ETV Bharat / bharat

ପତ୍ନୀର ପରକୀୟା ପ୍ରୀତି ସନ୍ଦେହରେ 3ଶିଶୁଙ୍କ ସହ 5 ଜଣଙ୍କୁ କରିଥିଲା ହତ୍ୟା, ମିଳିଲା ମୃତ୍ୟଦଣ୍ଡ

author img

By

Published : Jun 10, 2023, 10:49 PM IST

ପରକୀୟା ପ୍ରୀତି ସନ୍ଦେହରେ ପତ୍ନୀ ଓ 3 ସନ୍ତାନଙ୍କ ସହ ଶାଳୀକୁ କରିଥିଲା ହତ୍ୟା । ମୃତ୍ୟୁଦଣ୍ଡ ଦେଲେ କୋର୍ଟ । ଅଧିକ ପଢନ୍ତୁ

ନିଜର 3 ଶିଶୁଙ୍କ ସହ 5 ଜଣଙ୍କୁ କରିଥିଲା ହତ୍ୟା , ମିଳିଲା ମୃତ୍ୟଦଣ୍ଡ

ବେଙ୍ଗାଲୁରୁ: ପତ୍ନୀର ପରକୀୟ ପ୍ରୀତି ସନ୍ଦେହରେ ଘଟାଇଥିଲା ଗଣହତ୍ୟା । ନିଜ 3 ସନ୍ତାନ ସମେତ ପତ୍ନୀ ଓ ଶାଳୀକୁ କରିଥିଲା ବୀଭତ୍ସ ହତ୍ୟା । ଏହି ମାମଲାରେ ଅଭିଯୁକ୍ତ ତଳକୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ସହ ମୃତ୍ୟୁଦଣ୍ଡ ମଧ୍ୟ ପାଇଥିଲା । ହେଲେ ଏହାକୁ କର୍ଣ୍ଣାଟକ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ହେଲେ ହାଇକୋର୍ଟ ଏହି ମୃତ୍ୟୁଦଣ୍ଡକୁ କାଏମ ରଖିଛନ୍ତି । କର୍ଣ୍ଣାଟକ ହାଇକୋର୍ଟର ଧରଓ୍ବାଦ ବେଞ୍ଚ ଏହି ବୀଭତ୍ସ ଗଣହତ୍ୟାରେ ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଶୁଣାଇଛନ୍ତି ।

କର୍ଣ୍ଣାଟକ ବେଲାରୀ ଜିଲ୍ଲାର ଅଭିଯୁକ୍ତ ବାଲୁରୁ ଥିପ୍ପାୟା ପରକୀୟା ପ୍ରୀତି ଅଭିଯୋଗରେ ନିଜ ପତ୍ନୀଙ୍କୁ ଦୀର୍ଘ ବର୍ଷ ହେବ ସନ୍ଦେହ କରିଆସୁଥିଲା । ନିଜର 4 ସନ୍ତାନଙ୍କ ମଧ୍ୟରୁ କେବଳ ଜଣଙ୍କୁ ନିଜ ସନ୍ତାନ ଭାବେ ଗ୍ରହଣ କରିବା ସହ ଅନ୍ୟ 3 ସନ୍ତାନ ପତ୍ନୀଙ୍କ ଅନୈତିକ ସମ୍ପର୍କରୁ ଜନ୍ମ ନେଇଥିବା ସେ ଅଭିଯୋଗ ମଧ୍ୟ କରୁଥିଲା । ଏହି କାରଣ ପାଇଁ ଦମ୍ପତିଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । 2017 ମସିହା ଫେବୃଆରୀ 25 ରେ ଅଭିଯୁକ୍ତ ନିଜ ପତ୍ନୀ ପକ୍କିରାମ୍ମା, ଶାଳୀ ଗଙ୍ଗାମ୍ମା ଓ 3 ସନ୍ତାନ ପବିତ୍ର, ନାଗରାଜ ଓ ରାଜପ୍ପାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ସମସ୍ତଙ୍କ ମୃତ୍ୟୁ ହୋଇଥିଲା । ହତ୍ୟାର ଶିକାର 3 ସନ୍ତାନ 12 ବର୍ଷରୁ କମ ବୟସର ଥିଲେ ।

ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଗତବର୍ଷ (2022) ନଭେମ୍ବର 22 ତାରିଖରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ପରେ ଏହି ମାମଲାରେ ଅନ୍ୟ ସମସ୍ତ ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ ଏହି ମାମଲାରେ ତଳକୋର୍ଟଙ୍କ ରାୟକୁ କାଏମ ରଖିବା ସହ ଦୋଷୀକୁ ଏପରି ଗଣହତ୍ୟା ପାଇଁ କେବଳ ମୃତ୍ୟୁଦଣ୍ଡ ପ୍ରଯୁଜ୍ୟ ବୋଲି ରାୟ ଶୁଣାଇଛନ୍ତି ।

2019 ଡିସେମ୍ବର 3 ତାରିଖରେ ବେଲାରୀ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ମାମଲାରେ 36 ଜଣ ସାକ୍ଷୀ ଓ ପ୍ରାୟ 50 ରୁ ଅଧିକ ତଥ୍ୟ ପ୍ରମାଣକୁ କୋର୍ଟ ଗ୍ରହଣ କରି ଏହି ଦଣ୍ଡାଦେଶ ଶୁଣାଇଥିଲେ । ପରେ ଅଭିଯୁକ୍ତ ଏହି ରାୟକୁ କର୍ଣ୍ଣାଟକ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ହେଲେ ଦୀର୍ଘ ପ୍ରାୟ 4 ବର୍ଷ ପରେ ହାଇକୋର୍ଟ ଏହି ଗଣହତ୍ୟା ପାଇଁ କେବଳ ମୃତ୍ୟୁଦଣ୍ଡ ହି ପ୍ରଯୁଜ୍ୟ ବୋଲି ଦର୍ଶାଇବା ସହ ତଳକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.