ETV Bharat / bharat

ବାତ୍ୟା ନିଭାର: ଅଶାନ୍ତ ସମୁଦ୍ର, ପ୍ରବଳ ବେଗରେ ବହୁଛି ପବନ

author img

By

Published : Nov 25, 2020, 5:11 PM IST

ବାତ୍ୟା ନିଭାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତିର ଅନୁମାନ କରିଛି ପାଣିପାଗ ବିଭାଗ । ତାମିଲନାଡୁରେ କରାଇକଲ ଓ ମମଲ୍ଲାପୁରମ ସମୁଦ୍ର ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବା ପୂର୍ବରୁ ନିଭାରର ପ୍ରଭାବ ଦେଖିବାକୁ ମିଳିଛି । ମମଲ୍ଲାପୁରମରେ ପ୍ରବଳ ବେଗରେ ବହୁଛି ପବନ । ଅଧିକ ପଢନ୍ତୁ...

ବାତ୍ୟା ନିଭାର: ଅଶାନ୍ତ ସମୁଦ୍ର, ପ୍ରବଳ ବେଗରେ ବୁଛି ପବନ

ଚେନ୍ନାଇ: ପ୍ରଖର ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା 'ନିଭାର' । ବାତ୍ୟା ନିଭାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତିର ଅନୁମାନ କରିଛି ପାଣିପାଗ ବିଭାଗ । ପବନର ବେଗ ଘଣ୍ଟାପ୍ରତି 120ରୁ 130 କିଲୋମିଟର ରହିବ । କଚ୍ଚା ଘର ଭାଙ୍ଗିବା ସହ ଟେଲିଫୋନ ଖୁଣ୍ଟି ଉପୁଡିବ ବୋଲି ଆଶଙ୍କା ରହିଛି । ତେବେ ଏହାକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ରିଲିଫ ସହ ଚେନ୍ନାଇ ସମୁଦ୍ର ଉପକୂଳରେ ମୁତୟନ ହୋଇଛି ନୌସେନା ଜାହାଜ ।

ବାତ୍ୟା ନିଭାରକୁ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପାଣିପାଗ ମହାନିର୍ଦେଶକ ଡଃ. ମୃତ୍ୟୁଞ୍ଜୟ ମହାପାତ୍ର । ପାଣିପାଗ ନିର୍ଦେଶକଙ୍କ ସୂଚନା ଅନୁଯାୟୀ ନିଭାର ପୁଡୁଚେରୀରୁ 250 କିଲୋମିଟର ଦୂରରେ ଅଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ବୁଧବାର ମଧ୍ୟରାତ୍ରିରେ କରାଇକଲ ଓ ମାମଲ୍ଲପୁରମ ନିକଟରେ ସ୍ଥଳଭାଗ ଛୁଇଁବ । ଏହା ପ୍ରଭାବରେ 120ରୁ 130 କିଲୋମିଟର ବେଗରେ ପବନ ବହିବା ସହ ବ୍ୟାପକ କ୍ଷୟକ୍ଷତି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ତାମିଲନାଡୁରେ କରାଇକଲ ଓ ମମଲ୍ଲାପୁରମ ସମୁଦ୍ର ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବା ପୂର୍ବରୁ ନିଭାରର ପ୍ରଭାବ ଦେଖିବାକୁ ମିଳିଛି । ମମଲ୍ଲାପୁରମରେ ପ୍ରବଳ ବେଗରେ ବହୁଛି ପବନ । ବାତ୍ୟାର ସମ୍ଭାବ୍ୟ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିଛି ଏନଡିଆରଏଫ ।

ଏନଡିଆରଏଫ ଡିଜି ଏସଏନ ପ୍ରଧାନ କହିଛନ୍ତି, ନିଭାର ଗଭୀର ବାତ୍ୟାର ରୂପ ନେଇସାଛି । ଏହାକୁ ଦୃଷ୍ଟିରେ ରଖି ଏନଡିଆରଏଫ ପ୍ରସ୍ତୁତ ରହିଛି । ଏନଡିଆରଏଫ ଟିମ ଗତ 2 ଦିନର ଧରି ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ସ୍ଥନରେ ମୁତୟନ ହୋଇଛନ୍ତି | ବର୍ତ୍ତମାନ ପର୍ଯ୍ୟନ୍ତ ତାମିଲନାଡୁ ଏବଂ ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶ ଦେଇ 25ଟି ଟିମ ନିୟୋଜିତ ହୋଇଥିବା ସୂଚନା ଦେଇଛନ୍ତି ପ୍ରଧାନ ।

ତାମିଲନାଡୁରୁ ପ୍ରାୟ 30,000 ରୁ ଅଧିକ ଲୋକଙ୍କୁ ଏବଂ ପୁଡୁଚେରୀରୁ 7,000 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ସରକାର ଏକତ୍ର କାର୍ଯ୍ୟ କରୁଛନ୍ତି। କ୍ଷତି ହ୍ରାସ କରିବାକୁ ସମସ୍ତ ପ୍ରୟାସ କରାଯାଉଥିବା ସୂଚନା ଦେଇଛନ୍ତି ଏନଡିଆରଏଫ ଡିଜି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.