ରୟପୁର: ନ୍ୟାୟାଳୟ ଅବମାନନା ମାମଲାରେ ଛତିଶଗଡ ଓ ଓଡିଶାର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ଛତିଶଗଡ ହାଇକୋର୍ଟଙ୍କ ନୋଟିସ । ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନୋଟିସ ଜାରି କରି ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ଡିଭିଜନ ବେଞ୍ଚ ରିପୋର୍ଟ ତଲବ କରିଛନ୍ତି ।
ଘଟଣା ଅନୁସାରେ2016 ମସିହାରେ ଛତିଶଗଡର ଦୁଇ ଯୁବକ ଯୁବକ ନିରଂଜନ ଦାସ ଏବଂ କୋରୋପୁଟ ବୋରିଗୁମା ଆସିଥିଲ । ପୋଲିସ ତାଙ୍କ ନିକଟରେ ବିସ୍ଫୋରକ ପଦାର୍ଥ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା । ପରେ ଉକ୍ତ ଦୁଇ ଯୁବକ ଘରକୁ ନଫେରିବା ପରେ ଘର ଲୋକେ ଓଡିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପରେ ଉଚ୍ଚ ନ୍ୟାୟାଳୟ ଏହି ଘଟଣାରେ ସମ୍ପୃକ୍ତ ପୋଲସ ଓ ଅନ୍ୟ ଅଧିକାରୀଙ୍କ ବିରୋଧରେ ଏତଲା ଜାରି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ଗିରଫ ଦୁଇ ଯୁବକ ଛତିଶଗଡ ଉଚ୍ଚନ୍ୟାୟାଳୟରେ ମଧ୍ୟ ପିଟିସନ ଦାଏର କରିଥିଲେ । ଦୁଇ ପ୍ରଦେଶର ପୋଲିସ ମିଳିତ ଟିମ ଗଠନ କରି ଉକ୍ତ ମାମଲାର ତଦନ୍ତ କରୁ ବୋଲି ହାଇକୋର୍ଟଙ୍କୁ ଅପିଲ କରିଥିଲେ ଦୁହେଁ ।
ଏହି ମାମଲାର ଶୁଣାଣି କରି ଜଷ୍ଟିସ ସାମନ୍ତଙ୍କ ଦ୍ବାରା ଗଠିତ ଏକକ ବେଞ୍ଚ ଏକ ଅନୁସନ୍ଧାନକାରୀ ଦଳ ଗଠନ ପାଇଁ ଦୁଇ ରାଜ୍ୟର ପୋଲିସ ବିଭାଗକୁ ନିର୍ଦ୍ଦେଶ ଜାରି କରିଥିଲେ । କିନ୍ତୁ ଉଭୟ ରାଜ୍ୟର ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଦେଖିବାକୁ ମିଳିଛି । କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଜାରି କରିବା ସତ୍ତ୍ୱେ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ