ଡେରାଡୁନ: କୋରୋନା ସଙ୍କଟ ମଧ୍ୟରେ କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ଦେବଭୂମି ଉତ୍ତରାଖଣ୍ଡ । ବାଦଲଫଟା ବର୍ଷା କାରଣରୁ ଦେବ ପ୍ରୟାଗରେ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି ।
ମଙ୍ଗଳବାର ଅପରାହ୍ନରେ ଉତ୍ତରାଖଣ୍ଡରେ ହୋଇଥିଲା ବାଦଲ ଫଟା ବର୍ଷା । ଯାହା ଫଳରେ ଦେବଭୂମିର କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜଳ ପ୍ରଳୟ ଯୋଗୁଁ 12ରୁ ଉର୍ଦ୍ଧ୍ବ ଦୋକାନ ଏବଂ ଅନେକ ଘର ଭାଙ୍ଗିଥିବା ସୂଚନା ଦେଇଛନ୍ତି ଦେବ ପ୍ରୟାଗ ଏସଏଚଓ ଏମଏସ ରାୱତ ।