ETV Bharat / bharat

ଆସନ୍ତା ମେ' 1 ପରେ ବି ମହାରାଷ୍ଟ୍ରରେ ବଢିପାରେ କଟକଣା - maharashtra covid

ରାଜ୍ୟରେ କୋରାନା ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ନିଆଯାଇଥିବା ପ୍ରତିବନ୍ଧକକୁ ମେ' 1 ରୁ ଆହୁରି ବୃଦ୍ଧି ହୋଇପାରେ ବୋଲି ସୂଚନା ଦେଇଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ଆସନ୍ତା ମେ' 1 ପରେ ବି ମହାରାଷ୍ଟ୍ରରେ ବଢିପାରେ କଟକଣା

author img

By

Published : Apr 18, 2021, 12:48 PM IST

ମୁମ୍ବାଇ: ସାରା ଦେଶରେ ବିସ୍ଫୋରକ ସ୍ଥିତିରେ କୋରୋନା ସଂକ୍ରମଣ। ପ୍ରତିଦିନ କୋରୋନା ଆକ୍ରାନ୍ତଙ୍କ ନୂଆ ମାମଲା ରେକର୍ଡ ଭାଙ୍ଗୁଛି । ଯେଉଁଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ରାଜ୍ୟରେ କୋରୋନା ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ନିଆଯାଇଥିବା ପ୍ରତିବନ୍ଧକକୁ ମେ' 1 ରୁ ଆହୁରି ବୃଦ୍ଧି ହୋଇପାରେ ବୋଲି ସୂଚନା ଦେଇଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ।

ବର୍ତ୍ତମାନର ମହାରାଷ୍ଟ୍ରର ଅବସ୍ଥାକୁ ଦେଖି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ, ରାଜ୍ୟରେ ଲାଗୁ କରାଯାଇଥିବା କଟକଣା ଆସନ୍ତା ମେ' ୧ ତାରିଖରୁ ଆଗକୁ ବି ବୃଦ୍ଧି କରାଯାଇପାରେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ବି କୋରୋନା ମହାମାରୀ କାରଣରୁ ରାଜ୍ୟରେ କଟକଣା ଲାଗୁ କରାଯାଇଛି, ସେତେବେଳେ ଏହି ନିଷ୍ପତିକୁ ସବୁ ଜନସାଧାରଣ ସହଯୋଗ କରିଛନ୍ତି ।

ତଥାପି ଆମେ ଏବେ ପରିସ୍ଥିତିର ଅନୁଧ୍ୟାନ କରୁଛୁ। କୋଭିଡ -19 ର ସଂକ୍ରମକୁ ରୋକିବା ପାଇଁ ପ୍ରଯୁଜ୍ୟ CRPC ର ଧାରା 144 ର ଉଲ୍ଲଂଘନ ମାମଲା ରହିଛି । ତେବେ କୋରୋନା ସ୍ଥିତିକୁ ଦେଖି ଲାଗୁଛି ଯେ ବର୍ତ୍ତମାନ ଏହି ପ୍ରତିବନ୍ଧକ ମେ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ।

ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ 15 ଦିନ ପାଇଁ କଟକଣା ଲଗାଯାଇଛି। ଏହି ପ୍ରତିବନ୍ଧକ ପରେ, ଏହାର ଫଳାଫଳ କେମିତି ରହିବ, ତାହା ସମୀକ୍ଷା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯାଇପାରେ । ସେ କହିଛନ୍ତି ଯେ ମୁଁ ଏହାକୁ ଗ୍ରହଣ କରିବା ଉଚିତ ଯେ, ଲୋକମାନେ କଟକଣାକୁ ସମର୍ଥନ କରିଛନ୍ତି।

ଆପଣଙ୍କୁ କହିରଖୁଛୁ ଯେ, ଏପ୍ରିଲ 14ରୁ କୋରୋନା ସଂକ୍ରମଣର ଚେନ ଭାଙ୍ଗିବାକୁ ପଦକ୍ଷେପ ଅନୁଯାୟୀ ରାଜ୍ୟର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଅନେକ କଟକଣା ଘୋଷଣା କରିଛନ୍ତି । ତେବେ ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ 70 ହଜାର ନିକଟତର ଚିହ୍ନଟ ହେଉଥିବାବେଳେ 419 ଜଣଙ୍କ ମୃତ୍ୟୁ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.