ETV Bharat / bharat

ସ୍ବାସ୍ଥ୍ୟ ମନ୍ତ୍ରାଳୟର ସ୍ପଷ୍ଟୋକ୍ତି, କୋରୋନା ଟୀକାର ବ୍ୟବହାର ଆବେଦନ ଖାରଜ ଖବର ମିଥ୍ୟା

author img

By

Published : Dec 9, 2020, 9:06 PM IST

ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ପକ୍ଷରୁ କୋରୋନା ଟୀକାର ଜରୁରୀକାଳୀନ ବ୍ୟବହାର ଆବେଦନକୁ ଖାରଜ କରାଯାଇଥିବା ଖବର ମିଥ୍ୟା। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ ଜାରି କରି ସୂଚନା ଦେଇଛି। ଅଧିକ ପଢ଼ନ୍ତୁ...

health ministry of india clarifies about emergency use of the Corona vaccine
ସ୍ବାସ୍ଥ୍ୟ ମନ୍ତ୍ରାଳାୟର ସ୍ପଷ୍ଟୋକ୍ତି, କୋରୋନା ଟିକାର ବ୍ୟବହାର ଆବେଦନ ଖାରଜ ଖବର ମିଥ୍ୟା

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ପକ୍ଷରୁ କୋରୋନା ଟୀକାର ଜରୁରୀ କାଳୀନ ବ୍ୟବହାର ଆବେଦନକୁ ଖାରଜ କରାଯାଇଥିବା ଖବର ମିଥ୍ୟା। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ ଜାରି କରି ସୂଚନା ଦେଇଛି। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ(Drugs Controller General of India) ଏହି ଦୁଇ ସଂସ୍ଥାର କୋରୋନା ଟୀକା ବ୍ୟବହାର ଉପରେ କଟକଣା ଜାରି କରିଥିବା ନେଇ ଖବର ଭାଇରାଲ ହୋଇଥିଲା ଏହାପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହାକୁ ନେଇ ସ୍ପୋଷ୍ଟକ୍ତି ଜାରି କରିଛି।

ଭାଇରାଲ ହେଉଥିବା ଖବରରେ କୁହାଯାଇଥିଲା ଯେ, ଆଜି(ବୁଧବାର) ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ ହୋଇଥିଲା। ବୈଠକରେ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ପକ୍ଷରୁ କୋରୋନା ଟିକାକୁ ନେଇ ଯେଉଁ ତଥ୍ୟ ଦିଆଯାଇଥିଲା ତାହା ସବିଶେଷ ନଥିଲା। ଏଥପାଇଁ ଏହି କୋରୋନା ଟୀକା ବ୍ୟବହାର କରିବାକୁ ନେଇ ଆବେଦନ ଖାରଜ କରାଯାଇଛି। ସବଜେକ୍ଟ ଏକ୍ସପର୍ଟ କମିଟି ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଠାରୁ ପୁନଃ ତଥ୍ୟ ନିଆଯିବ। ଏହାପରେ ଏହି ଟିକା ବ୍ୟବହାର ଉପରେ ବିଚାର କରାଯିବ। ତେବେ ଏହି ମିଥ୍ୟା ଖବର ଭାଇରାଲ ହେବା ପରେ ସ୍ପଷ୍ଟୋକ୍ଟି ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ।

ଗତକିଛି ଦିନ ହେଲା ସେରମ ଇନଷ୍ଟିଚ୍ୟୁଟ, ଭାରତ ବାୟୋଟେକ ଓ ଫାଇଜର ପକ୍ଷରୁ ଜରୁରୀକାଳୀନ ପରିସ୍ଥିତିରେ କୋରୋନା ଟିକାର ବ୍ୟବହାର କରିବା ପାଇଁ କେନ୍ଦ୍ରିୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଆବେଦନ କିରଛନ୍ତି ଏହି ତିନୋଟି ଔଷଧ କମ୍ପାନୀ। ଏହାକୁ ନେଇ ଗତ ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସଚିବ ରାଜେଶ ଭୁଷଣ ସୂଚନା ଦେଇଥିଲେ। କୋରୋନା ଟିକା ଉପଲବ୍ଧ ହେଲେ 30 କୋଟି ଲୋକଙ୍କୁ ଏହି ଟିକା ଦିଆଯିବା ନେଇ ତାଲିକା ପ୍ରସ୍ତୁତ ହୋଇଛି। ଏଥିରେ 3 କୋଟି ସ୍ବାସ୍ଥ୍ୟକର୍ମୀ ସାମିଲ ହୋଇଛନ୍ତି।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.