ଜୟପୁର: ଏନଏଚ-52 ରେ ଭୟଙ୍କର ସଡକ ଦୁର୍ଘଟଣା । ଦୁଇଟି ଟ୍ରକ୍ ଧକ୍କା ହେବା ପରେ ଜୀବନ୍ତ ଦଗ୍ଧ ହୋଇଛନ୍ତି 2 ଜଣ । ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଟ୍ରକ ଧକ୍କା ହେବା ପରେ ଚୁରୁଙ୍କ NH 52 ନିଆଁ ଲାଗି ଯାଇଥିଲା । ଟ୍ରକରେ ନିଆଁ ଏତେ ଭୟଙ୍କର ଥିଲା ଯେ, ନିଆଁ ଲିଭାଇବା କଷ୍ଟସାଧ୍ୟ ହୋଇପଡିଥିଲା । ଫଳରେ ଟ୍ରକରେ ଥିବା 2 ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ ।
ପ୍ରକାଶଥାଉକି, ଗୋଟିଏ ଟ୍ରକ 22 ଚକିଆ ଥିବା ବେଳେ ଅନ୍ୟଟି 10 ଚକିଆ ଟ୍ରକ ଥିଲା । 22 ଚକିଆ ଟ୍ରକରେ ରିଫାଇନ ତେଲ ଥିବା ବେଳେ 10 ଚକିଆରେ ଘିଅ ଥିଲା । ଏହି କାରଣରୁ ଟ୍ରକରେ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡରେ ଉଭୟ ଟ୍ରକ ପାଉଁଶ ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାରାନଗରରୁ ଅଗ୍ନିଶମ ବାହିନୀକୁ ଡାକି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ନିଆଁ ଏତେ ଭୟଙ୍କର ଥିଲା ଯେ ଏହାକୁ ଲିଭାଇ ପାରିନଥିଲେ ।
ପ୍ରାୟ ଅଢେଇ ଘଣ୍ଟା ନିଆଁକୁ ତିନୋଟି ଅଗ୍ନିଶମ ବିଭାଗ ନିୟନ୍ତ୍ରଣ କରି ପାରିନଥିଲା ଫଳରେ ଅନ୍ୟ ଅଗ୍ନିଶମ ବାହିନୀକୁ ଡକାଯାଇଥିଲା । ଏଏସପି ଯୋଗେନ୍ଦ୍ର ଫୌଜଦାର, ସିଓ ସିଟି ମମତା ସରସ୍ବତ, ଏସଡିଏମ ଅଭିଷେକ ଖାନ୍ନା, ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଜେସିବି ଦ୍ବାରା ନିଆଁ ଲାଗିଥିବା ଟ୍ରକକୁ ହଟାଇ ରାସ୍ତା ଖୋଲିବାକୁ ଚେଷ୍ଟା କରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ