ETV Bharat / bharat

ନୂଆଦିଲ୍ଲୀ-ଝାନ୍ସୀ ତାଜ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ସମସ୍ତ ଯାତ୍ରୀ ସୁରକ୍ଷିତ

author img

By

Published : Nov 13, 2021, 12:47 PM IST

ନୂଆଦିଲ୍ଲୀ-ଝାନ୍ସୀ ତାଜ ଏକ୍ସପ୍ରେସର ଏସି କୋଚରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

New Delhi-Jhansi Taj ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ସୁରକ୍ଷିତ ସମସ୍ତ ଯାତ୍ରୀ

ଚଣ୍ଡିଗଡ଼: ନୂଆଦିଲ୍ଲୀ-ଝାନ୍ସୀ ତାଜ ଏକ୍ସପ୍ରେସର ଏସି କୋଚ୍‌ରେ ଶନିବାର ସକାଳେ ଏକ ଛୋଟ ଧରଣର ଅଗ୍ନିକାଣ୍ଡ ଘଟିଛି । ତେବେ ନିଆଁ ବ୍ୟାପିବା ପୂର୍ବରୁ ଏହାକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ ଅଗ୍ନିଶମ ବିଭାଗ । ହରିୟାଣାର ପରୱଲଠାରେ ଥିବା ଅଶାୱଟୀ ରେଳ ଷ୍ଟେସନ ନିକଟରେ ଘଟିଥିଲା ଏହି ଅଗ୍ନିକାଣ୍ଡ ।

ଅଗ୍ନିକାଣ୍ଡ ଘଟିବା ପରେ ସକାଳ ୭ଟା ୪୦ ମିନିଟରେ ଧୂଆଁ ଦୃଶ୍ୟମାନ ହୋଇଥିଲା । ଏହାପରେ ହରିୟାଣାର ନିଜାମୁଦ୍ଦିନ ଓ ପଲୱଲ ରେଲୱେ ଷ୍ଟେସନ ମଧ୍ୟବର୍ତ୍ତୀ ଅଶାୱଟୀ ରେଲୱେ ଷ୍ଟେସନରେ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଟ୍ରେନକୁ ଅଟକା ଯାଇଥିଲା । ତେବେ ବ୍ରେକର ଜାମ୍‌ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ରେଳ ବିଭାଗର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି ।

ଯଥା ସମୟରେ ନିଆଁକୁ ଆୟତ୍ତ କରିବା ପରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିନାହିଁ । ସେପଟେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଏହା ଏକ ଛୋଟ ଧରଣର ଅଗ୍ନିକାଣ୍ଡ ବୋଲି ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ରେଳବାଇର CPRO ଦୀପକ କୁମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.