ETV Bharat / bharat

Nuh Violence: ନୁହ ହିଂସା ମାମଲାରେ କଂଗ୍ରେସ ବିଧାୟକ ଗିରଫ - ନୁହ ହିଂସା

ନୁହ ହିଂସା ମାମଲାରେ କଂଗ୍ରେସ ବିଧାୟକ ମାମନ ଖାନ ଗିରଫ । ଅଧିକ ପଢନ୍ତୁ

ନୁହ ହିଂସା ମାମଲାରେ କଂଗ୍ରେସ ବିଧାୟକ ଗିରଫ
ନୁହ ହିଂସା ମାମଲାରେ କଂଗ୍ରେସ ବିଧାୟକ ଗିରଫ
author img

By ETV Bharat Odisha Team

Published : Sep 15, 2023, 7:46 AM IST

ଚଣ୍ଡିଗଡ଼: ନୁହ ହିଂସା ମାମଲାରେ ହରିୟାଣା ପୋଲିସର ବଡ କାର୍ଯ୍ୟାନୁଷ୍ଠାନ । ଗିରଫ ହେଲେ କଂଗ୍ରେସ ବିଧାୟକ ମାମନ ଖାନ । ହିଂସାରେ ସାମିଲ ଅଭିଯୋଗରେ ପୋଲିସ ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ କଂଗ୍ରେସ ବିଧାୟକଙ୍କୁ ଗିରଫ କରିଛି । ବିଶ୍ବ ହିନ୍ଦୁ ପରିଷଦର ଶୋଭାଯାତ୍ରା ବେଳେ ଘଟିଥିବା ହିଂସାକାଣ୍ଡରେ ମାମନ ଖାନଙ୍କ ସମ୍ପୃକ୍ତି ଥିବାର ଯଥେଷ୍ଟ ପ୍ରମାଣ ରହିଛି ବୋଲି ପୋଲିସ କହିଛି । ହରିୟାଣାର ଗୃହମନ୍ତ୍ରୀ ଅନୀଲ ବିଜେଙ୍କ ସମେତ ଅନେକ ବିଜେପି ନେତା ମଧ୍ୟ କଂଗ୍ରେସ ବିଧାୟକଙ୍କ ବିରୋଧରେ ହିଂସା ଉସକାଇବାର ଅଭିଯୋଗ କରିଥିଲେ ।

ଜୁଲାଇ ୩୧ରେ ନୁହରେ ବ୍ରଜମଣ୍ଡଳ ଶୋଭାଯାତ୍ରା ସମୟରେ ସାମ୍ପ୍ରଦାୟିକ ହିଂସାକାଣ୍ଡର ସୂତ୍ରପାତ ହୋଇଥିଲା । ହିଂସା କ୍ରମଶଃ ନୁହ ସମେତ ଆଖପାଖ ଜିଲ୍ଲାକୁ ବ୍ୟାପି ଯାଇଥିଲା । ଏଥିରେ ୨ ହୋମଗାର୍ଡଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଉପଦ୍ରବୀମାନେ ନୁହରେ ୫୦ରୁ ଅଧିକ ଗାଡି ପୋଡାଜଳା କରିଥିଲେ । ହରିୟାଣା ଏସଆଇଟି ପକ୍ଷରୁ ଏହି ହିଂସା ଘଟଣାର ତଦନ୍ତ ଜାରି ରହିଛି । ଏଥିରେ କଂଗ୍ରେସ ବିଧାୟକ ମାମନ ଖାନଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ପଚରାଉଚରା ପାଇଁ ଏସଆଇଟି ତାଙ୍କୁ ୨ ଥର ନୋଟିସ୍ କରିଥିଲା । ହେଲେ ଅସୁସ୍ଥତା କାରଣ ଦର୍ଶାଇ ସେ ହାଜର ହୋଇନଥିଲେ ।

ଏହାମଧ୍ୟ ପଢନ୍ତୁ: ସୋମବାର ନୁହରେ ହିନ୍ଦୁ ସଂଗଠନର ଶୋଭାଯାତ୍ରା: ୧୪୪ ଧାରା ଜାରି, ଇଣ୍ଟରନେଟ୍ ସେବା ବନ୍ଦ

ଏଥିସହ ଗିରଫଦାରୀରୁ ବର୍ତ୍ତିବା ପାଇଁ ବିଧାୟକ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଆବେଦନ କରିଥିଲେ । ଗୁରୁବାର ଦିନ କୋର୍ଟ ତାଙ୍କ ଆବେଦନ ଖାରଜ କରିବା ସହ ତଳକୋର୍ଟକୁ ଯିବାକୁ କହିଥିଲେ । ଏହାରି ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ପୋଲିସ ମାମନ ଖାନଙ୍କୁ ଗିରଫ କରିଛି । ତେବେ କଂଗ୍ରେସ ବିଧାୟକ ନିଜ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହି ମାମଲାରେ ତାଙ୍କୁ ମିଛରେ ଫସାଯାଉଛି । ଯେଉଁ ଦିନ ହିଂସା ଆରମ୍ଭ ହୋଇଥିଲା, ସେଦିନ ସେ ନୁହରେ ନଥିଲେ ବୋଲି ବିଧାୟକ ଦାବି କରିଛନ୍ତି ।

ପ୍ରକାଶ ଥାଉକି, ନୁହ ହିଂସା ମାମଲାରେ ପୋଲିସ ବିଟୁ ବଜରଙ୍ଗୀକୁ ମଧ୍ୟ ଗିରଫ କରିଥିଲା । ହେଲେ ପରବର୍ତ୍ତୀ ସମୟରେ ସେ ଜାମିନରେ ମୁକୁଳିଥିଲା । ଏହି ହିଂସା ଘଟଣାରେ ଏସଆଇଟି ତଦନ୍ତ ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.