ETV Bharat / bharat

G-20 Summit: ବିଶ୍ବନେତାଙ୍କ ପତ୍ନୀଙ୍କ ଲାଗି ବିଶେଷ ବ୍ୟବସ୍ଥା, ବୁଲିବେ ନ୍ୟାସନାଲ ଗ୍ୟାଲେରୀ

author img

By ETV Bharat Odisha Team

Published : Sep 8, 2023, 5:31 PM IST

ଜି-୨୦ ସମ୍ମିଳନୀରେ ବିଶ୍ବନେତାଙ୍କ ପତ୍ନୀଙ୍କ ଲାଗି ବିଶେଷ ବ୍ୟବସ୍ଥା । ନ୍ୟାସନାଲ ଗ୍ୟାଲେରୀରେ ଭାରତର ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ, କାରୁକାର୍ଯ୍ୟ, ଲୋକକଳା ସହିତ ହେବେ ପରିଚିତ । ଅଧିକ ପଢନ୍ତୁ

Special plan for spouses of Global leaders

ବୁଲିବେ ନ୍ୟାସନାଲ ଗ୍ୟାଲେରୀ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ବର ମହାଶକ୍ତିଙ୍କ ମହାସମ୍ମିଳନୀ । ଯୋଗଦେବେ ବିଶ୍ବର ଶକ୍ତିଶାଳୀ ନେତା । ଏନେଇ ପ୍ରସ୍ତୁତ ଦିଲ୍ଲୀ । ସ୍ବଳ୍ପ ସମୟ ମଧ୍ୟରେ ଭାରତର ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ, କାରୁକାର୍ଯ୍ୟ, ଲୋକକଳା ସହିତ ବିଶ୍ବକୁ ପରିଚିତ କରିବା ଲାଗି ହୋଇଛି ଅନେକ ବ୍ୟବସ୍ଥା । ଏହା ମଧ୍ୟରୁ ଗୋଟିଏ ହେଉଛି ଐତିହ୍ୟ ଓ ବିଜ୍ଞାନ ପ୍ରଦର୍ଶନୀ । ବିଶ୍ବନେତାଙ୍କ ପତ୍ନୀଙ୍କ ଲାଗି ହୋଇଛି ଏହି ସ୍ବତନ୍ତ୍ର ବ୍ୟବସ୍ଥା । ଏହି ପ୍ରଦର୍ଶନୀରେ ବିଦେଶୀ ଅତିଥିମାନେ ଦେଶର କାରୁକାର୍ଯ୍ୟ, ସଂସ୍କୃତିକୁ ବୁଲି ଦେଖିବେ । ଯେଉଁଥିରେ ଅନେକ ପ୍ରକାର ଜିନିଷ ସ୍ଥାନ ପାଇଛି ବୋଲି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ।

ବିଶ୍ବନେତାଙ୍କ ପତ୍ନୀମାନଙ୍କ ଦିଲ୍ଲୀ ରହଣି ସମୟରେ ସେମାନଙ୍କୁ ଭାରତୀୟ ସଂସ୍କୃତି ସହିତ ପରିଚିତ କରିବା ଲାଗି ଅନେକ ବ୍ୟବସ୍ଥା ହୋଇଥିବା କହିଛନ୍ତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ । ସେ କହିଛନ୍ତି, " ସେପ୍ଟେମ୍ବର ୯ ତାରିଖରେ ବିଶ୍ବନେତାଙ୍କ ପତ୍ନୀମାନେ ଜି୨୦ ସମ୍ମିଟରେ ଯୋଗଦେବେ । ଏହାପରେ ସେମାନେ ଭାରତୀୟ ଚାଷୀଙ୍କୁ ଭେଟିବେ । ଏହାପରେ ନ୍ୟାସନାଲ ଗ୍ୟାଲେରୀ ବୁଲି ଦେଖିବେ । ଏଠାରେ ପ୍ରଥମେ ସେମାନେ ପାରମ୍ପରିକ ଶସ୍ୟ ମାଣ୍ଡିଆ ସହିତ ପରିଚିତ ହେବେ । ଅପରାହ୍ନରେ ସେମାନେ ସ୍ବତନ୍ତ୍ର ରୂପେ ଆୟୋଜିତ ଐତିହ୍ୟ ଓ ବିଜ୍ଞାନ ପ୍ରଦର୍ଶନୀ ବୁଲିବେ । ଏହି ପ୍ରଦର୍ଶନୀର ନାମ 'Roots to Roots' ରଖାଯାଇଛି ।"

ଏହା ବି ପଢନ୍ତୁ- UK PM in New Delhi: ଭାରତ ଗସ୍ତକୁ ନେଇ ମୁଁ ଉତ୍ସାହିତ: ପ୍ରଧାନମନ୍ତ୍ରୀ ଋଷି ସୁନକ

ଭାରତର କୃଷି ଉତ୍ପାଦ ସହିତ ବିଶ୍ବରେ ଖୁବ କମ ଲୋକ ପରିଚିତ ଅଛନ୍ତି । ଏଥିଲାଗି ଜି-୨୦ ସମ୍ମିଳନୀରେ ବିଶେଷ ବ୍ୟବସ୍ଥା କରାଯାଇଛି । ସେ କହିଛନ୍ତି, " ପ୍ରଥମତଃ ଆମ ଦେଶରେ ପୂର୍ବରୁ ଶସ୍ୟ ଉତ୍ପାଦନରେ ଅଭାବ ଦେଖିବାକୁ ମିଳୁଥିଲା । ହେଲେ ଏବେ ଭାରତ ଶସ୍ୟରେ ଭରପୂର । ବିଶେଷ କରି ବିଶ୍ବବାସୀ ମାଣ୍ଡିଆ ସମ୍ପର୍କରେ ଅବଗତ ହେବା ଆବଶ୍ୟକ । ଭାରତର ଏହି ଶସ୍ୟର ମହତ୍ତ୍ବ ହଜାର ହଜାର ବର୍ଷ ଧରି ରହିଆସିଛି । ଦ୍ବିତୀୟରେ ପ୍ରଦର୍ଶନୀ ମାଧ୍ୟମରେ ଭାରତର ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ସହିତ ଦେଶକୁ ପରିଚିତ କରାଯିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ହୋଷ୍ଟ ହୋଇଥିବା ଡିନର ପାର୍ଟିରେ ହିନ୍ଦୁସ୍ତାନୀ ପାରମ୍ପରିକ ବାଦ୍ୟଯନ୍ତ୍ରର ପ୍ରଦର୍ଶନ କରାଯିବ ।"

ବିଶ୍ବନେତାଙ୍କ ଲାଗି ନ୍ୟାସନାଲ ଗ୍ୟାଲେରୀର ବ୍ୟବସ୍ଥା ହୋଇଛି । ଏଠାରେ ଭାରତର ପାରମ୍ପରିକ ବସ୍ତ୍ର, ଅଳଙ୍କାର, ବିଭିନ୍ନ ସ୍ଥାନର ପ୍ରସିଦ୍ଧ ସାମଗ୍ରୀ ରହିଛି । କାଶ୍ମୀର ବସ୍ତ୍ରଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଗହଣା ରହିଛି । ବିଶ୍ବନେତାଙ୍କୁ ଏନେଇ ଅବଗତ କରିବା ଲାଗି ପ୍ରତିଟି ଜିନିଷ ତଳେ ଏହା ସମ୍ବନ୍ଧରେ ଏକ ସଂକ୍ଷିପ୍ତ ସୂଚନା ଦିଆଯାଇଛି । ନ୍ୟାସନାଲ ଗ୍ୟାଲେରୀରେ ଏଗୁଡ଼ିକ ସ୍ଥାନିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.