ETV Bharat / bharat

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ 2 କୋଟି ଜୋରିମାନା ଆଦେଶ ଦେଲେ କୋର୍ଟ

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କୁ 10 ବର୍ଷ ପୁରଣା ମାମଲାରେ ଲାଗିଛି ବଡ ଝଟକା । ଦେବଗୌଡାଙ୍କୁ ଗଣିବାକୁ ପଡିବ 2 କୋଟି ଟଙ୍କା ଜୋରିମାନା । ଅଧିକ ପଢନ୍ତୁ...

author img

By

Published : Jun 22, 2021, 9:21 PM IST

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ 2 କୋଟି ଟଙ୍କା ଜୋରିମାନା ଆଦେଶ ଦେଲେ କୋର୍ଟ

ବେଙ୍ଗାଲୁରୁ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ନେଇ ସାମ୍ନାକୁ ଆସିଛି ବଡ ଖବର । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କୁ 10 ବର୍ଷ ପୁରଣା ମାମଲାରେ ଲାଗିଛି ବଡ ଝଟକା । ଦେବଗୌଡାଙ୍କୁ ଗଣିବାକୁ ପଡିବ 2 କୋଟି ଟଙ୍କା ଜୋରିମାନା ।

10 ବର୍ଷ ପୂର୍ବେ ଏକ ଟେଲିଭିଜନ ସାକ୍ଷାତକାରରେ ନନ୍ଦି ଇନଫ୍ରାଷ୍ଟ୍ରକଚର କରିଡର ଏଣ୍ଟରପ୍ରାଇଜେସ୍ (NICE) ବିରୋଧରେ 'ଅପମାନଜନକ ବିବୃତ୍ତି' ଦେଇଥିବାରୁ କମ୍ପାନୀକୁ 2 କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦେବଗୌଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବେଙ୍ଗାଲୁରୁର ଏକ ଅଦାଲତ ।

ଏନଆଇସିଇ କମ୍ପାନୀ ପକ୍ଷରୁ ଦାଖଲ ହୋଇଥିବା ମକଦ୍ଦମା ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କମ୍ପାନୀର ପ୍ରମୋଟର ତଥା ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଦକ୍ଷିଣ ବିଦରର ପୂର୍ବତନ ବିଧାୟକ ଅଶୋକ ଖେନି ।

28 ଜୁନ 2011ରେ କନ୍ନଡ ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ହୋଇଥିବା ସାକ୍ଷାତକାରକୁ ଦର୍ଶାଇ କୋର୍ଟ ଦେବଗୌଡାଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜେଡିଏସ ମୁଖିଆ ଏନଆଇସିଇ ପ୍ରକଳ୍ପକୁ ଟାର୍ଗେଟ କରି ଏହାକୁ ଏକ ଲୁଟ୍ ବୋଲି କହିଥିଲେ । କୋର୍ଟ କହିଛନ୍ତି ଯେ ଏହି ପ୍ରକଳ୍ପକୁ କର୍ଣ୍ଣାଟକ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ସେମାନଙ୍କ ରାୟରେ ସମର୍ଥନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.