ETV Bharat / bharat

ବିଗିଡିଲା ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା, ନଭେମ୍ବର 20ରେ ନେଇଥିଲେ କୋଭାକ୍ସିନ - ଅନୀଲ ବିଜ

ହରିୟାଣାର ସ୍ବାସ୍ଥ୍ୟମନ୍ତ୍ରୀ ଅନୀଲ ବିଜଙ୍କ ସ୍ବାସ୍ଥ୍ୟ ଅଚାନକ ବିଗିଡିଯାଇଥିବା ନେଇ ଖବର ସାମ୍ନାକୁ ଆସିଛି । ନଭେମ୍ବର 20ରେ ଅନୀଲ ବିଜ କୋରୋନା ଟୀକା କୋଭାକ୍ସିନର ପ୍ରଥମ ଡୋଜ ନେଇଥିଲେ । ଅଧିକ ପଢନ୍ତୁ...

ବିଗିଡିଲା ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା, ନଭେମ୍ବର 20ରେ ନେଇଥିଲେ କୋଭାକ୍ସିନ

author img

By

Published : Dec 15, 2020, 9:03 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାରେ ଆକ୍ରାନ୍ତ ହରିୟାଣାର ସ୍ବାସ୍ଥ୍ୟମନ୍ତ୍ରୀ ଅନୀଲ ବିଜଙ୍କ ସ୍ବାସ୍ଥ୍ୟ ଅଚାନକ ବିଗିଡିଯାଇଥିବା ନେଇ ଖବର ସାମ୍ନାକୁ ଆସିଛି । ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ଅନୀଲ ବିଜଙ୍କୁ ପିଜିଆଇ ରୋହତକରୁ ଗୁରୁଗ୍ରାମର ମେନ୍ଦାତା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହା ପୂର୍ବରୁ ଅମ୍ବାଲା ହସ୍ପିଟାଲରୁ ଅଣାଯାଇ ତାଙ୍କୁ ପିଜିଆଇ ରୋହତକରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବା ଜଣାପଡିଛି ।

ନଭେମ୍ବର 20ରେ ଅନୀଲ ବିଜ କୋରୋନା ଟୀକା କୋଭାକ୍ସିନର ପ୍ରଥମ ଡୋଜ ନେଇଥିଲେ । ହେଲେ ଭ୍ୟାକ୍ସିନ ନେବା ପରେ ସେ କ୍ରମାଗତ ଦ୍ବିତୀୟ ଥର କୋରୋନାରେ ହୋଇଥିଲେ ଆକ୍ରାନ୍ତ । ଏହି ଘଟଣାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରଣାଳୟକୁ ସଫେଇ ଦେବାକୁ ପଡିଥିଲା ।

ଅନୀଲ ବିଜ ନିଜେ ସୂଚନା ଦେଇଥିଲେ ଯେ ଡାକ୍ତରମାନେ ତାଙ୍କୁ ପ୍ରଥମରୁ ହିଁ କହିଦେଇଥିଲେ ଯେ କୋରୋନା ଭ୍ୟାକ୍ସିନର ଦ୍ବିତୀୟ ଡୋଜ ନେବାର ପାଖାପାଖି 14 ଦିନ ପରେ ଏହା କାମ କରିଥାଏ । ଭ୍ୟାକ୍ସିନର ଦ୍ବିତୀୟ ଡୋଜ ପ୍ରଥମ ଡୋଜର 28 ଦିନ ପରେ ଲଗାଯାଇଥାଏ । 14 ଦିନ ପରେ ଶରୀରରେ ଆଣ୍ଟିବଡି ବିକଶିତ ହୁଏ । ତେବେ ଟୀକାକରଣର ପାଖାପାଖି 45 ଦିନ ପରେ ଏହା ଫଳପ୍ରଦ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.