେ ୧୪୪ ଧାରା ଜାରି କରିବା ସହ ରାଜ୍ୟ ସରକାର ମଙ୍ଗଳବାର ଠାରୁ ତିନି ଦିନିଆ ଛୁଟି ଘୋଷଣା କରିଥିଲେ । ଗତକାଲି ଠାରୁ ରାଜ୍ୟ ପୋଲିସ ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ନିକଟବର୍ତ୍ତୀ ୨ଶହ ମିଟର ପରିଧିରେ ୧୪୪ ଧାରା ଲାଗୁ କରିବା ସହ ସମସ୍ତ ପ୍ରକାର ପ୍ରଦର୍ଶନ ଓ ବିକ୍ଷୋଭକୁ ନିଷେଧ ଘୋଷଣା କରିଛି ।

ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଥିବାବେଳେ ତାହା ପୂର୍ବରୁ ସ୍କୁଲ ଖୋଲିବା ଓ ଶିକ୍ଷାଦାନ ପ୍ରକ୍ରିୟା ସ୍ବାଭାବିକ କରିବା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 11, 2022, 7:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.