ETV Bharat / bharat

ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା କେବେ ନଥିଲା, ଏବେ ବି ନାହିଁ: ଶିବରାଜ

author img

By ETV Bharat Odisha Team

Published : Dec 5, 2023, 5:36 PM IST

ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା କେବେ ନଥିଲା । ମୁଁ ଜଣେ କର୍ମୀ, ପ୍ରଧାନମନ୍ତ୍ରୀ ମୋଦି ମୋର ନେତା କହିଲେ ଶିବରାଜ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ହେବାର ଇଚ୍ଚା କେବେ ନଥିଲା, ଏବେ ବି ନାହିଁ: ଶିବରାଜ

ଭୋପାଳ: ମଧ୍ୟ ପ୍ରଦେଶରେ କ୍ଷମତା ବଜାୟ ରଖିଲା ଭାରତୀୟ ଜନତା ପାର୍ଟି । ମାତ୍ର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କ ପଦ ବଜାୟ ରଖିବେ, ନା ଦଳ ତାଙ୍କର କୌଣସି ବିକଳ୍ପ ଖୋଜିବ ସେନେଇ କୌଣସି ସ୍ପଷ୍ଟ ଚିତ୍ର ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି । ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ପ୍ରହ୍ଲାଦ ସିଂ ପଟେଲଙ୍କ ପରି ବରିଷ୍ଠ ନେତା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ବିଜୟ ଲାଭ କରିଥିବାରୁ ଚଳିତଥର ଶିବରାଜ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିକଳ୍ପବିହୀନ ମୁଁହ ନୁହନ୍ତି ବୋଲି ମଧ୍ୟ ବିଚାର ହେଉଛି ।

  • #WATCH | Madhya Pradesh CM Shivraj Singh Chouhan says, " I won't be going to Delhi. Tomorrow, I will go to Chhindwara where we were not able to win all the 7 seats of Vidhan Sabha. I have only one resolution, BJP should win MP's all 29 seats (in the upcoming Lok Sabha… pic.twitter.com/hDwISvbrI2

    — ANI (@ANI) December 5, 2023 " class="align-text-top noRightClick twitterSection" data=" ">

ଏହାରି ମଧ୍ଯରେ ଶିବରାଜଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ସ୍ବଚ୍ଛେକୃତ ଭାବେ ମୁଖ୍ୟମନ୍ତ୍ରୀ ପଦବୀ ଦୌଡରୁ ନିଜକୁ ଦୂରରେ ରଖିଛନ୍ତି । ନିଜକୁ ଦଳର ଜଣେ ଶୃଙ୍ଖଳିତ କର୍ମୀଭାବେ ଦର୍ଶାଇ ଶିବରାଜ ସିଂ କହିଛନ୍ତି, ତାଙ୍କର ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ନଥିଲା । ଚଳିତଥର ମଧ୍ୟ ସେ ମୁଖ୍ୟମନ୍ତ୍ରୀ ଆଶାୟୀ ନୁହନ୍ତି । ଦଳ ଯାହା ଦାୟିତ୍ବ ଦେଇଛି, ସେ ତାକୁ ସୁଚାରୁରୂପେ ନିର୍ବାହ କରିଛନ୍ତି । ଚଳିତଥର ମଧ୍ୟ ଦଳ ଯାହା ନିଷ୍ପତ୍ତି ଗ୍ରହଣ କରିବ ସେ ସ୍ବୀକାର କରିବେ । ସେ ଲବି ପାଇଁ ଦିଲ୍ଲୀ ଯାଉନାହାନ୍ତି ବରଂ ସେ ଦଳ ଭଲ କରିଥିବା ଛିନ୍ଦଓ୍ବାଡା କ୍ଷେତ୍ରକୁ ଲୋକଙ୍କୁ ଭେଟିବା ପାଇଁ ଯିବେ ବୋଲି ସେ କହିଛନ୍ତି ।

ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ପଦ ଦାବିଦାରୀର ଶୀର୍ଷରେ ଥିବ ଶିବରାଜ କହିଛନ୍ତି, ‘‘ମୁଁ କେବେ ମୁଖ୍ୟମନ୍ତ୍ରୀ ଆଶାୟୀ ନଥିଲି, ଆଜି ମଧ୍ୟ ନାହଁ । ଦଳ ଯାହା ଦାୟିତ୍ବ ଦେଇଛି, ସାଧୁତା ଓ ଉତ୍ସର୍ଗୀକୃତତାର ସହ ମୁଁ ନିର୍ବାହ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋର ନେତା । ତାଙ୍କ ପାଇଁ ଗର୍ବ ଅନୁଭବ କରେ ଓ ତାଙ୍କ ସହ କାମ କରିବା ମୋ ପାଇଁ ଏକ ଖୁସିର ବିଷୟ । ମୁଁ ଦିଲ୍ଲୀ ଯାଉନାହିଁ, ଛିନ୍ଦଓ୍ବାଡା ଗସ୍ତ କରିବି । ସେଠାରେ ଲୋକଙ୍କ ସହ ଆଲୋଚନା କରିବି । 2024 ରେ ପ୍ରଧାନମନ୍ତ୍ରୀଙ୍କୁ ଏଠାରେ ବିଜୟୀ କରିବା ଓ ରାଜ୍ୟର ସମସ୍ତ ସଂସଦୀୟ ଆସନ ପ୍ରଧାନମନ୍ତ୍ରୀଙ୍କ ଭେଟି ଦେବା ପାଇଁ ମୁଁ ସଙ୍କଳ୍ପବଦ୍ଧ ।"

ଏହା ମଧ୍ୟ ପଢନ୍ତୁ :- ‘ଇଣ୍ଡିଆ’ ମେଣ୍ଟ ବୈଠକ ସ୍ଥଗିତ; ସାମିଲ ହେବାକୁ ମନା କରିଥିଲେ ମମତା, ନୀତିଶ, ଅଖିଳେଶ

230 ଆସନ ବିଶିଷ୍ଟ ମଧ୍ୟ ପ୍ରଦେଶରେ ବିଜେପି 163 ଆସନ ସହ ବହୁମତ ପାଇଛି । ଦଳ ଶିବରାଜ ସିଂ ଚୌହାନଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିନଥିଲା । ଦଳୀୟ ଆଧାର ଓ ପ୍ରଧାନମନ୍ତ୍ରୀଙ୍କ ମୋଦି ଗ୍ୟାରେଣ୍ଟିରେ ଦଳ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲା । ମାତ୍ର ନିର୍ବାଚନ ପୂର୍ବରୁ ଶିବରାଜ ସରକାର ରାଜ୍ୟରେ କାର୍ଯ୍ୟକାରୀ କରିଥିବା ‘ଲାଡଲୀ ବେହେନା’ ଯୋଜନା କେନ୍ଦ୍ରୀୟ ନେତୃତ୍ବଙ୍କ ପ୍ରଚାର ଓ ପ୍ରତିଶୃତିଠାରୁ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ବୋଲି ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଶିବରାଜ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାର ସମ୍ଭାବନା ସର୍ବାଧିକ ଥିଲେ ସୁଦ୍ଧା ଭାରତୀୟ ଜନତା ପାର୍ଟି ଏ ସମ୍ପର୍କରେ ଏ ପର୍ଯ୍ୟପନ୍ତ ସ୍ପଷ୍ଟ କରିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.