ETV Bharat / bharat

ମରିଗଲା ମାନବିକତା, ନବଜାତକୁ ଅଳିଆଗଦାରେ ଫିଙ୍ଗି ଜାଳି ଦେଲେ ସ୍ବାସ୍ଥ୍ୟକର୍ମୀ - ଝାଡଖଣ୍ଡର ଗାଢଓ୍ବା

ଝାଡଖଣ୍ଡର ଗାଢଓ୍ବା ଜିଲ୍ଲାରେ ନବଜାତ ଶିଶୁକୁ ଅଳିଆଗଦାରେ ପକାଇ ପୋଡି ଦିଆଯାଇଛି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ । ଅଧିକ ପଢନ୍ତୁ

burn newborn with garbage
burn newborn with garbage
author img

By

Published : Jun 11, 2023, 12:27 PM IST

ରାଞ୍ଚି: ଝାଡଖଣ୍ଡ ରାଜ୍ୟର ଗାଢଓ୍ବା ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ନବଜାତ ଶିଶୁର ମୃତ୍ୟୁ ପରେ ଅଳିଆ ଗଦାରେ ପୋଡି ଦେଲେ ଏଏନଏମ ଓ ସେବିକା । ପରିବାରକୁ ଦେଲେନି ଖବର । ଏହି ଅମାନବୀୟ ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ଏଏନଏମ ଓ ସେବିକା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

ସୂଚନା ମୁତାବକ, ମାଜିଆନଭ ନିବାସୀ ମଧୁ ଦେବୀ ନାମକ ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ପାଇଁ ମାଜିଆନଭ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମଧୁ ଦେବୀ ଏକ ମୃତ ସନ୍ତାନକୁ ଜନ୍ମ ଦେଇଥିଲେ । ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଏଏନ୍ଏମ ଏବଂ ସେବିକା ତାଙ୍କ ସମ୍ପର୍କୀୟଙ୍କୁ ମୃତ ଶିଶୁ ଜନ୍ମ ହୋଇଥିବା ନେଇ ସୂଚନା ଦେଇଥିଲେ । ଏହା ପରେ ନବଜାତ ଶିଶୁର ସମ୍ପର୍କୀୟ ବଜାରକୁ ଯାଇଥିଲେ । ଏନେଇ କାହାରିକୁ କିି ନଜଣାଇ ଏଏନ୍ଏମ ଏବଂ ସେବିକା ନିକଟସ୍ଥ ଏକ ଅଳିଆ ଗଦାରେ ଶିଶୁଟିକୁ ପୋଡି ଦେଇଥିଲେ । ଯାହାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁର ପରିବାର ଲୋକେ ଉତ୍ତେଜନା ସୃଷ୍ଟି କରିଥିଲେ ।

ମଧୁଦେବୀଙ୍କ ସମ୍ପର୍କୀୟଙ୍କ କହିବାନୁସାରେ, ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଅଳିଆ ପୋଡା ହେଉଥିଲା । ଆଉ ସେଥିରେ ନବଜାତ ଶିଶୁର ମୃତଦେହକୁ ମଧ୍ୟ ଫିଙ୍ଗି ଦେଇଥିବା ବେଳେ ମୃତଦେହଟି ସମ୍ପୁର୍ଣ୍ଣ ଜଳିଯାଇଥିବା ଜଣାପଡିଛି । ତେବେ ଏହି ଘଟଣା ଜଣାପଡିବା ପରେ ସମ୍ପର୍କୀୟମାନେ ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଥିଲେ ।

ଏହା ମଧ୍ୟ ପଢନ୍ତୁ- କାଳ ହେଲା ଲୁଚକାଳି ଖେଳ: କାରରେ ଲୁଚିଥିବା 4 ବର୍ଷୀୟା ଶିଶୁ କନ୍ୟାର ଚାଲିଗଲା ଜୀବନ

ଏହା ମଧ୍ୟ ପଢନ୍ତୁ-ଲଗାଣ ବର୍ଷାରେ କାନ୍ଥ ପଡି ୪ ମାସର ଶିଶୁ ମୃତ, ବାପାମାଆ ଗୁରୁତର

ଅନ୍ୟପଟେ ପୁରା ଘଟଣାକୁ ନେଇ ଡାକ୍ତର ଗୋବିନ୍ଦ ସେଠ କହିଛନ୍ତି ଯେ, ନବଜାତ ଶିଶୁର ମୃତଦେହକୁ ହସ୍ତାନ୍ତର କରାଯିବା ଉଚିତ । ଏହା ଏକ ଅମାନବିକ ଘଟଣା । ଏନେଇ ଘଟଣାର ତଦନ୍ତ କରାଯାଇ ଦୋଷୀ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ତେବେ ମଧୁ ଦେବୀଙ୍କ ଶାଶୁ ଘର ପଲାମୁର ସତବାରୱା ପୋଲିସ ଷ୍ଟେସନ ପରିସରର ଲହଲହେ ଅଞ୍ଚଳରେ । ସେ ପ୍ରସବ ପାଇଁ ତାଙ୍କ ମାତୃ ଘରକୁ ଯାଇଥିଲେ । ସେପଟେ ଡ୍ୟୁଟିରେ ଥିବା ଏନ୍ଏମ୍ କହିଛନ୍ତି, ଏହାକୁ ଖଣ୍ଡନ କରି କହିଛନ୍ତି କି ଶିଶୁର ମୃତଦେହ ଅଳିଆରେ ଫିଙ୍ଗି ଦିଆଯାଇଥିବା ସେ ଜାଣି ନଥିଲେ, ଡ୍ୟୁଟିରେ ଥିବା ସେବିକା ଏପରି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.