ETV Bharat / bharat

ଶୀତ ଦିନେ ରୁହନ୍ତୁ ସତର୍କ, ରହିଛି ହୃଦଘାତର ଆଶଙ୍କା !

author img

By

Published : Jan 9, 2023, 1:35 PM IST

ଅତ୍ୟଧିକ ଥଣ୍ଡା ହୃଦଘାତ ଏବଂ ଷ୍ଟ୍ରୋକ୍‌ର କରଣ ହୋଇପାରେ । ଏଥିପାଇଁ ଶୀତ ଦିନରେ କିପରି ରହିବେ ସତର୍କ ସେନେଇ ପରାମର୍ଶ ଦେଲେ ହୃଦ୍‌ରୋଗ ବିଶେଷଜ୍ଞ । ଶୀତ ଦିନରେ କିପରି ସତର୍କ ରହିବେ ଜାଣିବା ପାଇଁ ଅଧିକ ପଢ଼ନ୍ତୁ

ଅତ୍ୟଧିକ ଥଣ୍ଡା ହୋଇପାରେ ହୃଦଘାତ କାରଣ
ଅତ୍ୟଧିକ ଥଣ୍ଡା ହୋଇପାରେ ହୃଦଘାତ କାରଣ

ନୂଆଦିଲ୍ଲୀ: ଶୀତ ଦିନେ ରୁହନ୍ତୁ ସତର୍କ । ହୃଦଘାତ ଏବଂ ଷ୍ଟ୍ରୋକ ହେବାର ରହିଥାଏ ଆଶଙ୍କା । ଶୀତ ଦିନ ମନୁଷ୍ୟର ହୃଦୟ ପାଇଁ ଏକ ଭଲ ପରିବେଶ ସୃଷ୍ଟି କରେ ନାହିଁ ବୋଲି ବିଭିନ୍ନ କାଡିଓଲୋଜିଷ୍ଟ ବା ହୃଦରୋଗ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ଅତ୍ୟଧିକ ଥଣ୍ଡା ହେତୁ ଶରୀରର ଶିରା ପ୍ରସିରାରେ ରକ୍ତ ସଞ୍ଚାଳନ ଗତି ହ୍ରାସ ପାଇଥାଏ । ଏହା ପରବର୍ତ୍ତୀ ସମୟରେ ରକ୍ତଚାପକୁ ବଢାଇ ଥାଏ । ଯେଉଁ କାରଣରୁ ହୃଦଘାତ ଏବଂ ଷ୍ଟ୍ରୋକ୍‌ ହେବାର ଆଶଙ୍କା ରହିଥାଏ । ଶୀତ ଦିନେ କମ୍ ତାପମାତ୍ରା କାରଣରୁ ଶରୀରରେ ‘ଭିଟାମିନ୍ ଡି’ର ଅଭାବ, ସେରମ୍ କୋଲେଷ୍ଟ୍ରୋଲ୍ ସ୍ତର, ଶାରୀରିକ ନିଷ୍କ୍ରିୟତା, କୋଏଗୁଲେସନ୍ ଫ୍ୟାକ୍ଟର୍(Coagulation factor) ବା ରକ୍ତକୁ ବାନ୍ଧି ରଖୁଥିବା କଣିକା ଓ ହରମୋନ ଅସନ୍ତୁଳନ ଦେଖା ଦେଇଥାଏ । ଯାହା ଫଳରେ ୧୨ଟି ହୃଦଘାତଜନିତ ରୋଗ ଦେଖିବାକୁ ମିଳିଥାଏ ।

୧୨ଟି ହୃଦଘାତ ଜନିତ ରୋଗ: ଆଲୋଚନାରେ ଥିବା ବାରଟି ହୃଦ୍‌ରୋଗ ହେଉଛି, ଡିପ୍ ଭେନୋସ୍ ଥ୍ରୋମ୍ବୋସିସ୍, ପୁଲମୋନାରୀ ଏମ୍ବୋଲାଇଜିମ୍, ଆର୍ଟିକ୍ ଡିସେକସନ , ଷ୍ଟ୍ରୋକ, ଇଣ୍ଟ୍ରାସେରେବ୍ରାଲ୍ ରକ୍ତସ୍ରାବ, ଉଚ୍ଚ ରକ୍ତଚାପ, ହୃଦଘାତ, ଆଞ୍ଜିନା ପେକ୍ଟିସ୍, ମାୟୋକାର୍ଡିଆଲ୍ ଇନଫାର୍କସନ୍, ଭେଣ୍ଟ୍ରିକୁଲାର ଆରିଥମିଆ ଏବଂ ଆଟ୍ରିଆଲ୍ ଫାଇବ୍ରିଲେସନ୍ ।

ନୂଆଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲର ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ମନୋଜ କୁମାର କହିଛନ୍ତି, "ଶୀତଦିନେ ହୃଦଘାତ ଜନିତ ସମସ୍ୟା ବୃଦ୍ଧି ପାଇଥାଏ । ହୃଦଘାତ ସାଧାରଣତଃ ବୃଦ୍ଧଙ୍କ ଦେହରେ ଅଧିକ ଦେଖିବାକୁ ମିଳୁଥିଲା କିନ୍ତୁ ଆଜିକାଲି ଏହା ଯୁବକପିଢ଼ିଙ୍କ ମଧ୍ୟରେ ବି ଦେଖିବାକୁ ମିଳୁଛି ।"

ସେ ଆହୁରୀ ମଧ୍ୟ କହିଛନ୍ତି ,"ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଥଣ୍ଡା ପବନରୁ ନିଜ ଶରୀରକୁ ଏବଂ ହୃଦୟ ସୁରକ୍ଷିତ ରଖିବା । ସୂର୍ଯ୍ୟୋଦୟ ପୂର୍ବରୁ ମର୍ଣ୍ଣିଂ ୱାର୍କ(Morning Walk) କରିବା ନାହିଁ । ଶରୀରକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କି ହେଉଥିବା ଭଳି ପୋଷାକ ପିନ୍ଧିବା ସହ ବାହାରକୁ ଯିବା ପୂର୍ବରୁ ମୁଣ୍ଡକୁ ସଠିକ୍ ଭାବରେ ଘୋଡାଇବା ଅତ୍ୟନ୍ତ ଜରୁରୀ ।" ଅତ୍ୟଧିକ ଥଣ୍ଡା ଶରୀରର ରକ୍ତବାହୀକୁ ସଂକୁଚିତ କରିଥାଏ । ଏହା ‘ଭାସୋକନଷ୍ଟ୍ରିକ୍ସନ୍’ ଭାବରେ ଜଣାଶୁଣା । କରୋନାରୀ ଧମନୀରେ ରକ୍ତ ଜମାଟ ବାନ୍ଧିବା କାରଣରୁ ହୃଦଘାତ ହୁଏ । ଦେଖାଯାଏ ଯେ ଶୀତ ସମୟରେ ଆମ ଶରୀରରେ ଫାଇବ୍ରିନୋଜେନ ସ୍ତର ୨୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ଏହା ବ୍ୟତୀତ, ପ୍ଲେଟ୍‌ଲେଟ୍‌ ମଧ୍ୟ ବଢିଥାଏ । ଏହାଦ୍ୱାରା ରକ୍ତ ଜମାଟ ବାନ୍ଧି ହୃଦଘାତ ହୋଇପାରେ ବୋଲି ଡାକ୍ତର ମନୋଜ କୁମାର କହିଛନ୍ତି । ହୃଦ୍‌ରୋଗରୁ ରକ୍ଷା ପାଇବା ପାଇଁ ସତର୍କତା ସ୍ୱରୂପ ଶୀତଦିନେ ଭିଟାମିନ୍‌ ଡି ସପ୍ଲିମେଣ୍ଟ ନେବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଭିଟାମିନ୍ D ଅଭାବ ହୃଦଘାତର କାରଣ ହୋଇପାରେ ବୋଲି କହିଛନ୍ତି ଡାକ୍ତର ମନୋଜ କୁମାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.