ନୂଆଦିଲ୍ଲୀ: ଆଜି ସକାଳ ସମୟରେ ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି । ପ୍ରାୟ ସାତ ଦିନ ପରେ ବର୍ଷା ହୋଇଥିବାରୁ ଏହା ଦିଲ୍ଲୀବାସୀଙ୍କୁ ଗରମରୁ ଆଶ୍ବସ୍ତ ଦେଇଛି । କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ସ୍ଥାନେ ସ୍ଥାନେ ପାଣି ଜମି ରହିଛି । ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି ।
ବିମାନବନ୍ଦର ରାସ୍ତାରେ ବର୍ଷା ଯୋଗୁଁ ପାଣି ରାସ୍ତା ଉପରେ ଚାଲୁଛି । ଫଳରେ ଯାତାୟାତ କରୁଥିବା ବସ ସମେତ ଅଟୋ ଓ ବାଇକ ଆରୋହୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସେହିପରି ପ୍ରଗତିମୈଦାନ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଏହାଦ୍ୱାରା ରାସ୍ତାରେ ପାଣି ଜମି ରହିଥିବାରୁ ଏଠାରେ ପମ୍ପ ଲଗାଇ ଜଳ ଅପସାରଣ କରାଯାଉଛି, କିନ୍ତୁ ବର୍ତ୍ତମାନ ପରିସ୍ଥିତି ଏଠାରେ ସ୍ୱାଭାବିକ ହୋଇନାହିଁ । ମଥୁରା ରୋଡ ଅଞ୍ଚଳ, ଆର.କେ ପୁରମ ରେ ମଧ୍ୟ ବର୍ଷା ଯୋଗୁଁ ପାଣି ପରିପୂର୍ଣ୍ଣ ହୋଇ ରହିଥିବାବେଳେ ଓ୍ବାଟର ଲଗିଂ ମଧ୍ୟ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ