ETV Bharat / bharat

ଯୁବକଙ୍କ ଅଭିଯୋଗ: ଜିଲ୍ଲାପାଳ ସାର୍ ଆମ ସହରରେ ବିଅର ମିଳୁନି, ଆମକୁ ବିଅର ଦିଅ - ଆମ ସହରରେ ବିଅର ମିଳୁନି

ଖରାଦିନ ହେଲାଣି । ସହରରେ କିଙ୍ଗଫିସର ବିୟର ନମିଳିବାରୁ ଜିଲ୍ଲାପାଳ ନିକଟରେ ଅଭିଯୋଗ କଲେ ଯୁବକ । ଅଧିକ ପଢନ୍ତୁ

ବିଅର ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ
ବିଅର ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ
author img

By

Published : Mar 1, 2023, 1:02 PM IST

ହାଇଦ୍ରାବାଦ: ''ଜିଲ୍ଲାପାଳ ସାର୍, ଖରାଦିନ ହେଲାଣି ହେଲେ ଆମ ସହରରେ କିଙ୍ଗଫିସର ବିଅର ମିଳୁନି । ସ୍ଥାନୀୟ ମଦ ବ୍ୟବୟାୟୀ ଦୋକାନରେ ଏହି ବିଅର ରଖୁନାହାନ୍ତି । କିଙ୍ଗଫିସର ପାଇଁ ପଡୋଶୀ ସହରକୁ ଯିବାକୁ ପଡୁଛି । ଆଖପାଖର ବେଆଇନ ମଦ ଦୋକାନରେ ଯେତିକି ମିଳୁଛି ତାହା ବି ଉଚ୍ଚା ଦରରେ । ତେଣୁ ଆମ ସହରରେ ମଧ୍ୟ କିଙ୍ଗଫିସର ଉପଲବ୍ଧ କରାନ୍ତୁ ।'' ଖରାଦିନ ଆରମ୍ଭ ହୋଇଥିବାବେଳେ ସହରରେ ପ୍ରିୟ ବ୍ରାଣ୍ଡର ବିଅର ନମିଳିବାରୁ ନିରାଶ ହୋଇ ଜନଶୁଣାଣି ଶିବିରରେ ଏପରି ଅଭିଯୋଗ କରିଛନ୍ତି ତେଲେଙ୍ଗାନା ଜଗତିୟାଲା ଜିଲ୍ଲାର ଜଣେ ବିଅର ପ୍ରେମୀ ଯୁବକ । ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ଗତ ସୋମବାର ଦିନ ଜଗତିୟାଲ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣି ଶିବିର ପ୍ରଜା ବାଣୀ ଆୟୋଜିତ ହୋଇଥିଲା । ଏଥିରେ ସାଧାରଣ ଲୋକମାନେ ନିଜ ନିଜର ସମସ୍ୟା ସମ୍ପର୍କରେ ଜଣାଇଥାନ୍ତି । ତେଣୁ ସ୍ଥାନୀୟ ଅଞ୍ଚଳର ବୀରାମ ରାଜେଶ ନାମକ ଜଣେ ଯୁବକ ମଧ୍ୟ ନିଜର ଅଭିଯୋଗ ଆଣି ଆସିଥିଲେ । ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସାଧାରଣତଃ ଲୋକମାନେ ଏଠାରେ ଜନସାଧାରଣଙ୍କ ସମସ୍ୟା ଓ କେହି କେହି ବ୍ୟକ୍ତିଗତ ସମସ୍ୟା ଜଣାଉଥିବା ବେଳେ ଏହି ଯୁବକ କିନ୍ତୁ କିଙ୍ଗଫିସର ବିଅର ପାଇଁ ଅଭିଯୋଗ କରିଥିଲେ ।

ରାଜେଶ ଉପଜିଲ୍ଲାପାଳଙ୍କୁ କହିଥିଲେ ଯେ, ସହରରେ କିଙ୍ଗଫିସର ବିଅର ମିଳୁନି । ସ୍ଥାନୀୟ ବ୍ୟବସାୟୀମାନେ ଏହି ବିଅର ରଖୁନାହାନ୍ତି । କିନ୍ତୁ ପାଖ ସହର କୋରୁତଲା ଏବଂ ଧର୍ମପୁରୀ ଅଞ୍ଚଳରେ ଏହା ବିକ୍ରୟ ହେଉଛି । ଗ୍ରାମଗୁଡିକରେ କେତେକ ବେଆଇନ ମଦ ଦୋକାନରେ ଯଦିଓ ଏହା ମିଳୁଛି କିନ୍ତୁ ତାହା ବି ଖୁବ୍ ଉଚ୍ଚା ଦାମରେ ।

ତେଣୁ ଜଗତିୟାଲାରେ କିଙ୍ଗଫିସର ବିଅର ଉପଲବ୍ଧତା ସୁନିଶ୍ଚିତ କରିବାକୁ ଯୁବକ ଜଣକ ଜିଲ୍ଲା ପ୍ରଶାସନକୁ ଅପିଲ୍ କରିଥିଲେ । ସେ ଆହୁରିମଧ୍ୟ କହିଥିଲେ ଯେ, ପ୍ରତିଦିନ ମଦ ପିଉଥିବା ଲୋକେ ୟୁରିକ ଏସିଡ ସମସ୍ୟା ଭୋଗୁଛନ୍ତି । ଏହି ସମସ୍ୟାର ସମାଧାନ କରିବାକୁ ମଧ୍ୟ ସେ ଉପଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ ।

ମାର୍ଚ୍ଚ ଆରମ୍ଭରୁ ଡହ ଡହ ଖରା ମାଡିଲାଣି । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଥଣ୍ଡା ପାନୀୟ ପିଇବାକୁ ସମସ୍ତେ ପସନ୍ଦ କରନ୍ତି । ଏହି ସମୟରେ ଯୁବବର୍ଗଙ୍କୁ ବିଅର କଥା ମନେପଡେ । ଗରମ ଲାଗୁଥିଲେ ବିଅର ପିଇଲେ ଶରୀର ଥଣ୍ଡା ହୋଇଯାଏ ବୋଲି ଅନେକ ଲୋକ କୁହନ୍ତି । ତେଣୁ ସେହି ଯୁବକ ଜଣକ ମଧ୍ୟ ଠିକ୍ ଏପରି କିଛି ଭାବି ନା ଅନ୍ୟ କୌଣସି ସ୍ବାସ୍ଥ୍ୟ ସମସ୍ୟା କାରଣରୁ ବିଅର ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ତାହା ଜଣାନାହିଁ । କିନ୍ତୁ ବର୍ତ୍ତମାନ ଏହି ବିଅର ପ୍ରେମୀ ଯୁବକଙ୍କ ଅଭିଯୋଗ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.