ETV Bharat / bharat

ଦିଲ୍ଲୀରେ ପ୍ରବଳ ବର୍ଷା, ଅଟକି ରହିଛି ଶହ ଶହ ଗାଡି

author img

By

Published : Jul 13, 2021, 12:48 PM IST

Updated : Jul 13, 2021, 12:57 PM IST

ସକାଳ ପ୍ରବଳ ବର୍ଷା ପରେ ଦିଲ୍ଲୀର ଟ୍ରାଫିକ ବ୍ୟବସ୍ଥା ପୁରା ଭୁଶୁଡି ପଡିଛି । ରାସ୍ତାରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଥିବା ବେଳେ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି । ବର୍ଷା ପାଇଁ ମୟୂର ବିହାର ଓ ଅକ୍ଷରଧାମ ପର୍ଯ୍ୟନ୍ତ ଲମ୍ବା ଟ୍ରାଫିକ ଲାଗି ରହିଥିଲା ।

Delhi Rain
Delhi Rain

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମୌସୁମୀର ତାଣ୍ଡବ । ଆଜି (ମଙ୍ଗଳବାର) ସକାଳୁ ଦିଲ୍ଲୀରେ ଲାଗି ରହିଛି ବର୍ଷା । ଫଳରେ ଖସିଛି ତାପମାତ୍ରା ।

ଦିଲ୍ଲୀରେ ମୌସୁମୀର ପ୍ରବେଶ ସହ ଚାଲିଛି ତୁହାକୁ ତୁହା ବର୍ଷା । ସକାଳ 7 ଟା ପରଠାରୁ ହୋଇଥିବା ଲଗାଣ ବର୍ଷାରେ ପୁରା ଦିଲ୍ଲୀ ପାଣି ପାଣି ହୋଇଯାଇଛି । ସଫଦରଜଙ୍ଗ ରେ 2.5 ମିମି, ଆୟା ନଗରରେ 1.3 ମିମି, ପାଲମରେ 2.4 ମିମି, ଲୋଧୀ ରୋଡରେ 1.94 ମିମି ବର୍ଷା ରେକର୍ଡ ହୋଇଛି ।

ସେହିପରି ବର୍ଷାରେ ଦିଲ୍ଲୀ ପାଣି ପାଣି ହୋଇଯାଇଥିବା ବେଳେ ମୁଥୁରା ରୋଡ, ସରିତା ବିହାର, ଦିଲ୍ଲୀ କ୍ୟାଣ୍ଟ, ସେଣ୍ଟ୍ରାଲ ଦିଲ୍ଲୀ ପୁରା ଜଳମଗ୍ନ ହୋଇଯାଇଛି । ଦିଲ୍ଲୀର ବ୍ୟସ୍ତ ବହୁଳ ରାସ୍ତା ଏମ୍ସ ଫ୍ଲାଏ ଓଭର ତଳେ ପୁରା ଉଚ୍ଚ ସ୍ରୋତରେ ପାଣି ବୋହିବା ପରେ ଗମନା ଗମନ ଏକ ପ୍ରକାର ଠପ ହୋଇଯାଇଥିଲା । ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଥିଲେ ।

ଆଜି ( ମଙ୍ଗଳବାର) ଦିଲ୍ଲୀ ସମେତ ଅଖା ପାଖ ଅଞ୍ଚଳରେ ପାଗ ପୁରା ଭିନ୍ନ ଥିଲା । ଆକାଶ ବାଦଲରେ ଭରି ରହିଥିବା ବେଳେ, ଦକ୍ଷିଣ ପଶ୍ଚିମ ମୌସୁମ ବାୟୁ ରାଜସ୍ଥାନ ଜୈସଲମେର ଠାରୁ ଗଙ୍ଗାନଗର ପର୍ଯ୍ୟନ୍ତ ରହିଛି ଏହାରି ପ୍ରଭାବରେ ଦିଲ୍ଲୀ ଏକ ପ୍ରକାର ଭାସୁଛି ।

ଅନ୍ୟପଟେ ପାଣିପାଗ ବିଭାଗ ବର୍ଷାକୁ ନେଇ ସତର୍କ ସୂଚନା ଜାରି କରିଛି । ଏହାସହ ହିମାଚଳ, ଉତ୍ତରାଖଣ୍ଡ, ୟୁପି ପାଇଁ ମଧ୍ୟ ଜାରି କରିଛି ସତର୍କ ସୂଚନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 13, 2021, 12:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.