ETV Bharat / bharat

Hijab hearing in Karnataka HC: ଚଳିତ ସପ୍ତାହ ମଧ୍ୟରେ ଶେଷ ହୋଇପାରେ ଶୁଣାଣି

author img

By

Published : Feb 22, 2022, 6:36 PM IST

ହିଜାବ ଶୁଣାଣିକୁ ଏହି ସପ୍ତାହ ମଧ୍ୟରେ ଶେଷ କରିବା ପାଇଁ କର୍ଣ୍ଣାଟକ ମୁଖ୍ୟ ବିଚାରପତିଙ୍କ ଆହ୍ବାନ । ସମସ୍ତ ପକ୍ଷକୁ ସହଯୋଗ କରିବା ପାଇଁ କଲେ ଅବଗତ । ଅଷ୍ଟମ ଦିନରେ ପହଞ୍ଚିଲାଣି ଶୁଣାଣି, ତଥାପି ବାହାରି ପାରିନାହିଁ ନିଷ୍କର୍ସ । ଅଧିକ ପଢନ୍ତୁ

Hijab hearing in Karnataka HC: ଚଳିତ ସପ୍ତାହ ମଧ୍ୟରେ ଶେଷ ହୋଇପାରେ ଶୁଣାଣି
Hijab hearing in Karnataka HC: ଚଳିତ ସପ୍ତାହ ମଧ୍ୟରେ ଶେଷ ହୋଇପାରେ ଶୁଣାଣି

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟରେ ଜାରି ରହିଥିବା ବହୁଚର୍ଚ୍ଚିତ ହିଜାବ ନିଷେଧ ମାମଲାର ଶୁଣାଣି ଆଜିକୁ ମିଶାଇ ଅଷ୍ଟମ ଦିନରେ ପହଞ୍ଚିଛି । ମୁଖ୍ୟ ବିଚାରପତି ଋତୁରାଜ ଆୱସ୍ତି, ଜଷ୍ଟିସ୍ କୃଷ୍ଣ ଏସ୍ ଦୀକ୍ଷିତ ଏବଂ ଜେଏମ୍ ଖାଜିଙ୍କୁ ନେଇ ଗଠିତ ବୃହତ୍ତର ବେଞ୍ଚ ଆଜି ଶୁଣାଣି କରିଥିବାବେଳେ ଆସନ୍ତାକାଲି ପର୍ଯ୍ୟନ୍ତ ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି ।

ଏହି ବହୁର୍ଚ୍ଚିତ ମାମଲାର ଶୁଣାଣି ୮ ଦିନ ଧରି ଜାରି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ସରେ ପହଞ୍ଚି ପାରିନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟ ବିଚାରପତି । ଚଳିତ ସପ୍ତାହ ସୁଦ୍ଧା ମାମଲାର ଶୁଣାଣି ଶେଷ କରିବା ପାଇଁ ସେ ଆଗ୍ରହ ପ୍ରକାଶ କରିଥିବା ବେଳେ ଏଥିପାଇଁ ସମସ୍ତ ପକ୍ଷଙ୍କୁ ସହଯୋଗ କରିବା ପାଇଁ ମଧ୍ୟ କହିଛନ୍ତି ।

ଗତକାଲି ଏହି ଶୁଣାଣି ସମୟରେ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡଭୋକେଟ ଜେନେରାଲ କହିଥିଲେ ଯେ, ଧାର୍ମିକ ପୋଷାକ ଶିକ୍ଷାନୁଷ୍ଠାନ ପରିସରରୁ ବାହାରେ ରହିବା ଆବଶ୍ୟକ । ଇସଲାମ ଧର୍ମରେ ସର୍ବତ୍ରଃ ହିଜାବ ପିନ୍ଧିବା ଜରୁରୀ ବୋଲି ମଧ୍ୟ ଆବେଦନକାରୀ ପ୍ରମାଣିତ କରିବାରେ ସକ୍ଷମ ହୋଇନାହାନ୍ତି ।

ଆଜି (ମଙ୍ଗଳବାର) ଶୁଣାଣି ଆରମ୍ଭ ହେବା ପରେ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ପକ୍ଷ ରଖୁଥିବା ଆଡଭୋକେଟ୍ ଜେନେରାଲ ପ୍ରଭୁଲିଙ୍ଗ ନାଭାଡଗି କହିଛନ୍ତି ଭାରତରେ ହିଜାବ ପିନ୍ଧିବା ଉପରେ କୌଣସି କଟକଣା ନାହିଁ । କିନ୍ତୁ କିଛି ନିର୍ଦ୍ଦିଷ୍ଟ ଅନୁଷ୍ଠାନରେ କିଛି ନିଜସ୍ବ ତଥା ଆଭ୍ଯନ୍ତରୀଣ ନିୟମାବଳୀ ରହିଛି, ଯାହା ଧର୍ମୀୟ ବିଶ୍ବାସର ଊର୍ଦ୍ଧ୍ବରେ ରହିବାର ଆବଶ୍ୟକତା ରହିଛି ।

ତେବେ ଆଜି ଶୁଣାଣିରେ କୋର୍ଟ ସମସ୍ତ ପକ୍ଷଙ୍କ ସହଯୋଗ ଲୋଡିବା ସହ ଚଳିତ ସପ୍ତାହ ମଧ୍ୟରେ ଏହି ମାମଲାର ଶୁଣାଣି ଶେଷ କରିବା ପାଇଁ ଆଗ୍ରହୀ ଥିବା ସ୍ପଷ୍ଟ କରିଛନ୍ତି । କୌଣସି ପରିସ୍ଥିତିରେ ମାମଲାର ଶୁଣାଣି ଆସନ୍ତା ସପ୍ତାହକୁ ବୃଦ୍ଧି କରିବାକୁ ଚାହୁଁ ନଥିବା କହିଛନ୍ତି କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ।

ପୂର୍ବରୁ ଜାରି ହୋଇଥିବା ଅନ୍ତରୀଣ ରାୟ ଅନୁସାରେ ସମସ୍ତ ପକ୍ଷ କେବଳ ଶିକ୍ଷାନୁଷ୍ଠାନ ଦ୍ବାରା ଧାର୍ଯ୍ୟ କରାଯାଇଥିବା ଡ୍ରେସକୋଡ ପିନ୍ଧି କ୍ୟାମ୍ପସ ଆସିବାକୁ ନିର୍ଦ୍ଦେଶ ପାଇଛନ୍ତି । ଚୂଡାନ୍ତ ରାୟ ନଆସିବା ଯାଏଁ ଏହି କ୍ରମରେ ଶିକ୍ଷାନୁଷ୍ଠାନଗୁଡିକୁ ସଞ୍ଚାଳିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ କୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇ ସାରିଛନ୍ତି । ଆଜି ଶୁଣାଣି ପରେ ଚଳିତ ସପ୍ତାହ ଶେଷ ସୁଦ୍ଧା ମାମଲାର ପୂର୍ଣ୍ଣଚ୍ଛେଦ ପଡିବା ଆଶା ମଧ୍ୟ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.