ETV Bharat / bharat

Tajinder Bagga Arrested: କୁରୁକ୍ଷେତ୍ରରେ ପଞ୍ଜାବ ପୋଲିସକୁ ଅଟକାଇଲା ହରିୟାଣା ପୋଲିସ

author img

By

Published : May 6, 2022, 2:10 PM IST

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ କରି ତଜିନ୍ଦରପାଲ ସିଂ ବାଗାଙ୍କୁ ମୋହାଲି ନେଉଥିବା ବେଳେ କୁରୁକ୍ଷେତ୍ରରେ ପଞ୍ଜାବ ପୋଲିସକୁ ଅଟକାଇଲା ହରିୟାଣା ପୋଲିସ । ଅଧିକ ପଢ଼ନ୍ତୁ

ତଜିନ୍ଦରପାଲ ସିଂ ବାଗା ଗିରଫ ମାମଲା: କୁରକ୍ଷେତ୍ରରେ ପଞ୍ଜାବ ପୋଲିସକୁ ଅଟକାଇଲା ହରିୟାଣା ପୋଲିସ

ଚଣ୍ଡିଗଡ଼: ବିଜେପି ନେତା ତଜିନ୍ଦରପାଲ ସିଂ ବାଗା ଗିରଫ ହେବାପରେ ବିବାଦ ଘନେଇବାରେ ଲାଗିଛି । ଆଜି ପଞ୍ଜାବ ପୋଲିସ ଦିଲ୍ଲୀ ବାସଭବନରୁ ତାଙ୍କୁ ଗିରଫ କରିଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ କରି ତଜିନ୍ଦରପାଲ ସିଂ ବାଗାଙ୍କୁ ମୋହାଲି ନେଉଥିବା ବେଳେ କୁରୁକ୍ଷେତ୍ରରେ ପଞ୍ଜାବ ପୋଲିସକୁ ଅଟକାଇଛି ହରିୟାଣା ପୋଲିସ ।

ଏହା ବି ପଢ଼ନ୍ତୁ BJP ନେତା ତଜିନ୍ଦରପାଲ ସିଂ ବାଗା ଗିରଫ, କେଜ୍ରିୱାଲଙ୍କୁ ଦେଇଥିଲେ ଧମକ

ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ପଟିଆଲାରେ ଏକ ମାମଲା ରୁଜୁ ହୋଇଛି । ଏହାପରେ ତାଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା ପଞ୍ଜାବ ପୋଲିସ । ଏହାପରେ ବିଜେପି ପକ୍ଷରୁ ପଞ୍ଜାବ ପୋଲିସ ବିରୋଧରେ ଏକ ଅପହରଣ ମାମଲା ରୁଜୁ କରାଯାଇଛି । କୁରୁକ୍ଷେତ୍ରରେ ପଞ୍ଜାବ ପୋଲିସକୁ ପଚରାଉଚରା ପାଇଁ ଅଟକାଇଛି ହରିୟାଣା ପୋଲିସ । ଘଟଣାସ୍ଥଳରେ କୁରୁକ୍ଷେତ୍ର, କର୍ଣ୍ଣାଲ, ଅମ୍ବାଲାର ପୋଲିସ ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.