ETV Bharat / bharat

PM Modi Hectic Schedule: ବୁଧବାର ଦିନ ସାରା ଏକାଧିକ ବୈଠକ, ରାତିରେ ଇଣ୍ଡୋନେସିଆ ଗସ୍ତ

ବୁଧବାର ସକାଳ 7.30 । ସ୍ଥାନ 7 ଲୋକ କଲ୍ୟାଣ ମାର୍ଗ (ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ) । ପିଏମଓ ଅଧିକାରୀଙ୍କୁ ନେଇ ଚାଲିଲା ବୈଠକ । ପୂର୍ବାହ୍ନ 10.30 ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ରୁଦ୍ଧଦ୍ବାର ବୈଠକ । ମଧ୍ୟାହ୍ନ 12.30 । କେନ୍ଦ୍ର କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ ମୋଦି । ପରେ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଲେ । ଅପରାହ୍ନ 3 ଟାରୁ ଜି-20 ଶିଖର ସମ୍ମିଳନୀ ସମ୍ବନ୍ଧୀତ ବୈଠକ ପରେ ବୈଠକ ଚାଲିଲା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 6, 2023, 10:10 PM IST

Hectic Schedule PM Modi
Hectic Schedule PM Modi
  • #WATCH | Delhi: Prime Minister Narendra Modi leaves for Jakarta, Indonesia

    PM Modi will attend the 20th ASEAN-India Summit and 18th East Asia Summit in Jakarta on September 7. pic.twitter.com/vZE1V7KJ3L

    — ANI (@ANI) September 6, 2023 " class="align-text-top noRightClick twitterSection" data=" ">

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ନନଷ୍ଟପ କାର୍ଯ୍ୟକ୍ରମ । ପୁରା ଦିନ ବ୍ୟସ୍ତ । ସକାଳ 7 ଟାରୁ ସଂଧ୍ୟା 7.30 ପର୍ଯ୍ୟନ୍ତ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେଲେ । ପୁରା ଦିନ ବୈଠକ, ସମୀକ୍ଷା ଆଲୋଚନା ନିର୍ଦ୍ଦେଶନାମା ଚାଲିଲା । ନିଜେ ଖଟିଲେ ମନ୍ତ୍ରୀଙ୍କୁ ମଧ୍ୟ ଖଟାଇଲେ । ପୁରା ଶାସନ ପ୍ରଶାସନକୁ ପ୍ରଧାନମନ୍ତ୍ରୀ ଆଡଭାନ୍ସ ଷ୍ଟେଜକୁ ନେଇ ତୀବ୍ର ଗତିରେ ଦୌଡାଇଲେ । ପ୍ରଧାନମନ୍ତ୍ରୀଙ୍କ ଏହି ନନଷ୍ଟପ ୱାର୍କିଂ ଷ୍ଟାଇଲ ଯଦିଓ ପୂର୍ବରୁ ରହି ଆସିଛି । କିନ୍ତୁ ବର୍ତ୍ତମାନର ସାମ୍ପ୍ରତିକ ପରିସ୍ଥିତିରେ ଏହା ବେଶ ଚର୍ଚ୍ଚାରେ ରହିଛି ।

ଏହାବି ପଢନ୍ତୁ- PM Modi Interview ahead of G20: 'ବିଶ୍ବର କଲ୍ୟାଣ ପାଇଁ ଭାରତର ସବକା ବିକାଶ ସାଜିବ ମାର୍ଗଦର୍ଶକ'

ବୁଧବାର ସକାଳ 7.30 । ସ୍ଥାନ 7 ଲୋକ କଲ୍ୟାଣ ମାର୍ଗ(ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ) । ପିଏମଓ ଅଧିକାରୀଙ୍କୁ ନେଇ ଚାଲିଲା ବୈଠକ । ପୂର୍ବାହ୍ନ 10.30 ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ରୁଦ୍ଧଦ୍ବାର ବୈଠକ । ମଧ୍ୟାହ୍ନ 12.30 । କେନ୍ଦ୍ର କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ ମୋଦି । ପରେ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଲେ । ଅପରାହ୍ନ 3 ଟାରୁ ଜି-20 ଶିଖର ସମ୍ମିଳନୀ ସମ୍ବନ୍ଧୀତ ବୈଠକ ପରେ ବୈଠକ ଚାଲିଲା । ଏନଏସଏ, ବୈଦେଶିକ ମନ୍ତ୍ରୀ ଅଧିକାରୀଙ୍କୁ ନେଇ ବୈଠକ । ସଂଧ୍ୟା ରେ ପୁଣି ମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କଲେ । ଯାହା 7.30 ପର୍ଯ୍ୟନ୍ତ ଚାଲିଥିଲା । ବୈଠକରେ ଜି-20 ଶିଖର ସମ୍ମିଳନୀକୁ ସଫଳ ଆୟୋଜନ କରିବାକୁ ମନ୍ତ୍ରୀ ମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶନାମା ସହ ପରାମର୍ଶ ଦେଲେ । ବୈଠକ ଶେଷ କରି ତୁରନ୍ତ ବିମାନ ବନ୍ଦର ଅଭିମୁଖେ ବାହାରିଲେ ପ୍ରଧାନମନ୍ତ୍ରୀ । ରାତି 8 ଟାରେ ସରକାରୀ ଗସ୍ତରେ ଇଣ୍ଡୋନେସିଆ ଅଭିମୁଖେ ଯାତ୍ରା ।

ଏହାବି ପଢନ୍ତୁ- PM Modi Diamond Portrait: ପ୍ରଧାନମନ୍ତ୍ରୀଙ୍କ ହୀରା ଖଚିତ ଫଟୋ ପ୍ରସ୍ତୁତ, ଦେଖନ୍ତୁ କଣ ରହିଛି ବିଶେଷତ୍ବ

ପ୍ରଧାନମନ୍ତ୍ରୀ ମୋଦି ଆଜି ରାତି 8 ଟାରେ ଇଣ୍ଡୋନେସିଆ ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରାୟ 7 ଘଣ୍ଟାର ଯାତ୍ରା କରି ଇଣ୍ଡୋନେସିଆ ଜାକାର୍ତ୍ତା ସକାଳ 3 ଟାରେ ଅବତରଣ କରିବେ ମୋଦି । କିଛି ସମୟର ବିଶ୍ରାମ ପରେ, ସକାଳ 7.30 ରେ 20ତମ ଏସିଆନ- ଇଣ୍ଡିଆ ସମ୍ମିଳନୀରେ ସାମିଲ ହେବେ । ଏହାସହ ସମ୍ବୋଧିତ କରିବେ । ପରେ 18ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ସାମିଲ ହୋଇ ଭାରତର ପକ୍ଷ ରଖିବେ । ଉଭୟ ସରକାରୀ କାର୍ଯ୍ୟକ୍ରମ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ତୁରନ୍ତ ବିମାନ ବନ୍ଦର ଆସି ନୂଆଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ । ସଂଧ୍ୟା 6.45 ସୁଦ୍ଧା ନୂଆଦିଲ୍ଲୀରେ ପହଞ୍ଚିବେ ।

ଏହାବି ପଢନ୍ତୁ- ବଦଳିବ ଦେଶର ନାଁ ? ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସୂଚୀରେ ଲେଖାଗଲା 'ଭାରତ'

ସେହିପରି ସେପ୍ଟେମ୍ବର 8 ରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନ୍ୟ ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ସହିତ ଦ୍ବିପାକ୍ଷିକ ବୈଠକ କରିବେ । ବୈଠକ ଶେଷ ପରେ ମିଳିତ ପ୍ରେସମିଟ କରିବେ ସମସ୍ତ ରାଷ୍ଟ୍ରନେତା । ଏହା ପରେ ସେପ୍ଟେମ୍ବର 9 ଓ 10 ରେ ପ୍ରଧାନମନ୍ତ୍ରୀ ମୋଦି ଜି-20 ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.