ETV Bharat / bharat

High Alert In Mumbai: ଖଲିସ୍ତାନୀ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ! ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ - ମୁମ୍ବାଇରେ ହାଇ ଆଲର୍ଟ

ମୁମ୍ବାଇରେ ଖଲିସ୍ତାନୀ ଆତଙ୍କୀ ହାମଲା ନେଇ ସତର୍କ କରାଇଲା କେନ୍ଦ୍ରୀୟ ଗୁଇନ୍ଦା ବିଭାଗ । ସହରରେ ହାଇଆଲର୍ଟ ଜାରି । ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ । ଅଧିକ ପଢନ୍ତୁ

ମୁମ୍ବାଇରେ ହାଇଆଲର୍ଟ, ଆତଙ୍କୀ ହାମଲା ନେଇ ଗୁଇନ୍ଦା ସୂଚନା

author img

By

Published : Dec 30, 2021, 7:37 PM IST

ମୁମ୍ବାଇ: 31 ଡିସେମ୍ବର ତଥା ନୂଆବର୍ଷରେ ମୁମ୍ବାଇରେ ଖଲିସ୍ତାନୀ ଆତଙ୍କୀ ହାମଲା ନେଇ ସତର୍କ କରାଇଲା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା । ଗୁଇନ୍ଦା ରିପୋର୍ଟ ମିଳିବା ପରେ ସମଗ୍ର ସହରରେ ହାଇଆଲର୍ଟ ଜାରି ହୋଇଛି । ସହରରେ ସୁରକ୍ଷା ବ୍ୟବସ୍ଥା ବଢାଯିବା ସହ ମୁମ୍ବାଇ ପୋଲିସ ଡିସେମ୍ବର 31 ପାଇଁ ସମସ୍ତ ଛୁଟି ଏବଂ ସାପ୍ତାହିକ ଛୁଟି ବାତିଲ ମଧ୍ୟ କରିଛି ।

ନୂଆବର୍ଷ ଅବସରରେ ମୁମ୍ବାଇରେ ଏହି ସମ୍ଭାବ୍ୟ ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ରିପୋର୍ଟରେ କୁହାଯାଇଛି । ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଡିସେମ୍ବର 31 ଓ ନୂଆବର୍ଷରେ ମୁମ୍ବାଇର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କାରଯିବ।

ଏହା ବ୍ୟତୀତ ହୋଟେଲ, ରେସ୍ତୋରାଁ, ହଲ୍, ବାର୍, ପବ୍, ଅର୍କେଷ୍ଟ୍ରା, ରିସର୍ଟ, କ୍ଲବ୍ ଏବଂ ସହରର ବଡବଡ ଅଟ୍ଟାଳିକାର ଛାତ ଉପରେ କଡା ନଜର ରଖିବାକୁ ପୋଲିସକୁ ନିର୍ଦ୍ଦେଶ ରହିଛି ।

ସେହିପରି କୌଣସି ଖୋଲା ସ୍ଥାନରେ ସମସ୍ତ ନୂତନ ବର୍ଷର ଉତ୍ସବ, କାର୍ଯ୍ୟକ୍ରମ ଓ ସମାବେଶକୁ ମଧ୍ୟ ବ୍ୟାନ କରିଛି ପୋଲିସ । କୌଣସି ଅପ୍ରିତିକର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ମୁମ୍ବାଇ ପୋଲିସ କହିଛି ।

ମୁମ୍ବାଇର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ସୁରକ୍ଷା ପାଇଁ ମୁତୟନ ହେବେ ୩ ହଜାରରୁ ଅଧିକ ରେଳ ଅଧିକାରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.