ETV Bharat / bharat

Anand Mohan release case: କେନ୍ଦ୍ର ଓ ବିହାର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌ - ବିହାର ସରକାର

ପୂର୍ବତନ ସାଂସଦ ଆନନ୍ଦ ମୋହନ ସିଂଙ୍କ ମୁକ୍ତି ପ୍ରସଙ୍ଗରେ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ଓ ବିହାର ସରକାରଙ୍କଠାରୁ ମାଗିଲେ ଜବାବ । ସର୍ବୋଚ୍ଚ କୋର୍ଟ ଯାଇଥିଲେ ହତ୍ୟାର ଶିକାର ଆଇଏଏସ ଅଧିକାରୀଙ୍କ ପତ୍ନୀ । ଅଧିକ ପଢନ୍ତୁ

Anand Mohan release case: ବିହାର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

author img

By

Published : May 8, 2023, 7:00 PM IST

ନୂଆଦିଲ୍ଲୀ: ଦଳିତ ଆଇଏଏସ ଅଧିକାରୀ ଜି.କୃଷ୍ଣେୟା ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ପାଇଥିବା ବିହାରର ପୂର୍ବତନ ସାଂସଦ ଆନନ୍ଦ ମୋହନ ସିଂର ମୁକ୍ତି ପ୍ରସଙ୍ଗରେ ଜବାବ ମାଗିଛନ୍ତି ସର୍ବୋଚ୍ଚ କୋର୍ଟ । କେଉଁ ପରିସ୍ଥିତିରେ ଆନନ୍ଦ ମୋହନକୁ ମୁକ୍ତ କରାଗଲା, ସେନେଇ ସୁପ୍ରିମକୋର୍ଟ ଆନନ୍ଦ ମୋହନ, କେନ୍ଦ୍ର ସରକାର ଓ ବିହାର ସରକାରଙ୍କୁ ଜବାବ ମାଗିଛନ୍ତି । ଆସନ୍ତା ଏକ ସପ୍ତାହ ମଧ୍ୟରେ କୋର୍ଟଙ୍କୁ ସବିଶେଷ ଅବଗତ କରିବା ପାଇଁ ଜାରି ନୋଟିସରେ କୁହାଯାଇଛି ।

୧୯୯୪ ମସିହାର ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାରେ ପ୍ରଥମେ ମୃତ୍ୟୁଦଣ୍ଡ ଓ ପରେ ଆଜୀବନ କାରାଦଣ୍ଡ ପାଇଥିବା ଆନନ୍ଦ ମୋହନକୁ ଗତମାସ (ଏପ୍ରିଲ) 27 ତରିଖରେ ବିହାର ସରକାର ମୁକ୍ତ କରିଥିଲେ । 14 ବର୍ଷ ଜେଲରେ ରହିବା ପରେ ତାକୁ ଜେଲ୍‌ ମାନୁଆଲରେ ସଂଶୋଧନ କରି ମୁକ୍ତ କରାଯିବାକୁ ନେଇ ହତ୍ୟାର ଶିକାର ହୋଇଥିବା ଅଧିକାରୀ ଜି.କୃଷ୍ଣେୟାଙ୍କ ପରିବାର ତୀବ୍ର ଆପତ୍ତି ଉଠାଇଥିଲେ । ପ୍ରଥମେ ଏହି ମାମଲାରେ ମୃତ କୃଷ୍ଣେୟାଙ୍କ ପତ୍ନୀ ଓ ଝିଅ ଗଣମାଧ୍ୟମ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ହସ୍ତକ୍ଷେପ ପାଇଁ ନିବେଦନ କରିଥିଲେ । ପରେ ସେମାନେ ବିହାର ସରକାରଙ୍କ ନିଷ୍ପତ୍ତିକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ ମଧ୍ୟ କରିଥିଲେ । ଆଜି ଏହି ମାମଲାରେ ସର୍ବୋଚ୍ଚ କୋର୍ଟ ଶୁଣାଣି କରି ଆନନ୍ଦ ମୋହନ, କେନ୍ଦ୍ର ଓ ବିହାର ସରକାରଙ୍କୁ ରିପୋର୍ଟ ମାଗିଛନ୍ତି ।

ପ୍ରଥମ ରାଜନେତା ଭାବେ ପାଇଥିଲେ ମୃତଦଣ୍ଡ: ୧୯୯୪ ମସିହା ଡିସେମ୍ବର ୫ ତାରିଖରେ ବିହାର ଗୋପାଳଗଞ୍ଜର ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ ଜି.କୃଷ୍ଣୟାଙ୍କୁ ଆନନ୍ଦ ମୋହନ ସିଂର ଇସାରାରେ ତାଙ୍କ ସହଯୋଗୀମାନେ ପିଟିପିଟି ହତ୍ୟା କରିଥିଲେ । ଏହି ମାମଲାରେ ଆନନ୍ଦ ମୋହନକୁ ଦୋଷୀ ସାବ୍ୟସ୍ତ କରାଯିବା ସହ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସ୍ବାଧୀନ ଭାରତରେ ଇତିହାସରେ କୌଣସି ଅପରାଧିକ ମାମଲାରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଏକମାତ୍ର ରାଜନେତା ହେଉଛି ଆନନ୍ଦ ମୋହନ । ପରେ ଅବଶ୍ୟ ସେ ଉପର କୋର୍ଟରେ ସେ ଆଶ୍ବସ୍ତି ପାଇବାରେ ସଫଳ ହୋଇଥିଲା । ପାଟନା ହାଇକୋର୍ଟ ମୃତ୍ଯୁଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥଲେ । ହେଲେ ଆଜୀବନ କାରାଦଣ୍ଡ ଅବଧି ଶେଷ ହୋଇନଥିବା ବେଳେ ଜେଲ୍‌ ମାନୁଆଲରେ ସଂଶୋଧନ ଆଣି ନୀତିଶ କୁମାର ସରକାର ତାକୁ ମୁକ୍ତ କରିଛନ୍ତି ।

ନୀତିଶଙ୍କ ରାଜନୈଜିକ ଉଦ୍ଦେଶ୍ୟ ନେଇ ଚର୍ଚ୍ଚା: ହେଲେ ଜଣେ ସର୍ବାଭାରତୀୟ ଅଧିକାରୀଙ୍କୁ ହତ୍ୟା ମାମଲାର ଦୋଷୀକୁ ଜେଲ୍‌ ନିୟମାବଳୀରେ ସଂଶୋଧନ କରି ମୁକ୍ତ କରିବା ପଛରେ ନୀତିଶଙ୍କ ରାଜନୈତିକ ଉଦ୍ଦେଶ୍ୟ ଥିବା ମଧ୍ୟ ଚର୍ଚ୍ଚା ହେଉଛି । ଆନନ୍ଦ ମୋହନ ରାଜପୁତ ସମ୍ପ୍ରଦାୟର । ତେଣୁ ରାଜପୁତ ଭୋଟ ପାଇଁ ନୀତିଶ କୁମାର ଏହି ନିଷ୍ପତ୍ତି ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି । ଆନନ୍ଦ ମୋହନର ପୁଅ ଏବେ ବିଧାୟକ ଅଛନ୍ତି ଓ ସେ ନିଜେ ମଧ୍ୟ ନିର୍ବାଚନୀ ମୈଦାନକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିବା ପରେ ଏବେ ନୋଟିସ ପାଇଛନ୍ତି ଉଭୟ କେନ୍ଦ୍ର ଓ ବିହାର ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.