ETV Bharat / bharat

ଫୁଲମାଳା ବଦଳରେ ନୋଟ ମାଳା ପିନ୍ଧିଲେ ନବନିର୍ବାଚିତ ସରପଞ୍ଚ - ସରପଞ୍ଚ ବେକରେ ୧୧ ଲକ୍ଷର ନୋଟ ମାଳା

ନିର୍ବାଚନ ଜିତିବାରୁ ଖୁସିରେ ନବନିର୍ବାଚିତ ସରପଞ୍ଚଙ୍କୁ ୧୧ ଲକ୍ଷର ନୋଟ ମାଳା ପିନ୍ଧାଇଲେ ଗ୍ରାମବାସୀ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ । ଅଧିକ ପଢନ୍ତୁ

ଫୁଲମାଳା ବଦଳରେ ନୋଟ ମାଳା ପିନ୍ଧିଲେ ନବନିର୍ବାଚିତ ସରପଞ୍ଚ

author img

By

Published : Nov 27, 2022, 10:14 AM IST

ଚଣ୍ଡିଗଡ: ପଞ୍ଚାୟତ ନିର୍ବାଚନ ଜିତିବା ପରେ ଖୁସିରେ ନବନିର୍ବାଚିତ ସରପଞ୍ଚଙ୍କୁ ଫୁଲହାର ବଦଳରେ ନୋଟ ମାଳା ପିନ୍ଧାଇଲେ ଗ୍ରାମବାସୀ । ଶହେ କି ହଜାରେ ନୁହେଁ, ୧୧ ଲକ୍ଷ ଟଙ୍କାକୁ ମାଳ କରି ସରପଞ୍ଚଙ୍କୁ ପିନ୍ଧାଇ ଦେଲେ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ହରିୟାଣା ଫରିଦାବାଦ ଅନ୍ତର୍ଗତ ତଗା ଗ୍ରାମରୁ ଏହି ଅଜବ ଘଟଣା ସାମ୍ନାକୁ ଆସିଛି । ଏହି ନୋଟ ମାଳାଟି ଏତେ ବଡ ଥିଲା ଯେ, ସରପଞ୍ଚଙ୍କୁ ଗୋଟିଏ ବିଲ୍ଡିଂର ପ୍ରଥମ ମହଲାରେ ଛିଡା ହୋଇ ଏହାକୁ ପିନ୍ଧିବାକୁ ପଡିଛି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ନବନିର୍ବାଚିତ ସରପଞ୍ଚ ପ୍ରଥମ ମହଲାରେ ଛିଡା ହୋଇଥିବା ବେଳେ ସେ ପିନ୍ଧିଥିବା ନୋଟ ମାଳା ତଳକୁ ଝୁଲି ରହିଥିବାର ଦେଖାଯାଇଛି । ସୂଚନା ମୁତାବକ, ଶୁକ୍ରବାର ରାତିରେ ଫତେହପୁର ତଗା(Fatehpur Taga Village) ଅଞ୍ଚଳର ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷିତ ହୋଇଥିଲା । ସରପଞ୍ଚ ଆଶାୟୀ ଆସ୍ ମହମ୍ମଦ ବିଜୟ ହୋଇଥିଲେ । ଏହି ଖୁସିରେ ଗ୍ରାମବାସୀ ୫୦୦ ଟଙ୍କିଆ ନୋଟକୁ ଗୁନ୍ଥି ମୋଟ ୧୧ ଲକ୍ଷ ଟଙ୍କାର ଏକ ବିରାଟ ନୋଟ ମାଳା ତିଆରି କରିଥିଲେ(winner sarpanch awarded 11 lakhs garland) ଓ ତାଙ୍କୁ ପିନ୍ଧାଇ ଥିଲେ । ସେହି ଠାରେ ଉପସ୍ଥିତ ଥିବା ଜଣେ ଯୁବକ ତାଙ୍କର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ନବନିର୍ବାଚିତ ସରପଞ୍ଚଙ୍କ ଏହି ନୋଟ ମାଳାର ଫଟୋ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ।

ଏହାମଧ୍ୟ ପଢନ୍ତୁ: ନିର୍ବାଚନ ହାରିବାରୁ ସରପଞ୍ଚ ପ୍ରାର୍ଥୀଙ୍କୁ ମିଳିଲା କାର୍ ଓ ୧୧ ଲକ୍ଷ, ଜାଣନ୍ତୁ କାହିଁକି

ଏନେଇ ଆସ୍ ମହମ୍ମଦ କହିଛନ୍ତି, ''ଗ୍ରାମବାସୀଙ୍କ ଏତେ ଭଲପାଇବା ମୋତେ ମିଳିଛି । ମୁଁ ଜନତାଙ୍କ ସେବକ ହୋଇ କାମ କରିବି । ଗ୍ରାମକୁ ଆଦର୍ଶ ଗ୍ରାମରେ ପରିଣତ କରିବାକୁ ସମସ୍ତେ ଏକଜୁଟ ହୋଇ ପ୍ରୟାସ କରିବୁ ।''

ତେବେ ଏହି ପଞ୍ଚାୟତ ନିର୍ବାଚନକୁ ନେଇ ହରିୟାଣାର ଫତେହାବାଦରୁ ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଏଠାରେ ନିର୍ବାଚନ ହାରିବାରୁ ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କୁ ଗ୍ରାମବାସୀ ମିଶି ୧୧ ଲକ୍ଷ ଟଙ୍କା, କାର୍ ଓ ଜମି ପ୍ରଦାନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.