ETV Bharat / bharat

ଅନ୍ତର୍ଜାତୀୟ ମହିଳା କୁସ୍ତିଯୋଦ୍ଧାଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ, ଥାନାରେ କଲେ ଅଭିଯୋଗ

author img

By ETV Bharat Odisha Team

Published : Sep 18, 2023, 9:52 PM IST

ହରିୟାଣାରେ ଅନ୍ତର୍ଜାତୀୟ ମହିଳା କୁସ୍ତିଯୋଦ୍ଧାଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ । ଥାନାରେ ଅଭିଯୋଗ କଲେ ପୀଡିତାଙ୍କ ପିତା । ଅଧିକ ପଢନ୍ତୁ

ଅନ୍ତର୍ଜାତୀୟ ମହିଳା କୁସ୍ତିଯୋଦ୍ଧାଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ, ଥାନାରେ କଲେ ଅଭିଯୋଗ
ଅନ୍ତର୍ଜାତୀୟ ମହିଳା କୁସ୍ତିଯୋଦ୍ଧାଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ, ଥାନାରେ କଲେ ଅଭିଯୋଗ
ଅନ୍ତର୍ଜାତୀୟ ମହିଳା କୁସ୍ତିଯୋଦ୍ଧାଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ, ଥାନାରେ କଲେ ଅଭିଯୋଗ

ଚଣ୍ଡିଗଡ: ହରିୟାଣାର ଜିନ୍ଦ ଜିଲ୍ଲାରେ ଜଣେ ଅନ୍ତର୍ଜାତୀୟ ମହିଳା ରେସଲର (କୁସ୍ତିଯୋଦ୍ଧା)ଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଥିବାର ଗମ୍ଭୀର ଅଭିଯୋଗ ସାମ୍ନାକୁ ଆସିଛି । ଭାଇରାଲ୍ ଭିଡିଓରେ ମହିଳା କୁସ୍ତିଯୋଦ୍ଧାଜଣକ ଜଣେ ପୁରୁଷ କୁସ୍ତିଯୋଦ୍ଧାଙ୍କ ସହ ଆପତ୍ତିଜନକ ସ୍ଥିତିରେ ନଜର ଆସିଛନ୍ତି । ଭିଡିଓ ଭାଇରାଲ ହେବା ପରେ ମହିଳା ରେସଲରଙ୍କ ବାପା ପୋଲିସରେ ଅଭିଯୋଗ କରିଛନ୍ତି । ପୀଡିତାଙ୍କ ପିତାଙ୍କ ଅଭିଯୋଗ କ୍ରମେ ପୋଲିସ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ (ଆଇଟି ଆକ୍ଟ) ଅନୁଯାୟୀ ଅଜ୍ଞାତ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି ।

ମହିଳା କୁସ୍ତିଯୋଦ୍ଧାଙ୍କ ପିତାଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତମାନେ ଅନ୍ୟ ଜଣେ ପୁରୁଷ କୁସ୍ତିଯୋଦ୍ଧାଙ୍କ ସହ ତାଙ୍କ ଝିଅଙ୍କ ଫଟୋ ଓ ଭିଡିଓ ଏଡିଟିଂ କରି ଭାଇରାଲ କରିଛନ୍ତି । ସେ କହିଛନ୍ତି ଯେ କେହି ଜଣେ ତାଙ୍କ ଝିଅର ଫଟୋ ଓ ଭିଡିଓ ଉଠାଇ ତାକୁ ଏଡିଟିଂ ମାଧ୍ୟମରେ ଅଶ୍ଳୀଳ କରି ଭାଇରାଲ କରିଛି । ତାଙ୍କ ଝିଅ ଜଣେ ଅନ୍ତର୍ଜାତୀୟ କୁସ୍ତିଯୋଦ୍ଧା ହୋଇଥିବା କାରଣରୁ ତାଙ୍କୁ ଏପରି କରି ବଦନାମ କରିବାକୁ ପ୍ରୟାସ କରାଯାଉଛି । ଏହି ଘଟଣାରେ ଏକଧିକ ଅଭିଯୁକ୍ତ ସାମିଲ ରହିଥିବା ମଧ୍ୟ ପୀଡିତାଙ୍କ ପିତା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଭାଇ ସାଜିଲା ଭଗାରି, ହୋଟେଲରେ ବିଲ ପେମେଣ୍ଟ ନକରିବାକୁ ନାବାଳକଙ୍କୁ ହତ୍ୟା

ଏହି ଫଟୋ ଓ ଭିଡିଓକୁ କିଏ ଏଡିଟ୍ କରିଛି ସେ ବିଷୟରେ କୌଣସି ନର୍ଦ୍ଦିଷ୍ଟ ସୂଚନା ତାଙ୍କ ନିକଟରେ ନଥିବା ମଧ୍ୟ ଅଭିଯୋଗକାରୀ କହିଛନ୍ତି । ଅଭିଯୋଗ କ୍ରମେ ପୋଲିସ ଆଇଟି ଆକ୍ଟ ସମେତ ଏକାଧିକ ଦଫାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏବେ ପର୍ଯ୍ୟନ୍ତ କାହାକୁ ଗିରଫ କିମ୍ବା ଅଟକ ରଖାଯିବା କଥା ସ୍ଥାନୀୟ ପୋଲିସ ସୂଚନା ଦେଇନାହିଁ । କେଉଁ ମୋବାଇଲ କିମ୍ବା ସୋସିଆଲ ମିଡିଆ ଆକାଉଣ୍ଟରୁ ଏହି ଭିଡିଓକୁ ପ୍ରଥମେ ଇଣ୍ଟରନେଟରେ ଅପଲୋଡ କରାଯାଇଛି, ପରେ କେଉଁ ସବୁ ଆକାଉଣ୍ଟରୁ ଏହାକୁ ଭାଇରାଲ କରାଯାଇଛି, ପୋଲିସର ସାଇବର ସେଲ ସେ ସମ୍ପର୍କରେ ତଦନ୍ତ ଜାରି ରଖିଛି । ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଛି । ଖୁବଶିଘ୍ର ଅଭିଯୁକ୍ତଙ୍କ ନିକଟରେ ପୋଲିସ ଟିମ ପହଞ୍ଚିବ ବୋଲି ପୋଲିସ କହିଛି । ଅନ୍ୟପଟେ ଭାଇରାଲ ଭିଡିଓରେ ଦେଖାଯାଉଥିବା ପୁରୁଷ କୁସ୍ତିଯୋଦ୍ଧା କିଏ ସେ ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ ହୋଇନି । ଏହାକୁ କେବଳ ଏକ ଷଡଯନ୍ତ୍ର ବୋଲି ପୀଡିତା କୁସ୍ତିଯୋଦ୍ଧା ଓ ତାଙ୍କ ପରିବାର ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.