ETV Bharat / bharat

ଅତିକ ଅହମ୍ମଦର ସହଯୋଗୀ ଘରେ ED ରେଡ: ୭୫ ଲକ୍ଷ ନଗଦ, ୨୦୦ ପାସବୁକ ଜବତ - ଅତିକ ଅହମ୍ମଦ

ଅତିକ ଅହମ୍ମଦର ଘନିଷ୍ଠ ସହଯୋଗୀଙ୍କ ଘରେ ଛାପା ମାରିଲା ଇଡି । ୭୫ ଲକ୍ଷ ନଗଦ ଟଙ୍କା ସହ ୨୦୦ ବ୍ୟାଙ୍କ ପାସବୁକ ଜବତ । ଅଧିକ ପଢନ୍ତୁ

ଅତିକ ଅହମ୍ମଦର ସହଯୋଗୀ ଘରେ ED ରେଡ୍
ଅତିକ ଅହମ୍ମଦର ସହଯୋଗୀ ଘରେ ED ରେଡ୍
author img

By

Published : Apr 13, 2023, 9:42 AM IST

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦକୁ ବୁଧବାର ସାବରମତି ଜେଲରୁ ପ୍ରୟାଗରାଜ ଅଣାଯାଇଛି । ତା'ର ସାନ ଭାଇ ତଥା ପୂର୍ବତନ ବିଧାୟକ ଖାଲିଦ ଅଜିମ ଓରଫ୍ ଅଶରଫଙ୍କୁ ମଧ୍ୟ ବରେଲି ଜେଲରୁ ନୈନି ସେଣ୍ଟ୍ରାଲ ଜେଲ୍ ନିଆଯାଇଛି । ଉମେଶ ପାଲ୍ ହତ୍ୟାକାଣ୍ଡ ମାମଲାରେ ଦୁହିଁଙ୍କୁ ଆଜି ସିଜେଏମ କୋର୍ଟରେ ହାଜର କରାଯିବ । ପୋଲିସ ଉଭୟଙ୍କୁ ରିମାଣ୍ଡରେ ନେବାକୁ ନିବେଦନ କରିବ । ତେବେ ସାବରମତି ଜେଲରୁ ଆସିବା ପୂର୍ବରୁ ଗତକାଲି(ବୁଧବାର) ଗ୍ୟାଙ୍ଗଷ୍ଟାର ଅତିକର ଘନିଷ୍ଠ ବନ୍ଧୁ ଓ ସହଯୋଗୀଙ୍କ ଘରେ ଛାପା ମାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଇଡିର ଅନେକ ଟିମ୍ ଗତକାଲି ସକାଳେ ପ୍ରୟାଗରାଜରେ ୧୫ରୁ ଅଧିକ ବାସଭବନ ଓ ପ୍ରତିଷ୍ଠାନରେ ଏକକାଳୀନ ଚଢାଉ କରିଛି ।

ଅତିକକୁ ସାହାଯ୍ୟ କରୁଥିବା ତାର ସମସ୍ତ ସହଯୋଗୀ ଇଡି ସ୍କାନରେ ରହିଛନ୍ତି । ଅତିକ ଅହମ୍ମଦ କଳାଧନ ଦ୍ବାରା ଅର୍ଜିତ କରିଥିବା ସମ୍ପତ୍ତି ଠାବ କରିବାକୁ ଟିମ୍ ତନଘନା ଚଳାଇଛି । ଏଥିପାଇଁ ଗତକାଲି(ବୁଧବାର) ଇଡି ପ୍ରୟାଗରାଜର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢାଉ କରିଛି । ଚଢାଉ ସମୟରେ ଅତିକର ସହଯୋଗୀଙ୍କ ଘରୁ ୭୫ ଲକ୍ଷ ନଗଦ ଟଙ୍କା ଜବତ କରିଛି ଇଡି । ଏଥିରେ ଉଭୟ ଭାରତୀୟ ଏବଂ ବିଦେଶୀ ମୁଦ୍ରା ରହିଛି ।

ଏହାସହିତ ୨୦୦ ବ୍ୟାଙ୍କ ପାସବୁକ, ଜମି କାଗଜପତ୍ର ଓ ୫୦ରୁ ଅଧିକ ସେଲ୍ କମ୍ପାନୀ ସହ ଜଡିତ ଦସ୍ତାବିଜ ଜବତ ହୋଇଛି । ଇଡି ରେଡ୍ କରୁଥିବା ବାସଭବନ ଏବଂ ପ୍ରତିଷ୍ଠାନରେ କାହାରିକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା । ରେଡ୍ ବେଳେ ସମ୍ପୃକ୍ତ ଘରେ ଥିବା ଲୋକମାନଙ୍କ ମୋବାଇଲ ଫୋନ ହେପାଜତକୁ ନିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ବିଆରଏସ ବୈଠକ ବେଳେ ସିଲିଣ୍ଡର ବିସ୍ଫୋରଣ: ୪ ମୃତ, ୪ ଗୁରୁତର

ଇଡି ଅତିକର ଓକିଲ ସୌଲତ ହନିଫ, ସହଯୋଗୀ ଜାଫର ଖାଲିଦ ସମେତ ଅନ୍ୟ କେତେକ ସହଯୋଗଙ୍କ ଗତିବିଧି ମଧ୍ୟ ଯାଞ୍ଚ କରିଛି । ଇଡି ଟିମ୍ ଓକିଲ ହନିଫଙ୍କ ଘରେ ରେଡ୍ କରିଛି । ଏହି ସମୟରେ ଅତିକ ସହ ଜଡିତ ଅନେକ ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି । ତଦନ୍ତକାରୀ ଟିମ୍ ଅତିକର ବେନାମୀ ସମ୍ପତ୍ତି ଠାବ କରିବାକୁ ହନିଫଙ୍କ ଘରେ ଛାନଭିନ୍ କରିଛି । ପ୍ରକାଶଥାଉ କି, ଗତ ମାସ ୨୮ ତାରିଖରେ ଉମେଶ ପାଲ ହତ୍ୟା ଘଟଣାରେ ପ୍ରୟାଗରାଜର ଏକ କୋର୍ଟ ଅତିକ ଅହମ୍ମଦ, ହନିଫଙ୍କୁ ଆଜୀବନ ଜେଲଦଣ୍ଡ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.