ETV Bharat / bharat

ଦ୍ୱୈତ ସ୍ୱାର୍ଥ ମାମଲାରେ ଫସିଲେ ସୋରେନ, ବିଧାୟକ ପଦ ରଦ୍ଦ ନେଇ ନିର୍ବାଚନ ଆୟୋଗଙ୍କ ସୁପାରିଶ, ଖବରକୁ ହେମନ୍ତଙ୍କ ଖଣ୍ଡନ - ହେମନ୍ତ ସୋରେନ

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସଭ୍ୟପଦ ରଦ୍ଦ ନେଇ ରାଜ୍ୟପାଳଙ୍କୁ ସୁପାରିଶ କଲେ ନିର୍ବାଚନ କମିଶନ । ଅଭିଯୋଗକୁ ହେମନ୍ତଙ୍କ ଖଣ୍ଡନ । କହିଲେ ଏହା ବିଜେପି କରୁଛି । ଏପଟେ ହେମନ୍ତ ମୁଖ୍ୟମନ୍ତ୍ରୀ ପଦ ହରାଇଲେ ତାଙ୍କ ପତ୍ନୀ କିମ୍ବା ବାପା ପୁଣିଥରେ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ନେଇ ନିର୍ବାଚନ ଆୟୋଗଙ୍କ ଚିଠି, ଖବରକୁ ହେମନ୍ତଙ୍କ ଖଣ୍ଡନ

author img

By

Published : Aug 25, 2022, 4:19 PM IST

ରାଞ୍ଚି: କ୍ଷମତାର ଅପବ୍ୟବହାର କରି ଖଣି ଲିଜ ହାତେଇବା ପ୍ରସଙ୍ଗରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (Hemant Soren) ଙ୍କ ଅଡୁଆରେ ବଢିବାରେ ଲାଗିଛି । ନିଜେ କ୍ଷମତାରେ ଥିବା ସମୟରେ ରାଜ୍ୟରେ ଖଣି ଦୁର୍ନୀତି କରିଥିବା ଦର୍ଶାଇ ଭାରତୀୟ ନିର୍ବାଚନ କମିଶନ ତାଙ୍କ ବିଧାୟକ ପଦ ରଦ୍ଧ କରିବା ପାଇଁ ରାଜ୍ୟପାଳଙ୍କୁ ଏକ ମୁଦ ଲଫାପାରେ ପତ୍ର ଲେଖି ସୁପାରିଶ କରିଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ହେମନ୍ତ କିନ୍ତୁ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି (Hemant Soren dismisses receiving any ECI reports )।

ଏ ସମ୍ପର୍କିତ କୋଣସି ଚିଠି କିମ୍ବା ସୂଚନା ସେ ନିର୍ବାଚନ କମିଶନ କିମ୍ବା ରାଜ୍ୟପାଳଙ୍କ ପାଖରୁ ପାଇନାହାଁନ୍ତି ବୋଲି କହିଛନ୍ତି ସୋରେନ । ଅନ୍ୟପଟେ ସୋରୋନଙ୍କ ସଭ୍ୟପଦ ରଦ୍ଦ ହୋଇ ସାରିଥିବା ଓ ପୁଣି ଥରେ ମଧ୍ୟବର୍ତ୍ତୀକାଳୀନ ପାଇଁ ନିର୍ବାଚନ କମିଶନ କହିସାରିଥିବା ଦମ୍ଭୋକ୍ତି ଦେଖାଇଛି ବିଜେପି । ତେବେ ସୋରେନ ତାଙ୍କ ବାସ ଭବନରେ କିଛି ମନ୍ତ୍ରୀ ଏବଂ ଅଟର୍ଣ୍ଣି ଜେନରାଲଙ୍କ ସହିତ ବୈଠକ ଆରମ୍ଭ କରିଥିବା ସୂଚନା ମିଳିଛି । ଏହା ସହିତ ସୋରେନ ତାଙ୍କ ପତ୍ନୀ କିମ୍ବା ବାପା ଶିବୁ ସୋରନଙ୍କୁ ପୁଣିଥିରେ ମୁଖ୍ୟମନ୍ତ୍ରୀ ପଦ ଦେଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ବିଧାୟକ ପଦ ରଦ୍ଦ ପ୍ରସଙ୍ଗରେ ବଜେପିକୁ ଟାର୍ଗେଟ କରି ସୋରେନ କହିଛନ୍ତି,‘‘ ଏହି ରିପୋର୍ଟ ନିର୍ବାଚନ କମିଶନ ନୁହେଁ ବରଂ ବିଜେପି ତାର କିଛି ପାଳିତ ଗଣମାଧ୍ୟମ ଦ୍ବାରା ପ୍ରସ୍ତୁତ କରିଛି । ତେଣୁ ସେମାନେ ଏପରି ଚର୍ଚ୍ଚା କରିବାରେ ଲାଗିଛନ୍ତି (Hemant Soren dismisses receiving any ECI reports)। ଏସମ୍ପର୍କିତ କୌଣସି ଖବର ନାହିଁ ।’’ ସେହିପରି ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି, ନୈତିକତା ଦୃଷ୍ଟିରୁ ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ସେରୋନ ପ୍ରସ୍ତୁତି ଆରମ୍ଭ କରନ୍ତୁ । ତେବେ ରାଜ୍ୟରେ ସରକାର ଭଙ୍ଗ ସହ ପୁଣି ଥରେ ସମସ୍ତ ୮୧ ବିଧାନସଭା କ୍ଷେତ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବାକୁ ଯାଉଛି ବୋଲି ନିଶିକାନ୍ତ କହିଛନ୍ତି ।

ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା କ୍ଷମତାକୁ ଆସିବା ପରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟରେ ବ୍ୟାପକ ଖଣି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏପରିକି ସେ ନିଜେ ମଧ୍ୟ ଏକାଧିକ ଖଣିର ଲିଜ ହାତେଇଥିବା ବିରୋଧୀ ଅଭିଯୋଗ କରିଥିଲେ । ଏହି ଘଟଣାରେ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଲୋଡିବା ସହ ମୁଖ୍ୟମନ୍ତ୍ରୀ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିବା ପାଇଁ ଦାବି କରାଯାଇଥିଲା ।

ତେବେ ଆଜି ନିର୍ବାଚନ କମିଶନ ଏକ ମୁଦ ଚିଠିରେ ସୋରନଙ୍କ ବିଧାୟକ ପଦ ରଦ୍ଦ ନେଇ ସୁପାରିଶ କରିବା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଥିବା ଖବର ପ୍ରସାରିତ ହୋଇଥିଲା । ଏବେ ଯାହା କିଛି ରାଜ୍ୟପାଳଙ୍କ ନିର୍ଣ୍ଣୟ ଉପରେ ନିର୍ଭର କରେ ବୋଲି କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ସୋରେନ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.